ପୂର୍ବ ଶତ୍ରୁତାକୁ ନେଇ ମିଳିତ ଆକ୍ରମଣରେ ଜଣେ ଗୁରୁତର,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାଉଁଶଗାଡ଼ିଆ ଛକରେ ବୁଧବାର ସନ୍ଧ୍ୟାରେ ଜଣେ ଯୁବକଙ୍କୁ ମିଳିତ ଆକ୍ରମଣରେ ସେ ଗୁରୁତର ହୋଇଥିଲେ । ପରିବାର ଲୋକ ତାଙ୍କୁ ଉଦ୍ଧାର କରିବାକୁ ଆସିଥିଲେ ମଧ୍ୟ ଆକ୍ରମଣକାରୀଙ୍କ ଭୟରେ ଦୁରେଇ ରହିଲେ । ଖବର ପାଇ ପିସିଆର ଭ୍ୟାନ ଘଟଣା ସ୍ଥଳରେ ପହଁଚି ଯୁବକଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ଆଣିଥିଲେ । ସେଠାରୁ ତାଙ୍କୁ ନୟାଗଡ଼ ସ୍ଥାନାନ୍ତର କରାଯାଇଥିଲା । ଏବେ ସେ ନୟାଗଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ରହିଥିବା ବେଳେ ଶୁକ୍ରବାର ସକାଳେ ତାଙ୍କ ମା' ମଞ୍ଜୁ ରାଉତ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଗୁରୁତର ଜଣକ ଶରଦ୍ଧା ପୁର ପଞ୍ଚାୟତ ରଗଡିମଡା ଗାଁର ରବିନ୍ଦ୍ର ରାଉତ (୩୦) । ରବିନ୍ଦ୍ର ରାଉତ ମିସ୍ତ୍ରୀ କାମ କରନ୍ତି । ବୁଧବାର ଅପରାହ୍ନରେ ଆସି ସେ ଗାଁରେ ପହଁଞ୍ଚିଥିଲେ । ଗୁରୁବାର ବିହନ ଧାନ କିଣିବାକୁ ସେ ଓଡ଼ଗାଁ ଯାଇଥିଲେ । ସେଠାରୁ ଫେରି ବାଉଁଶ ଗାଡିଆ ଛକରେ ଆଇସକ୍ରିମ ଖାଉଥିବା ବେଳେ ରଗଡିମଡା ଗ୍ରାମର ପ୍ରଭାତ ବିଶ୍ବାଳ, ରାଜେନ୍ଦ୍ର ବିଶ୍ବାଳ, ପବିତ୍ର ବିଶ୍ବାଳ ଏବଂ କୃଷ୍ଣଚନ୍ଦ୍ର ପ୍ରଧାନ ମିଳିତ ଭାବରେ ସଶସ୍ତ୍ର ଆକ୍ରମଣ କରିଥିଲେ । ଏପରିକି ତାଙ୍କୁ ତଳେ ପକାଇ କୁଦିବା ସହିତ ଠେଙ୍ଗାରେ ପିଟିଥିଲେ । ଭୟରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟାକରି ନଥିଲେ । ଆକ୍ରମଣକାରୀ ମାନେ ୧୫ ହଜାର ଟଙ୍କା ଓ ମୋବାଇଲ ଛଡ଼ାଇ ନେଇଥିଲେ । ସୂଚନା ଥାଉକି ପ୍ରଭାତ ବିଶ୍ବାଳ ରବିନ୍ଦ୍ର ରାଉତରାୟଙ୍କ ଠାରୁ ୨୦ ହଜାର ଟଙ୍କା ଧାର ନେଇଥିଲେ । ଧାର ଟଙ୍କା ମାଗିବାରୁ ଗତ ମାର୍ଚ୍ଚ ମାସ ୧୪ ତାରିଖରେ ପ୍ରଭାତ ବିଶ୍ବାଳ ଏବଂ ତାଙ୍କ ସାଥିମାନେ ଏହି ପରି ମାଡମାରି ମୋବାଇଲ ଛଡ଼ାଇ ନେଇଥିଲେ । ଏ ସଂକ୍ରାନ୍ତରେ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା । ଏବେ ପ୍ରଭାତ ବିଶ୍ବାଳଙ୍କ ନିର୍ଦ୍ଦେଶ ଅନୁସାରେ ରବିନ୍ଦ୍ର ରାଉତ ପରିଚାଳିତ ହେବ । ଅନ୍ୟଥା କେବଳ ମାଡ଼ ଖାଇବୁ ବୋଲି ରବିନ୍ଦ୍ରକୁ ବିଭିନ୍ନ ସମୟରେ ଭୟଭିତ କରାଯାଉଥିଲା । ଗତକାଲି ଘଟଣା ଘଟାଇବା ପରେ
ଆକ୍ରମଣକାରୀଙ୍କ ତରଫରୁ ପ୍ରଥମେ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା । ଶୁକ୍ରବାର ସକାଳେ ରବିନ୍ଦ୍ର ରାଉତଙ୍କ ମା' ମଞ୍ଜୁ ରାଉତ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ୧୫୬/୨୫ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।

0
0
0
s2sdefault