ଓଡ଼ଗାଁ,୨୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ରାଜସ୍ୱ ଅଞ୍ଚଳର କୋମଣ୍ଡ ଓ ରୋହିବାଙ୍କ ବେଆଇନ ମାଙ୍କଡ଼ା ପଥର ଖଣିରୁ ପଥରକଟା ଏବଂ ଚାଲାଣକୁ ନେଇ ଦୀର୍ଘଦିନ ଧରି ଲାଗିରହିଥିବା ବିବାଦ ତୁଟୁନାହିଁ । ଏବେ ମାଙ୍କଡ଼ା ଖଣି ଉପରେ ସମସ୍ତଙ୍କ ନଜର କେନ୍ଦ୍ରିଭୁତ ହୋଇଥିବା ବେଳେ ବୁଧବାର ରାତିରେ ୨ ଗୋଷ୍ଠୀ ମଧ୍ୟରେ ଉପୁଜୀଥିବା ବିବାଦକୁ ପ୍ରଶମିତ କରିବା ପାଇଁ ଉଭୟପକ୍ଷ କୋମଣ୍ଡ ଢ଼ାବା ଠାରେ ମିଳିତ ହୋଇଥିଲେ । ଆଲୋଚନାରୁ ଉତେଜନା ସୃଷ୍ଟି ହୋଇଥିଲା । ଚେୟାର ଫିଙ୍ଗା ଫିଙ୍ଗି କରୁଥିବା ବେଳେ ଭଙ୍ଗା ଚେୟାରର ପ୍ରହାରରେ ଅନ୍ୟ ଜଣଙ୍କର ମୁଣ୍ଡରେ ଗଭିର କ୍ଷେତ ସୃଷ୍ଟି ହୋଇଥିଲା । ଗୁରୁତର ଆହତହୋଇପଡିଥିବା ଯୁବକ ଜଣକ ହେଲେ ରୋହିବାଙ୍କ ବାଘୁଆଛକର ବିଶ୍ବନାଥ ପଣ୍ଡାଙ୍କ ପୁଅ ଜଗନ୍ନାଥ ପଣ୍ଡା(୨୬) । ଜଗନ୍ନାଥ ଗୁରୁତର ହୋଇପଡିବା ପରେ ଗଣ୍ଡଗୋଳ କମିଯାଇଥିଲା । ତାକୁ ସଂଗେ ସଂଗେ ଓଡ଼ଗାଁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ନୟାଗଡ଼ ସ୍ଥାନାନ୍ତର କରାଯାଇଥିଲା । ଏବେ ଏହି ଘଟଣାକୁ ନେଇ ପରିସ୍ଥିତିକୁ ଜଟିଳ ହେବାକୁ ଲାଗିଛି । ଘଟଣାରୁ ପ୍ରକାଶ ଯେତେବେଳେ ମାଙ୍କଡ଼ା ଚାଲାଣ ସଂପୂର୍ଣ୍ଣ ବନ୍ଦଥିଲା । ମଙ୍ଗଳବାର ରାତିରେ ଏକ ମାଙ୍କଡା ବୋଝେଇ ଟ୍ରକ ବାହାରକୁ ଚାଲାଣ ହେଉଥିବା ବେଳେ ତାକୁ ବିରୋଧ କରିବାରୁ ତାହାକୁ ଏକ ଗୁପ୍ତ ସ୍ଥାନରେ ଅଟକାଇ ରଖାଯାଇଥିଲା । ପରିସ୍ଥିତି ସ୍ବାଭାବିକ ହେବାପରେ ବିଳମ୍ବିତ ରାତ୍ରିରେ ଟ୍ରକଟି ତାର ଗନ୍ତବ୍ୟ ସ୍ଥାନକୁ ଚାଲିଯାଇଥିଲା । ପରଦିନ ସକାଳେ ଏ ବିଷୟରେ ଜଣାପଡିବା ପରେ ମାଙ୍କଡ଼ା ଖଣି ସହିତ ସମ୍ପୃକ୍ତ ଥିବା ମାଫିଆମାନେ ସନ୍ଧ୍ୟାରେ ଏକାଠି ହେବାକୁ ସ୍ଥିର କରିଥିଲେ । ତଦନୁଯାୟୀ ସନ୍ଧ୍ୟାରେ ଡିପ୍ଳମା କଲେଜ ସାମ୍ନା ଢାବାରେ ଏକାଠି ହୋଇଥିଲେ । ଏବଂ ଆଲୋଚନା ବେଳେ ଜଗନ୍ନାଥ ପଣ୍ଡା ଟ୍ରକଟିକୁ ଛାଡିଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଫଳରେ ଆଲୋଚନାରୁ ଉତେଜନା ଓ ପରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳର କିଛି ଲୋକ ଗୋଟିଏ ପକ୍ଷର ଡାକରାରେ ଆସି ଆଲୋଚନା ବେଳେ ଢ଼ାବାରେ ଥିଲେ । ଗଣ୍ଡଗୋଳ ସମୟରେ ପ୍ଳାଟିକ ଚେୟାରରେ ବାଡିଆପିଟା ଫଳରେ କେତେକ ଚେୟାର ଭାଙ୍ଗି ଯାଇଥିଲା । ଏହି ଭଙ୍ଗା ଚେୟାର ମାଡ଼ରେ ଜଗନ୍ନାଥର ମୁଣ୍ଡ ଫାଟିଯାଇଥିବା ଓଡ଼ଗାଁ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାଯାଏ । ଆହତଙ୍କ ପିତା ବିଶ୍ଵନାଥ ପଣ୍ଡା ଉକ୍ତ ଘଟଣାକୁ ନେଇ ଓଡ଼ଗାଁ ଥାନାରେ ଗୁରୁବାର ଲିଖିତ ଅଭିଯୋଗ କରିବା ପରେ ଓଡ଼ଗାଁ ପୋଲିସ ୧୪୯ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ତେବେ ଗୁରୁବାର ସନ୍ଧ୍ୟା ସୁଧା ଅଭିଯୁକ୍ତ କୋମଣ୍ଡର ସରୋଜ କୁମାର ପୃଷ୍ଟି (ବୁଲୁ) ଏବଂ ପ୍ରଭାତ ଦାସଙ୍କୁ ପୋଲିସ ଏନେଇ ପଚରାଉଚରା କରିନଥିବା ଜଣାଯାଇଛି ।
ରାଜ୍ୟ
କୋମଣ୍ଡ ଖଣିରୁ ମାଙ୍କଡ଼ା ପଥର ଚାଲାଣକୁ ନେଇ ଗୋଷ୍ଠୀ ବିବାଦ: ସଂଘର୍ଷରେ ଜଣେ ଗୁରୁତର
- Hits: 203