ମାଁ ମଙ୍ଗଳା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଆଜି ମା ଙ୍କ ମୂର୍ତ୍ତି ଓ ପାର୍ଶ୍ୱ ମୂର୍ତ୍ତି ମହା ଆଡ଼ମ୍ବରରେ ମା ଠାକୁରାଣୀ ମନ୍ଦିରରୁ ଅଣାଯାଇ ହେଲା ପୂଜାର୍ଚ୍ଚନା l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ନବରଙ୍ଗପୁର:(୩୦|୫)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦରମହକୁମା ରେ ଥିବା ନୂଆଗୁଡା ଠାରେ ମାଁ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ମହାସମାରୋହରେ ଆଗେଇ ଚାଲିଛି l ଏହି ଅବସରରେ ଆଜି ଶୁକ୍ରବାର ଦିନ ତା ୩୦|୫ ଶୁକ୍ରବାର ଦିନ ସୂର୍ଯ୍ୟ ପୂଜା, ଗୋ ପୂଜା, ଶାଖା ପ୍ରବେଶ, ମଣ୍ଡଳ ଆଦି ପୂଜନ, ଅଗ୍ନି ସ୍ଥାପନ କାର୍ଯ୍ୟ ଚାଲୁ ରହିଥିଲା lକାକଟପୁର ରୁ ଆସିଥିବା ମା ଙ୍କ ମୂର୍ତ୍ତି ଓ ପାର୍ଶ୍ଵ ମୂର୍ତ୍ତି ଡାବୁଗାଁ ଠାକୁରାଣୀ ମନ୍ଦିରରେ ରଖାଯାଇଥିବା ବେଳେ ଆଜି ବର୍ଷା ର ଅନୁକୂଳ ପରିବେଶ ଥିବା ସତ୍ତ୍ୱେ ମହା ଆଡ଼ମ୍ବରରେ ମା ଠାକୁରାଣୀ ଙ୍କ ମନ୍ଦିରରୁ ଶ୍ରଦ୍ଧାଳୁ ଭକ୍ତବୃନ୍ଦଙ୍କ ଦ୍ଵାରା ମୂର୍ତ୍ତି ଓ ପାର୍ଶ୍ୱ ମୂର୍ତ୍ତି ମା ମଙ୍ଗଳା ମନ୍ଦିର ପରିସରକୁ ମା ମାନଙ୍କ ଦ୍ଵାରା ସ୍ୱାଗତ କରାଯାଇ ଅଣାଯାଇଥିଲା l ମା ମଣ୍ଡପରେ ପହଁଞ୍ଚିବା ପରେ ତୁମୁଳ ଧାରାରେ ବର୍ଷା ହୋଇଥିଲା lଏଠାରେ ପୂଜାର୍ଚନା କରାଯାଇଥିଲା lମା ମଙ୍ଗଳା ପୂଜା କମିଟି ର କର୍ମକର୍ତ୍ତା ମାନଙ୍କ ମଧ୍ୟରୁ ସଭାପତି ଗେଦୁ ପଟ୍ଟନାୟକ, ଉପ ସଭାପତି ଜିତେନ୍ଦ୍ର ମାଝୀ, ସମ୍ପାଦକ ପ୍ରଦୀପ ପାଢୀ, ସହ ସମ୍ପାଦକ ପି. ସୁବୁଦ୍ଧି ରାଓ, କୋଷାଧ୍ଯକ୍ଷ କାମେଶ୍ଵର ରାଓ ,ଗ୍ରାମର ଯୁବଗୋଷ୍ଠୀଙ୍କ ମଧ୍ୟରେ ଶ୍ରୀଧର ବିଶୋୟୀ, ସଞ୍ଜୟ ଶତପଥୀ,ଦୁଲଭ ଗୌଡ, ପିଣ୍ଟୁ ପରିଛା, ରମେଶ ପଟ୍ଟନାୟକ, ରାମ ଜେନା, ରଘୁ ବିଶୋୟୀ, ଗଣେଶ ବିଶୋୟୀ ପ୍ରମୂଖ ଓ ଭଦ୍ରବ୍ୟକ୍ତି ମାନଙ୍କ ମଧ୍ୟରେ ମୋହନ ପରିଛା,ମୋହନ ଖିଲ , ଉଦୟ ସିଂ, ପି ଭୈରବ ରାଓ ପ୍ରମୂଖ ଅନ୍ୟ ଭଦ୍ରବ୍ୟକ୍ତି ବହୁ ସଂଖ୍ୟାରେ ଯୋଗ ଦେଇ ସହଯୋଗ କରିଥିଲେ l ପ୍ରତିଷ୍ଠା କାର୍ଯ୍ୟକ୍ରମରେ କର୍ତ୍ତା ଦେବୀ ରଥ ଓ ତାଙ୍କ ସହଧର୍ମିଣୀ ଦୀପା ରଥ କାର୍ଯ୍ୟ ନିର୍ବାହ କରିଥିଲେ l ନବରଙ୍ଗପୁର ଜିଲ୍ଲା ଦହଣା ଗ୍ରାମରୁ ଆସିଥିବା ମୁଖ୍ୟ ବ୍ରାହ୍ମଣ ଯାମିନୀ କାନ୍ତ ମହାପାତ୍ର, ରଜନୀକାନ୍ତ ନନ୍ଦ,ମୁକେଶ୍ଵର ପାତ୍ରଙ୍କଦ୍ୱାରା ପୂଜାକାର୍ଯ୍ୟ ଚାଲୁ ରହିଥିବା ବେଳେ ସମସ୍ତ ପୂଜା କାର୍ଯ୍ୟରେ ବ୍ରାହ୍ମଣ ମାନଙ୍କୁ ଶିଶିର ପାତ୍ର ଓ ହୃଷିକେଶ ପାତ୍ର ସହଯୋଗ କରିଥିଲେ l ବର୍ଷା ହେଉ ଥିଲେ ହେଁ ପୁଷ୍ପାଞ୍ଜଳୀ ଦେଇ ସମସ୍ତ ଭକ୍ତବୃନ୍ଦ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହିଥିଲେ l

0
0
0
s2sdefault