ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାବାସୀମାନଙ୍କୁ ଜଣାଇ ଦିଆଯାଉଛି ଯେ , ମାନ୍ୟବର ଜାତୀୟ ଆଇନ୍ ସେବା ପ୍ରାଧିକରଣ (NALSA) , ନୂଆ ଦିଲ୍ଲୀ ଓ ଓଡିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ (OSLSA) , କଟକ ନିର୍ଦ୍ଦେଶକ୍ରମେ , ସାଥୀ ପ୍ରଚାର କାର୍ଯ୍ୟକ୍ରମ ଚଳିତ ମଇ ମାସ ୨୬ ତାରିଖ ଠାରୁ ଆସନ୍ତା ମାସ ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ।
ଏହି କାର୍ଯ୍ୟକ୍ରମରେ ୧୮ ବର୍ଷରୁ କମ୍ ଅବହେଳିତ ଶିଶୁ ମାନଙ୍କୁ ଚିହ୍ନଟ ଓ ସେମାନଙ୍କର ଆଧାର ସଂଯୋଗୀକରଣ ନିମନ୍ତେ ପଦକ୍ଷେପ ନିଆଯାଇ ସେମାନଙ୍କୁ ବିଭିନ୍ନ ସରକାର ଯୋଜନାରେ ଅର୍ନ୍ତଭୁକ୍ତ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ସମସ୍ତ ଜନସାଧାରଣଙ୍କୁ ଜଣାଇଦିଆଯାଉଛି ଯେ ଯଦି କୌଣସି ଅବହେଳିତ ଶିଶୁ ଆପଣଙ୍କର ଗୋଚରରେ ଆସନ୍ତି, ତେବେ ନିଜ ଅଞ୍ଚଳର ଆଶା ଓ ଅଙ୍ଗନାବାଡି କର୍ମୀଙ୍କୁ ଅବଗତି କରାଇବେ କିମ୍ବା ଜିଲ୍ଲା ଆଇନ ସେବା ପ୍ରାଧିକରଣ , ପାରାଳାଖେମୁଣ୍ଡିଙ୍କୁ ଜଣାଇବାକୁ ଅନୁରୋଧ।
ରାଜ୍ୟ
ସାଥୀ ଅଭିଯାନ, ଅବହେଳିତ ଶିଶୁ ମାନଙ୍କୁ ଆଧାର ସଂଯୋଗୀକରଣ
- Hits: 36