ହେଡଲାଇନସ୍:

ବିଭିନ୍ନ ଗ୍ରାମକୁ ନେଇ ନୂତନ ପଞ୍ଚାୟତ ଗଠନ ପାଇଁ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତୁଲୁବକୁ ପଂଚାୟତ ନ କରିବା ପର୍ଯ୍ୟନ୍ତ ସଂଘର୍ଷ ଜାରୀ ରହିବ

 ଜମନକିରା ୨୮। ୫(ଲିପନ ନାଏକ): ତୁଲୁବ ଗ୍ରାମକୁ ନୂତନ ପଂଚାୟତ ଗଠନ ପାଇଁ ପଂଚାୟତ ଗଠନ କମିଟି ସଭାପତି ପଞ୍ଚାନନ ପଧାନ ଙ୍କ ସଭାପତିତ୍ୱ ରେ ଜମନକିରା ବ୍ଲକ ଜମନକିରା ଗ୍ରାମ ପଞ୍ଚାୟତ ତୁଲୁବ ଗ୍ରାମ ରେ ନୂତନ ପଞ୍ଚାୟତ ଗଠନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକ ରେ ତୁଲୁବ, ସର୍ବେଜାଲ, ସାନ ଲଙ୍ଗାବାହାଲ, ଟାଙ୍ଗରମାଲ, ଦୁର୍ଗାଡ଼ିହି, ଛତାବର, ଜୁନାନି, ଏକଟପଡ଼ା, ଗଏପୁର୍ଗା ଗ୍ରାମର ପ୍ରାୟ ୧୫୦୦ ରୁ ଉର୍ଦ୍ଧ ଜନସାଧାରଣ ଏହି ବୈଠକ ରେ ଯୋଗ ଦେଇଥିଲେ। ବୈଠକ କମିଟି ସଭାପତି ପଞ୍ଚାନନ ପଧାନ, ସମ୍ପାଦକ ରାଜୀବ ନାୟକ, ଜମନକିରା ଗ୍ରାମ ପଞ୍ଚାୟତ ଅଧିକାରୀ ଅଜୟ ଖଡିଆ, ଜମନକିରା ପଂଚାୟତ ଅଧିକାରୀ ହିମାଂଶୁ ଶେଖରେ ପଟେଲ, କମିଟି ସଭ୍ୟ ସୁରେଶ ଚନ୍ଦ୍ର ପଟେଲ, ହିମାଦ୍ରୀ ସାହୁ, ବିନୟ ନାୟକ, କନ୍ଧର୍ପ ଚରଣ ପଟେଲ,ଜମନକିରା ଗ୍ରାମର ଏକ ନମ୍ବର ୱାର୍ଡର ସଭ୍ୟା ପ୍ରଭାଗିନୀ ନାୟକ, ଗ୍ରାମର ଦୁଇ ନମ୍ବର ୱାର୍ଡର ସଭ୍ୟା ଲୀଳା ବତୀ ଝାଙ୍କର, ପ୍ରମୁଖ ମଞ୍ଚାସିନ ଭାବେ ଉପସ୍ଥିତ ରହିଥିଲେ। ମୋହନ ମାଝୀ ସଭା ପରିଚାଳନା ସହିତ ଅତିଥି ପରିଚୟ କରିଥିଲେ। ଜମନକିରା ବ୍ଲକ ଅନ୍ତର ଗର୍ତ୍ତ ଉକ୍ତ ଗ୍ରାମ ସହିତ ନିକଟସ୍ତ ବିଭିନ୍ନ ଗ୍ରାମରେ ଠିକ ଭାବରେ ସରକାରି ଅର୍ଥ ପହଞ୍ଚି ପାରୁନାହିଁ, ବିଦ୍ୟାଳୟ ସମସ୍ୟା, ପାନୀୟ ଜଳ ସମସ୍ୟା, ଗାଧିଇବା ପାଇଁ ବନ୍ଧରେ ଘାଟ ସମସ୍ୟା, ଯାତାୟାତ ପାଇଁ ବ୍ରିଜ଼ ସମସ୍ୟା, ବୃଦ୍ଧ ଙ୍କୁ ଭତ୍ତା, ଭଳି ଅନେକ ମୌଳିକ ସମସ୍ୟାର ସମାଧାନ ନୂତନ ପଂଚାୟତ ଗଠନ ପାଇଁ ଜମନକିରା ବିଡ଼ିଓ, କୁଚିଣ୍ଡା ଉପ ଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲାପାଳ, ଓଡିଶା ସରକାରଙ୍କ ସଚିବ, ପଞ୍ଚାୟତି ରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କୁ ମଧ୍ୟ ଫେରାଦ ହୋଇ ନୂତନ ପଞ୍ଚାୟତ ଗଠନ ପାଇଁ ଜଣାଇଥିଲେ ମଧ୍ୟ କୌଣସି ପରିଣାମ ମିଳିପାରିନାହିଁ ଏଣୁକରି ବର୍ତମାନ ଲୋକଙ୍କ ସରକାରଙ୍କୁ ଲୋକଙ୍କ ଶକ୍ତି ପ୍ରଦର୍ଶନ କରିବାର ସମୟ ଆସିଯାଇଛି ବୋଲି କମିଟି ସଦସ୍ୟ ଅତିଥିଗଣ ନିଜ ଭାଷଣ ରେ ମତ ପ୍ରକାଶ କରିଥିଲେ। ଏପରିକି ନୂତନ ପଞ୍ଚାୟତ ଗଠନ ପାଇଁ ଆଗାମୀ ଦିନରେ ରାଜ ରାସ୍ତାରେ ଓଲ୍ଲାଇବାକୁ ପଡିଲେ ମଧ୍ୟ ଗ୍ରାମବାସି ଏଥିପ୍ରତି ପ୍ରସ୍ତୁତ ଥିବା ବେଳେ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ଭୋଟ କୁ ମଧ୍ୟ ଗ୍ରାମବାସି ଭୋଟ ବର୍ଜନ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ସେହିପରି ୱାର୍ଡ ସଭ୍ୟ ଙ୍କ କହିବା ଅନୁଯାଇ ବିଭିନ୍ନ ବୈଠକ ରେ ଗ୍ରାମର ଅନେକ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦିଆଯାଉଥିଲେ ମଧ୍ୟ ଏହାର ସମାଧାନ ହୋଇ ପାରୁନାହିଁ କି ଠିକ ଭାବେ ଅର୍ଥ ମଧ୍ୟ ପ୍ରଦାନ କରାଯାଉନାହିଁ। ଏପରି ତୁଲୁବ ଗ୍ରାମରେ ଥିବା ଏକ ଗାଧୁଆ ବନ୍ଦ ରୁ ପଙ୍କ ଉଦ୍ଦାର ପାଇଁ ଦାବି କରାଯାଉଥିବା ବେଳେ ପଞ୍ଚାୟତ ରେ ଟଙ୍କା ନାହିଁ ବୋଲି ଏହି କାର୍ଯ୍ୟ କରାଯାଇ ପାରୁ ନାହିଁ ବୋଲି ଗ୍ରାମବାସି ପ୍ରକାଶ କରିଛନ୍ତି। ଏ ସମ୍ପର୍କ ରେ ଜମନକିରା ଗ୍ରାମ ପଞ୍ଚାୟତ ଅଧିକରୀ ଅଜୟ ଖଡିଆ ଙ୍କୁ ପଚାରିବାରୁ ପୂର୍ବରୁ ଆମେ ଗ୍ରାମବାସୀଙ୍କ ଦାବି ପଞ୍ଚାୟତି ରାଜ ବିଭାଗ, ସମ୍ବଲପୁର ଜିଲ୍ଲା ପାଳ ଙ୍କୁ ଜଣାଇଛୁ ଏବଂ ଉଚ୍ଚ କତୃପକ୍ଷ ଯାହା ପଦକ୍ଷେପ ନେଇ ଆମକୁ ନିର୍ଦେଶ ଦେଲେ ଆମେ ଗ୍ରାମବାସୀଙ୍କୁ ଜଣାଇବୁ ବୋଲି କହିଥିଲେ l

0
0
0
s2sdefault