ହେଡଲାଇନସ୍:

ବୃତ୍ତିଗତ ବ୍ୟାଙ୍କିଙ୍ଗ ଏବଂ ବୀମା ସଶକ୍ତିକରଣ ସମ୍ପର୍କୀୟ ବିକାଶ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟର ସ୍କୁଲ୍ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ବୃତ୍ତିଗତ ବ୍ୟାଙ୍କିଙ୍ଗ ଏବଂ ବୀମା ସଶକ୍ତିକରଣ ଆଧାରିତ ପରିଚାଳନା ବିକାଶ କାର୍ଯ୍ୟକ୍ରମ" ରଣନୈତିକ ବିକ୍ରୟ ଦକ୍ଷତା " ସମ୍ପର୍କୀୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସାଧନ ବ୍ୟକ୍ତି ଭାବେ ଭୁବନ ମୋହନ ବସ୍ତିୟା ଯୋଗଦେଇ ଉନ୍ନତ ବିକ୍ରୟ ପ୍ରଣାଳୀ, ଗ୍ରାହକ ଆନ୍ଦୋଳନ ରଣନୀତି ଓ ବର୍ତମାନର ବଜାର ଅନୁକୂଳତା ବିଷୟରେ କହିବା ସହ ବ୍ୟାଙ୍କିଙ୍ଗ ଏବଂ ବୀମା କ୍ଷେତ୍ରରେ କାର୍ଯ୍ୟରତ ବୃତ୍ତିଗତ ବ୍ୟକ୍ତିମାନଙ୍କ ମଧ୍ୟରେ ରଣନୈତିକ ବିକ୍ରୟ କୌଶଳ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର କୌଶଳ ବିଷୟରେ କହିଥିଲେ।
। ସମ୍ମାନୀୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର କୁଳପତି ଡ. ଏ ଭି ଏନ ଏଲ ଶର୍ମା, ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ଡିନ ଡ. ଡୁଲୁ ପଟ୍ଟନାୟକ ପ୍ରମୁଖ ମଞ୍ଚଶିନ ରହିଥିଲେ। ବିଭାଗର ମୁଖ୍ୟ ଡ ସୌମେନ୍ଦ୍ର ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଦେବାଶିଷ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁଣୁପୁର ଅଞ୍ଚଳର ବିଭିନ୍ନ ବ୍ୟାଙ୍କ ଓ ବୀମା କମ୍ପାନୀର ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

 

0
0
0
s2sdefault