ଭୁବନେଶ୍ୱର, ୩୦/୦୫/୨୦୨୫: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ସ୍ମାର୍ଟ ମିଟର ଦ୍ୱାରା ଉପଭୋକ୍ତାମାନଙ୍କୁ ସଶକ୍ତ କରିବା ଓ ତ୍ରୁଟିମୁକ୍ତ ବିଲିଂ ପାଇଁ ପ୍ରୟାସ କରାଯାଇଛି । ଏହା ହେଉଛି ସ୍ମାର୍ଟ ଓ ପ୍ରଭାବଶାଳୀ ଶକ୍ତି ପରିଚାଳନା ଦିଗରେ ଏକ ବଡ଼ ଧରଣର ପଦକ୍ଷେପ । ଭାରତ ସରକାର, ଓଡ଼ିଶା ସରକାର ଓ ଓଇଆର୍ସିଙ୍କ ନିର୍ଦେଶାନୁସାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ସ୍ମାର୍ଟ ମିଟର୍ ସ୍ୱୟଂକ୍ରିୟ ରିଡିଂ ଓ ବିଲିଂ ସୁବିଧା ପ୍ରଦାନ କରୁଛି ଯାହା ଗ୍ରାହକଙ୍କ ପାଇଁ ତ୍ରୁଟିମୁକ୍ତ ଓ ସଠିକ୍ ସମୟରେ ବିଲ୍କୁ ସୁନିଶ୍ଚିତ କରିଛି । ପ୍ରିପେଡ୍ ମୋଡ୍ରେ ସ୍ମାର୍ଟ ମିଟର୍ ସ୍ଥାପନ କରିବା ବାଧ୍ୟତାମୂଳକ ନୁହେଁ । ଏହି ମିଟରଗୁଡ଼ିକୁ ସର୍ବଦା ପୋଷ୍ଟପେଡ୍ ମୋଡ୍ରେ ସ୍ଥାପନ କରାଯାଇଥାଏ ଏବଂ କେବଳ ଗ୍ରାହକଙ୍କ ଅନୁରୋଧକ୍ରମେ ପ୍ରିପେଡ୍ ବିକଳ୍ପ ଉପଲବ୍ଧ ହୋଇଥାଏ ।
ଗ୍ରାହକମାନଙ୍କୁ ବାସ୍ତବ ସମୟ ତଥ୍ୟ ସହିତ ସଶକ୍ତ କରିବା ପାଇଁ ଟିପିସିଓଡିଏଲ୍ ସ୍ମାର୍ଟ ମିଟର୍କୁ ଏହାର ମିତ୍ର ଆପ୍ ସହ ସମନ୍ୱିତ କରିଛି ଯାହା ଫଳରେ ଗ୍ରାହକମାନେ ସେମାନଙ୍କ ଦୈନିକ ବିଦୁ୍ୟତ ବ୍ୟବହାରକୁ ଗତ ୩୦ ଦିନର ଗ୍ରାଫିକ୍ ଆକାରରେ ଜାଣିପାରିଥାନ୍ତି । ଏହି ସୁବିଧା ଗ୍ରାହକମାନଙ୍କୁ ସେମାନଙ୍କ ଶକ୍ତି ବ୍ୟବହାର ଯୋଜନା କରିବା ଏବଂ ମାସିକ ବିଦୁ୍ୟତ୍ ବିଲ୍କୁ ହ୍ରାସ କରିବାରେ ସହାୟକ ହେବ । ପ୍ରିପେଡ୍ ବ୍ୟବହାରକାରୀମାନେ ବାସ୍ତବ ସମୟରେ ସେମାନଙ୍କ ବାଲାନ୍ସ ଯାଂଚ କରିପାରିବେ ଯାହା ଫଳରେ ବିଦୁ୍ୟତ୍ ବ୍ୟବହାର ଓ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରହିପାରିବ ।
ସ୍ମାର୍ଟ ମିଟର ସମ୍ପର୍କିତ ପ୍ରଶ୍ନ ଓ ସହାୟତା ପାଇଁ ୧୯୧୨/୧୮୦୦-୩୪୫-୭୧୨୨ ଜରିଆରେ ଟିପିସିଓଡିଏଲ୍ ୨୪ ଘଂଟିଆ କଲ୍ ସେଂଟର ସୁବିଧା ପ୍ରଦାନ କରୁଛି । ଗ୍ରାହକମାନେ ନିକଟତମ ଗ୍ରାହକ ସେବା କେନ୍ଦ୍ର କିମ୍ବା ଟିପିସିଓଡିଏଲ୍ କାର୍ଯ୍ୟାଳୟ ପରିଦର୍ଶନ କରିପାରିବେ କିମ୍ବା ଅଧିକ ସୂଚନା ପାଇଁ ଙ୍ଗଙ୍ଗଙ୍ଗ.ଗ୍ଧକ୍ଟ୍ରମରଦ୍ଭଗ୍ଧrବକ୍ଷକ୍ଟୟସଗ୍ଦଷବ.ମକ୍ଟଜ୍ଞ ରେ ଲଗ୍ ଇନ୍ କରିପାରିବେ ।’