ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲାର ସର୍ବପୁରାତନ କଲେଜ ସୋନପୁର ମହାବିଦ୍ୟାଳୟର ଆଲୁମୁନୀ ଆସୋସିଏସନର ବାର୍ଷିକ ଅଧିବେଶନ ଅବସରରେ ଆସୋସିଏସନ ତରଫରୁ ଇଂରାଜୀ ବିଭାଗର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା International Conference ରେ ଶ୍ରୀ ରିଙ୍କୁ ପଧାନ "Life and Philosophy in A.L.Tennyson's Poetry" ଉପରେ ସନ୍ଦର୍ଭ ଉପସ୍ଥାପନ କରି Harvard University ର Prof. David Damrosch ଏବଂ Idaho State University,USA. ର Prof. Alan Johnson ଙ୍କ ଦ୍ଵାରା ପ୍ରଶଂସିତ ହୋଇଥିଲେ। ସେହିପରି ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା International Conference ରେ "Relevance of Sharing Indian Nationalism Through Kanthapura" ଉପରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ ଯାହାକି ଆନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ହେବାପାଇଁ ମନୋନୀତ ହୋଇଛି। ସେହିପରି ଶ୍ରୀ କୃତ୍ତିବାସ ଭୋଇ ଏବଂ ଶୁଶ୍ରୀ ଇପ୍ସ୍ମିତା ପାଣିଗ୍ରାହୀ ଯଥାକ୍ରମେ ତାଙ୍କର ସନ୍ଦର୍ଭ "Revisiting Women's Narrative in Partition Literature" ଏବଂ "Contribution of Salman Rushdie's Magical Realism in World Literature" ଉପରେ ନିଜ ନିଜର ସନ୍ଦର୍ଭ ଉପସ୍ଥାପନ କରି ପ୍ରଶଂସିତ ଏବଂ ପୁରସ୍କୃତ ହୋଇଛନ୍ତି। ଶୁଶ୍ରୀ ଇପ୍ସ୍ମିତା ରାଜ୍ୟସ୍ତରୀୟ ବକୃତା ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରି ମହାବିଦ୍ୟାଳୟ ପାଇଁ ଗୈାରବ ଆଣିଛନ୍ତି। ସୋନପୁର ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅନେକ ପ୍ରତିଭା ସଂପନ୍ନ ଛାତ୍ରଛାତ୍ରୀମାନଙ୍କୁ ଏସୋସିଏସନ ତରଫରୁ ପ୍ରତିବର୍ଷ ପୁରସ୍କୃତ କରିବା ପାଇଁ ଆଲୁମୁନୀ ଏସୋସିଏସନର କର୍ମକର୍ତ୍ତାମାନେ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ବାରା ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଅନେକ ପ୍ରତିଭା ସଂପନ୍ନ ଛାତ୍ରଛାତ୍ରୀ ଉଚିତ୍ ପ୍ରୋତ୍ସାହନ ପାଇବା ସଙ୍ଗେ ସଙ୍ଗେ ମହାବିଦ୍ୟାଳୟର ସୁନାମ ବଢିବ ବୋଲି ଆଲୁମୁନୀମାନେ ମତବ୍ୟକ୍ତ କରିଥିଲେ।
ରାଜ୍ୟ
ସୋନପୁର ମହାବିଦ୍ୟାଳୟ ଆଲୁମୁନୀ ସଂଘ ପକ୍ଷରୁ ସମ୍ବର୍ଦ୍ଧନା
- Hits: 44