ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ବ୍ଲକ ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପଦୋନ୍ନତି ପାଇଁ ଓ.ଟି.ଇ.ଟି ଭଳି କୁତ୍ସିତ ବ୍ୟବସ୍ଥା କୁ ପ୍ରତ୍ୟାହାର କରିବା ପାଇଁ ଆଜି ମେ ମାସ ୨୩ ତାରିଖ ଶୁକ୍ରବାର ୨୦୨୫ ଦିନ ଭଞ୍ଜନଗର ଗୋଷ୍ଠି ଶିକ୍ଷାଧିକାରିଣୀ ଶ୍ରୀମତୀ ଲୋପାମୁଦ୍ରା ରଥ ଙ୍କ ଜରିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ମହୋଦୟା ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।
ଦୁଃଖ ଓ ପରିତାପ ର ବିଷୟ ଏହିକି ଯେ ,ସାଧାରଣ ପ୍ରଶାସନ ବିଭାଗ ତରଫରୁ ଚିଠି ନ-୧୨୬୩୭, ତା -୦୩-୦୫-୨୦୨୫ ରିଖ ପଦୋନ୍ନତି ସକାଶେ ସମସ୍ତ ଶିକ୍ଷକ ନିମନ୍ତେ OTET ବାଧ୍ୟତାମୂଳକ ଅଟେ । ଦୀର୍ଘ ବର୍ଷ ଚାକିରି କାଳ ପରେ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପଦୋନ୍ନତି ସରକାର ଙ୍କ ଏକ ହୀନ ଚକ୍ରାନ୍ତ ବୋଲି ବିବେଚିତ ହୋଇଚି। ଶିକ୍ଷକ ଙ୍କ ବୟସ ଓ ମାନସିକ ଅବସ୍ଥା ପ୍ରତି ଆଦୌ ସଚେତନ ନ ହୋଇ ସମସ୍ତ ଶିକ୍ଷକ ଙ୍କୁ OTET ପଦୋନ୍ନତି ପାଇଁ ବାଧ୍ୟ କରିବା ଏକ ନିନ୍ଦନୀୟ ବ୍ୟବସ୍ଥା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି। ଓଡ଼ିଶା ରାଜ୍ୟ ରେ ଗୋଟିଏ ସରକାର ଗୋଟିଏ ବିଭାଗ ମଧ୍ୟରେ ଥିବା ଏଲିମେଣ୍ଟାରି ଓ ସେକେଣ୍ଡାରୀ ମଧ୍ୟରେ ଏତେ ପାତର ଅନ୍ତର ନିତି ଅଗଣତାନ୍ତ୍ରିକ। ସରକାର ମୂଳ ସମସ୍ୟା ଯଥା ପ୍ରାଥମିକ ଶିକ୍ଷା ରେ ଠିକା ଉଛେଦ,୬/୮ ବର୍ଷ କୁ ମୂଳ ଚାକିରି ରେ ଗଣନା କରି ନୋସନାଲ ଇନକ୍ରେମେନ୍ଟ
ପ୍ରଦାନ ଏବଂ ୨୨ ଟି ରାଜ୍ୟ ଭଳି ଅବିକଳ କେନ୍ଦ୍ରୀୟ ହାର ରେ ଦରମା ପ୍ରଦାନ କରିବାର ସମସ୍ୟା ର ସମାଧାନ ନିମନ୍ତେ ଆଦୌ ଗୁରୁତ୍ୱ ନ ଦେଈ ଦୀର୍ଘ ବର୍ଷ ଚାକିରି କରୁଥିବା ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ପାଇଁ OTET ବାଧ୍ୟ କରିବା , ପ୍ରାଥମିକ ଶିକ୍ଷକଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଅଧିକ ସ୍ପଷ୍ଟ ଭାବେ ବାରି ହୋଇପାରୁଛି ।ଏଣୁ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଭଞ୍ଜନଗର ର ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଭଞ୍ଜନଗର ଗୋଷ୍ଠି ଶିକ୍ଷାଧିକାରିଣୀ ଙ୍କ ଜରିଆ ରେ OTET ଭଳି କୁତ୍ସିତ ବ୍ୟବସ୍ଥା କୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଛନ୍ତି।
ରାଜ୍ୟ
ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପଦୋନ୍ନତି ନିମନ୍ତେ ଓଟିଇଟି ପ୍ରତ୍ୟାହାର ପାଇଁ ଦାବିପତ୍ର
- Hits: 15