ହେଡଲାଇନସ୍:

ଆଇସିଏମ୍ଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ମଇ ୨୮ : ଦେଶରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ଇନଷ୍ଟିଚୁ୍ୟଟ୍ ଅଫ୍ କଷ୍ଟ୍ ଆଣ୍ଡ ମ୍ୟାନେଜେମେଂଟ ଆକାଉଂଟାଂଟସ୍ ଅଫ୍ ଇଣ୍ଡିଆ (ଆଇସିଏମ୍ଏଆଇ) ପକ୍ଷରୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି ।
ଆଇସିଏମ୍ଏଆଇ ଭୁବନେଶ୍ୱର ପକ୍ଷରୁ ଏହାର ବରିଷ୍ଠ ଅଧିକାରୀ ଶ୍ରୀ ହେମନ୍ତ କୁମାର ବିଶ୍ୱାଳ ସୋଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କୁ ସାକ୍ଷାତ କରିବା ସହ ସମ୍ବର୍ଦ୍ଧିତ କରିଥିଲେ ।
ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ଅବଦାନ ନିମନ୍ତେ ସୋଆ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛି । ସେହିଭଳି ଶ୍ରୀ ନାୟକଙ୍କ ଔଦ୍ୟୋଗିକତା ଯାତ୍ରା ଏବଂ ସମାଜ ପ୍ରତି କିଛି କରିବାର ପ୍ରତିବଦ୍ଧତା ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ଆଇସିଏମ୍ଏଆଇ ପକ୍ଷରୁ ପ୍ରଶଂସା କରାଯାଇଛି ।

0
0
0
s2sdefault