ହେଡଲାଇନସ୍:

ଆକ୍ରମଣକାରୀକୁ ୩ବର୍ଷ ସଶ୍ରମ କାରାଦଣ୍ଡ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୩।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତରେ ଶୁକ୍ରବାର ଏକ ଫୌଜଦାରୀ ମାମଲାର ବିଚାରକରି ସହକାରୀ ଦୌରା ଜର୍ଜ ଜନ୍ମେଜୟ ଦାସ ଆସାମୀ ଲକ୍ଷ୍ମୀଧର ଭୋଳକୁ ୩୨୪ ଆଇସିସି ଧାରା ଅନୁଯାୟୀ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ଲକ୍ଷ୍ମୀଧର ଭୋଳ ଗମ୍ଭାରିଡିହି ଗ୍ରାମର ପନ୍ଦାରି ପ୍ରଧାନ ଓ ତାଙ୍କ ସ୍ତୀ କୁମାରୀ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ଫଳରେ ପନ୍ଦାରି ପ୍ରଧାନ ଶରଣକୁଳ ଥାନାରେ ୨୦୨୨ମସିହା ଜୁନ୍ ମାସ ୧୨ ତାରିଖରେ ଲିଖିତ ଅଭିଯୋଗ କରିଥିଲେ।ଶରଣକୁଳ ଥାନାରେ ଏ ନେଇ ୭୨/୨୨ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ।ପରେ ଅଭିଯୁକ୍ତ ଲକ୍ଷ୍ମୀଧର ଭୋଳକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଏବଂ ସେ ଜାମିନରେ ଆସି ମାମଲା ଲଢ଼ୁଥିଲେ। ଶୁକ୍ରବାର ବିଚାରପତି ୩ ବର୍ଷ ସଶ୍ରମ କାରାଦଣ୍ଡାଦଶ ସଜା ଶୁଣାଇବା ପରେ ପୁଣି ଅପିଲ କରି ଜାମିନରେ ଯାଇଥିଲେ।ଉକ୍ତ ମାମଲାକୁ ଅତିରିକ୍ତ ସରକାରୀ ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ସାହୁ ପରିଚାଳନା କରିଥିଲେ।

0
0
0
s2sdefault