ହେଡଲାଇନସ୍:

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର: ପଞ୍ଜିକୃତ ହେଲା ୭୧ ଅଭିଯୋଗ,୭ ଅଭିଯୋଗର ତତ୍କାଳ ସମାଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୭।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନୟାଗଡ଼ ଲଗ୍ନଜିତ ରାଉତ, ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଏବଂ ସମସ୍ତ ବିଭାଗୀୟ ଜିଲ୍ଲା ଅଧିକାରୀ ମାନଙ୍କ ଉପସ୍ଥିତିରେ ୭୧ ପଞ୍ଜିକୃତ ଅଭିଯୋଗ ମଧ୍ୟରୁ ୫୯ ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୧୦ ଗୋଟି ଗ୍ରାମ ସମୂହ ସମସ୍ୟା ଓ ୨ ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ସମ୍ପର୍କିତ ସମସ୍ୟା ରହିଥିଲା । ରେଡ଼କ୍ରସ ସମ୍ବନ୍ଧୀୟ ସମସ୍ୟା ଶୂନ ରହିଥିଲା । ଶିବିରରେ ୦୭ ଗୋଟି ସମସ୍ୟାର ତତ୍କାଳ ସମାଧାନ ହୋଇଥିଲା । ଅବଶିଷ୍ଟ ମାମଲାଗୁଡିକ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା, ରାସନ୍ କାର୍ଡ, ଉଠା ଜଳସେଚନ ଯୋଜନା ମାଧ୍ୟମରେ କୁରାଳ ପଞ୍ଚାୟତରେ ୭ବର୍ଷ ପୂର୍ବରୁ ୪ ଜଣିଆ କ୍ଳଷ୍ଟର ଗଠନ କରାଯାଇ ଜଳସେଚନ ନିମନ୍ତେ ଗଭୀର ନଳକୂପ ଖୋଳାଯାଇଛି । ହେଲେ ବିଦ୍ୟୁତ୍ ଯୋଗାଣ ହେଉନଥିବାରୁ ବର୍ତ୍ତମାନ ସୁଦ୍ଧା ଅକାମୀ ହୋଇ ପଡ଼ି ରହିଛି। ଏହାକୁ ଚାଲୁ କରିବା ପାଇଁ, କୁରାଳ ଡାକ୍ତରଖାନାରୁ ଦୀର୍ଘ ଦିନ ଡେପୁଟେସନରେ ଯାଇଥିବା ଡ଼ାକ୍ତରଙ୍କୁ ଫେରାଇ ଆଣିବା ପାଇଁ ଏବଂ କୁରାଳ ଅଞ୍ଚଳରେ ମାଦକ ଦ୍ରବ୍ୟ କାରବାର ରୋକିବା ପାଇଁ ସରପଞ୍ଚ ବିଜନ ପାଇକରାୟଙ୍କ ସହ ଅଞ୍ଚଳବାସୀ ଧାରଣା ମାଧ୍ୟମରେ ବିଭାଗୀୟ ଜିଲ୍ଲା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ବିଡିଓ ଜିତେନ୍ଦ୍ର କୁମାର ନାୟକ, ଅତିରିକ୍ତ ତହସିଲଦାର ଜି ଶ୍ରୀନୁ, ଜିଲ୍ଲା ଶିକ୍ଷାଧିକାରୀ, କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ମନୋଜ କୁମାର ରାଉତ, ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସ୍ବାଇଁ, ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ବିନୀ ପ୍ରଧାନ, ବ୍ଳକ ଗ୍ରାମପଞ୍ଚାୟତ ଅଧିକାରୀ ବିଶ୍ବଜିତ ଯେନାଙ୍କ ସହିତ ଜିଲ୍ଲାର ବିଭାଗୀୟ ପଦସ୍ଥ ଅଧିକାରୀ ମାନେ ଯୋଗ ଦେଇ ଅଭିଯୋଗ ଶୁଣିଥିଲେ ।

0
0
0
s2sdefault