ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୯/୦୫/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ସଦର ନୂଆଗୁଡା ଠାରେ ଆଜି ମା ମଙ୍ଗଳା ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ଚାରି ଦିନ ଧରି ଚାଲିବାକୁ ଥିବା ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ର ପ୍ରଥମ ଦିନରେ ଆଜି ଗ୍ରାମ ର ଶତାଧିକ ମହିଳା କଳସ ଯାତ୍ରା ରେ ସାମିଲ ହୋଇଥିଲେ। ସକାଳେ ନୂଆଗୁଡା ସ୍ଥିତ ମାଁ ମଙ୍ଗଳା ନୂତନ ମନ୍ଦିର ପରିସରରୁ ମହିଳା ମାନେ ବାଜା ମର୍ଦ୍ଦଳ ଓ ଆତସ ବାଜି ବଜାଇ ପ୍ରଥମେ କନ୍ୟାଶ୍ରମ ନିକଟ ଅଙ୍ଗିନଦି ରୁ କଳସ ରେ ଜଳ ସଂଗ୍ରହ କରି କୃଷି ଫାର୍ମ ପରିସରରେ ଥିବା ମା ଠାକୁରାଣୀ ଙ୍କ ମନ୍ଦିର କୁ ଯାଇଥିଲେ। ସେଠାରେ ସ୍ଵତନ୍ତ୍ର ପୂଜାର୍ଚ୍ଚନା ପରେ ବିରାଟ ଶୋଭାଯାତ୍ରା ରେ ନଗର ପରିକ୍ରମା କରି ନୂଆଗୁଡା ସ୍ଥିତ ମାଁ ମଙ୍ଗଳା ଙ୍କ ନୂତନ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ କଳସ ସ୍ଥାପନ କରାଯାଇଥିଲା। ଆଜି ଠାରୁ ଚାରି ଦିନ ଧରି ଏହି ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ କରାଯିବାକୁ ଥିବା ବେଳେ ମୁଖ୍ୟ ପୂଜକ ଯାମିନୀ କାନ୍ତ ମହାପାତ୍ର ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପୂଜକ ରଜନୀକାନ୍ତ ନନ୍ଦ, ଲୁଳେସ୍ଵର ପାତ୍ର ତଥା କର୍ତ୍ତା ଭାବେ ଦେବୀ ପ୍ରସାଦ ରଥ କାର୍ଯ୍ୟ ସମ୍ପାଦନ କରିବେ ଏଥିପାଇଁ ମନ୍ଦିର ପରିଚାଳନା କମିଟି ର ବିନୋଦ ପଟ୍ଟନାୟକ, ମୋହନ ପରିଛା ,ପ୍ରଦୀପ ପାଢ଼ୀ,ମୋହନ ଖିଲ,ଜିତେନ୍ଦ୍ର ମାଝୀ,ପି ସୁବୁଦ୍ଧି ରାଓ,ରମେଶ ପଟ୍ଟନାୟକ, ଦୂଲ୍ଲଭ ଗୌଡ଼,ସଞ୍ଜୟ ଶତପଥୀ,ଏ କାମେଶ୍ୱର୍ ରାଓ,ଶ୍ରୀଧର ପାଇକ,ରାମ ଜେନା, ଓ ଯଶବନ୍ତ୍ ପରିଛା ପ୍ରମୁଖ ସହଯୋଗ କରୁଛନ୍ତି। ଆଜିର ଏହି କଳସ ଯାତ୍ରାରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ,ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଡ଼ାବୁଗାଁ ବ୍ଲକ ବ୍ରାହ୍ମଣ ସମାଜ ସଭାପତି ଶିବ ପ୍ରସାଦ ମିଶ୍ର ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ ସହ ଅନ୍ୟମାନେ ସାମିଲ ଥିଲେ। ସୂଚନା ଥାଉ କି ଡ଼ାବୁଗାଁ ରେ ମାଁ ମଙ୍ଗଳା ଙ୍କ ସ୍ଥାୟୀ ମନ୍ଦିର ନ ଥିବାରୁ ନୂଆଗୁଡା ଠାରେ ଦୀର୍ଘ ବର୍ଷ ହେଲା ଏକ ଅସ୍ଥାୟୀ ଗୃହ ରେ ମାଁ ମଙ୍ଗଳା ପୂଜା ପାଇ ଆସୁଥିଲେ। ଯୋ ଦ୍ଵାରା ଭକ୍ତ ମାନଙ୍କୁ ପୂଜାବିଧି ସମୟରେ ସ୍ଥାନ ଅଭାବ ଯୋଗୁ ହୋଇରାଣ ହେଉଥିଲେ। ବିଶିଷ୍ଟ ସମାଜ ସେବୀ ତଥା ପୂର୍ବତନ ଡ଼ାବୁଗାଁ ଗ୍ରାମ ପଞ୍ଚାୟତ ସମ୍ପାଦକ ମୋହନ ପରିଛା ଙ୍କ ପ୍ରଚେଷ୍ଟା ରେ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିରେ ନୁଆ ଗୁଡା ବାସି ସମ୍ପୂର୍ଣ ସହଯୋଗ କରିଥିଲେ। ଆସନ୍ତା ରବିବାର ଦିନ ପୂର୍ଣ୍ଣାହୁତି ହେବା ସହ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପନ ହେବ ବୋଲି ମନ୍ଦିର ପରିଚାଳନା କମିଟି ସୂତ୍ରରୁ ପ୍ରକାଶ ।