ହେଡଲାଇନସ୍:

ମାଆ ବ୍ରାହ୍ମଣଦେବୀଙ୍କ ନଗର ପରିକ୍ରମାରେ ଦୁଲୁକୁଛି ବେଲଗୁଣ୍ଠା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରରେ ଚାଲିଥିବା ଐତିହାସିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ ଅବସରରେ ମାଆଙ୍କ ଦୈନନ୍ଦିନ ନଗର ପରିକ୍ରମାରେ ବିଭିନ୍ନ ବାଣ ପଟୁଆର ଓ ସାଜସଜ୍ଜାରେ ବେଲଗୁଣ୍ଠା ଆକାଶ ଆଲୋକିତ ହେଉଥିବା ବେଳେ ସହର ଦୁଲୁକୁଛି I ଗତ ମଙ୍ଗଳବାର ଦିନ ପୂର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ରଙ୍କ ତରଫରୁ ନଗର ପରିକ୍ରମା କରାଯାଇଥିଲା I ପରମ୍ପରା ମୁତାବକ ରବୀନ୍ଦ୍ରନାଥ ମହାପାତ୍ରଙ୍କ ପରିବାର ବର୍ଗ ଏବଂ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସକାଳ ଦଶଟାରେ ଏକ ଶୋଭାଯାତ୍ରାରେ ବାହାରି ମାଆଙ୍କ ଅସ୍ଥାୟୀ ପୀଠରେ ପହଞ୍ଚି ନିମନ୍ତ୍ରଣ କରିଥିଲେ I ସନ୍ଧ୍ୟାରେ ମାଆଙ୍କ ନଗର ପରିକ୍ରମା ଆରମ୍ଭ ହୋଇଥିଲା I ସୁଦୂରରୁ ଆସିଥିବା ବାଣ କାରିଗର ସୁନ୍ଦର ଆତସବାଜି ପ୍ରଦର୍ଶନ କରିଥିଲେ I ବୁଧବାର ଦିନ ଗୋପୀନାଥ ସାହିର କୁମାରୀ ପାଣିଗ୍ରାହୀଙ୍କ ପରିବାରବର୍ଗଙ୍କ ପକ୍ଷରୁ ମାଆଙ୍କ ନଗର ପରିକ୍ରମା ହୋଇଥିଲା I ସକାଳେ ନଗର ପରିକ୍ରମା ସମୟରେ ସହରର ଏକ ହଜାରରୁ ଅଧିକ ବ୍ୟକ୍ତି ବିଶେଷ ଅତିଥି ରୂପେ ଯୋଗ ଦେଇ ମାଆଙ୍କ ନିମନ୍ତ୍ରଣ ପାଇଁ ଯାଇଥିଲେ I ସନ୍ଧ୍ୟାରେ ବାଲିଗୁଡାର ନବଦୁର୍ଗା ବେଶ,କାଠି ନାଚ,ଡିଜେ, ପଶୁମୁଖା ନୃତ୍ୟ ଏବଂ ମହିଳା ସଂକୀର୍ତ୍ତନ ମଣ୍ଡଳୀକୁ ନେଇ ବିରାଟ ପଟୁଆର ଆରମ୍ଭ ହୋଇଥିଲା I ଏଥିସହିତ ବାଣ କାରିଗର ମାନଙ୍କ ଦ୍ୱାରା ଆତସବାଜି ପ୍ରଦର୍ଶନ ହୋଇଥିଲା I ଫଳରେ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଥିଲା Iସେହିପରି ଆଜି ବଣିକ ସଂଘ ସଭାପତି ଚିନମ୍ ସନତ୍ କୁମାର ସୁବୁଦ୍ଧିଙ୍କ ଦ୍ୱାରା ହାଟପଦା ସାହିରେ ଶିବ ପାର୍ବତୀଙ୍କ ମେଢ଼ ଉଦ୍ଘାଟନ ହୋଇଯାଇଛି I ଦିନକୁ ଦିନ ମାଆ ବ୍ରାହ୍ମଣ ଦେବୀଙ୍କ ଯାତ୍ରାରେ ଗହଳି ଏବଂ ପଟୁଆର ବଢ଼ି ଚାଲିଛି I ବିଭିନ୍ନ ସାହିରେ ବହୁ ଆକର୍ଷଣୀୟ ମେଢ ଏବଂ ଆକର୍ଷଣୀୟ ଆଲୋକ ସଜ୍ଜା ଦର୍ଶକମାନଙ୍କୁ ବିଭୋର କରୁଛି I ବିଭିନ୍ନ ସାହି ତରଫରୁ ଭକ୍ତମାନଙ୍କ ପାଇଁ ଖେଚୁଡି଼,କାନିକା ପ୍ରସାଦ, ପଣା,ଉପମା ଆଦି ବଣ୍ଟନ କରାଯାଉଛି I ସେହିପରି ମୀନବଜରରେ ରାମଦୋଳି ଦୋଳି, ଟୋରଟୋରା,ବ୍ରେକ୍ ଡ୍ୟାନ୍ସ୍ ସହିତ ବହୁ ଆକର୍ଷଣୀୟ ଖେଳନା ସାମଗ୍ରୀ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକଙ୍କୁ ମଧ୍ୟ ଆକୃଷ୍ଟ କରୁଛି I ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ୍ ପ୍ରଶାସନ ଏବଂ ନିରାପତ୍ତା ପାଇଁ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି I

0
0
0
s2sdefault