ଖପ୍ରାଖୋଲ(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ସାନଗୁର୍ଜିଭଟା ସ୍କୁଲର ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଲାଠୋର ପୋଲିସ l ଚଳିତ ମାସ ୨୦ ତାରିଖ ଦିନ ସୋମବାର ବିଳମ୍ବିତ ରାତିରେ ସାନଗୁର୍ଜିଭଟା ଗ୍ରାମ ସ୍କୁଲରୁ ୨୫ ବସ୍ତା ଚାଉଳ ଚୋରି ହୋଇଥିବା ନେଇ ସହକାରୀ ଶିକ୍ଷକ ଭଗବାନ ସେଠ ଲାଠୋର ଥାନାରେ ଅଭିଯୋଗ କରିଥିଲେ l ତାଙ୍କ ଏତଲାକୁ ଭିତ୍ତି କରି ପୋଲିସ ୮୪/୨୦୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଏହି ଘଟଣାରେ ସାନଗୁର୍ଜିଭଟା ଗ୍ରାମର ୬ ଜଣ ନାବାଳକ ଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା l ସମ୍ପୃକ୍ତ ୬ ଜଣ ନାବାଳକ ଙ୍କୁ ଥାନାକୁ ଆଣି ପଚରା ଉଚରା କରିବାରୁ ସେମାନେ ସତ ମାନିଥିଲେ l ନାବାଳକ ମାନେ ରାତି ବିଦ୍ୟାଳୟରୁ ୨ ଗୋଟି ବାଇକ ଯୋଗେ ଚାଉଳ ନେଇ ଝଲିଆଲିଟି ରେଳ ଫାଟକ ନିକଟରେ ଥିବା କାହ୍ନୁ ମେହେରଙ୍କୁ ଚାଉଳ ବିକ୍ରି କରିଥିବା କହିଥିଲେ l ତାପରେ ପୋଲିସ କାହ୍ନୁ ଙ୍କ ଘର ଉପରେ ଚଢ଼ାଉ କରି ତାଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୧୨ ବସ୍ତା ଚାଉଳ ଜବତ କରିଥିଲା l ଚୋରିରେ ବ୍ୟବହୃତ ଦୁଇ ଗୋଟି ବାଇକ ମଧ୍ୟ ଜବତ କରିଛି l ଗୁରୁବାର କାହ୍ନୁ ମେହେର ଙ୍କୁ ପାଟଣାଗଡ କୋର୍ଟ କୁ ଚାଲାଣ କରିଥିବା ବେଳେ ସମ୍ପୃକ୍ତ ୬ ଜଣ ନାବାଳକ ଙ୍କୁ ବଲାଙ୍ଗିର ଜୁବିନାଇଲ କୋର୍ଟକୁ ପଠେଇଥିବା ଥାନା ଅଧିକାରୀ ରାକେଶ ବେହେରା ପ୍ରକାଶ କହିଛନ୍ତି l
ରାଜ୍ୟ
ସ୍କୁଲ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣାର ପର୍ଦ୍ଦାଫାଶ
- Hits: 8