ହେଡଲାଇନସ୍:

ମହିପୁରୁ - ବାହାଡ଼ାଝୋଲା ପୂର୍ତ୍ତ ରାସ୍ତା ନିର୍ମାଣରେ ବିଳମ୍ବ ପାଇଁ ରାସ୍ତା ରୋକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ରାସ୍ତାରେ ଶଗଡ଼ ରଖି ପ୍ରତିବାଦ କଲେ ଡାକଡୁଲୁ ଗ୍ରାମବାସୀ,

  • ରାସ୍ତା ଅବରୋଧ ଯୋଗୁଁ ୧୦ ଘଣ୍ଟା ଧରି ଗମନାଗମନ ଠପ୍

ଓଡ଼ଗାଁ,୨୮।୫(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥ ମହିପୁରୁ ଠାରୁ ବାହାଡ଼ାଝୋଲା ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତୀକରଣ କାମରେ ଅହେତୁକ ବିଳମ୍ଵ କାରଣରୁ ନେଇ ବୁଧବାର ରାସ୍ତାରେ ଶଗଡ଼ ଥୋଇ ପ୍ରତିବାଦ ଜଣାଇଛନ୍ତି ଡାକଡୁଲୁ ଓ ଗାତେରୀ ଗ୍ରାମବାସୀ । ତିନି ବର୍ଷ ପୂର୍ବରୁ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରିନଥିବା ନେଇ ଗ୍ରାମବାସୀଙ୍କ ତରଫରୁ ଅଭିଯୋଗ ହୋଇଛି । ବାରମ୍ଵାର ଅଭିଯୋଗ ସତ୍ତ୍ଵେ ଏଥିରେ କୈାଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ପ୍ରତିଶୃତି ଯେପରି ପାଣିର ଗାର ପାଲଟିଛି । ସୂଚନା ଥାଉକି ରାସ୍ତା ନିର୍ମାଣ ଦାବିରେ ଗତ ୨୧ ତାରିଖରେ ଡାକଡୁଲୁ ଓ ଗାତେରୀ ଗ୍ରାମବାସୀ ରାସ୍ତାରୋକ କରିଥିଲେ । ପୂର୍ତ୍ତ ବିଭାଗ ଯନ୍ତ୍ରୀ ଦୁଇଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ରାସ୍ତା କାମରେ ବିଳମ୍ବ ହେବାରୁ ଆଜି ସକାଳୁ ପୁଣି ଥରେ ଗ୍ରାମବାସୀ ରାସ୍ତାରେ ଶଗଡ଼ ଥୋଇ ପ୍ରତିବାଦ କରିଥିଲେ । ଖବର ପାଇ ମହିପୁରୁ ପୋଲିସ ଅତିରିକ୍ତ ତହସିଲଦାର ଓ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଘଟଣା ସ୍ଥଳରେ ପହଁଚି ଲୋକଙ୍କୁ ବୁଝା ସୁଝା କରିବା ପରେ ୧୦ ଘଣ୍ଟା ପରେ ଅପରାହ୍ନ ପ୍ରାୟ ୩ଟା ବେଳକୁ ରାସ୍ତା ଅବରୋଧ ହଟିବା ସହିତ ଗମନାଗମନ ସ୍ବାଭାବିକ ହୋଇଥିଲା । ତେବେ ରାସ୍ତାର ଅନ୍ୟ ସମସ୍ତ ମେଟେରିଆଲ କାର୍ଯ୍ୟ ସରିଥିବା ବେଳେ ନିୟମିତ ବର୍ଷା ଯୋଗୁଁ ପିଚୁ ପଡ଼ିପାରି ନାହିଁ । ପାଗରେ ପରିବର୍ତ୍ତନ ଘଟିଲେ ପିଚୁ ପକାଇବା ବ୍ୟବସ୍ଥା କରାଯିବ ବୋଲି ଯନ୍ତ୍ରୀ କହିଛନ୍ତି ।

0
0
0
s2sdefault