ହେଡଲାଇନସ୍:

୨୦୧୩ ଦଶମ ଶ୍ରେଣୀ ବ୍ୟାଚ୍ ପକ୍ଷରୁ ମାଆ ବ୍ରାହ୍ମଣୀ ଦେବୀଙ୍କ ଯାତ୍ରାରେ ପ୍ରସାଦ ବଣ୍ଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ପିତଳ ମାଛର ସହର ବେଲଗୁଣ୍ଠାରେ ମହା ଆଡମ୍ବରରେ ଚାଲିଛି ସହରର ଅଧିଷ୍ଠାତ୍ରୀ ଦେବୀ ମାଆ ବ୍ରାହ୍ମଣୀ ଦେବୀଙ୍କ ଐତିହାସିକ ଦ୍ୱିବାର୍ଷିକ ଯାତ୍ରା I ଏହି ଯାତ୍ରାରେ ସନ୍ଧ୍ୟାରେ ମାଆଙ୍କ ବିଭିନ୍ନ ପଟୁଆରରେ ନଗର ପରିକ୍ରମା ଏବଂ ବିରାଟ ବାଣ ପଟୁଆର ଦେଖିବା ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଛି I ସେହିପରି ମୀନା ବଜାର ଏବଂ ଆକର୍ଷଣୀୟ ଦୋଳି ମଧ୍ୟ ଏହି ଭିଡ଼କୁ ଆହୁରି ବଢାଇ ଦେଉଛି I ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସହରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସନ୍ଧ୍ୟାରେ ବିଭିନ୍ନ ପ୍ରସାଦ ବଣ୍ଟନ କରାଯାଉଛି I ଏହି ଅବସରରେ ବେଲଗୁଣ୍ଠା ନୋଡାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୨୦୧୩ ବ୍ୟାଚ୍ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରତ୍ୟେକ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରସାଦ ବଣ୍ଟନ କରାଯାଉଛି I ସଂଗଠନ ତରଫରୁ ବିଭିନ୍ନ ସନ୍ଧ୍ୟାରେ ପାନୀୟ ଜଳ,ଚହ୍ଲା ପଣା, ଉପମା ତରକାରୀ, ଚାଉମିନ୍, ମିଠା, ସେଉ ବୁନ୍ଦି, ପକୁଡ଼ି ଘୁଗୁନି,ଚାଟ୍ ଆଦି ସାମଗ୍ରୀ ବଣ୍ଟନ କରାଯାଉଛି I ଏହି ସାମଗ୍ରୀ ଗୁଡ଼ିକ ପାଇବା ପାଇଁ ପ୍ରତ୍ୟକ ସନ୍ଧ୍ୟାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସଂଗଠନର ଷ୍ଟଲ୍ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହୁଛି I

0
0
0
s2sdefault