ଓଡ଼ଗାଁ,୨୨।୫(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଓ କୋମଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳା ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ବିଜ୍ଞାନ ବିଭାଗରେ ୫୪୪ ନମ୍ବର ରଖି ରୁଦ୍ର ଭଟ କଲେଜ ଟପ୍ପର ହୋଇଥିବା ବେଳେ ସଂଗ୍ରାମ ବେହେରା ଓ ସନ୍ତୋଷୀ ସାହୁ ଉଭୟ ୫୪୩ ନମ୍ବର ରଖି ଯୁଗ୍ମ ଭାବେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ୫୩୨ ନମ୍ବର ରଖି ଦିବ୍ୟରଞ୍ଜନ ଦାଶ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୫ ପରୀକ୍ଷା ଫଳ ବୁଧବାର ଅପରାହ୍ନରେ ପ୍ରକାଶ ପାଇଥିଲା । ୧୭୫ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୧୩୮, ଦ୍ବିତୀୟ ଶ୍ରେଣୀରେ ୨୯ ଏବଂ ତୃତୀୟ ଶ୍ରେଣୀରେ ୨ ଜଣ ଉତିନ୍ନ ହୋଇଛନ୍ତି । ସେହିପରି କୋମଣ୍ଡ ବିଜ୍ଞାନ ବିଭାଗ ପରୀକ୍ଷାରେ ୩୬ ଜଣଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୮ଜଣ, ଦ୍ବିତୀୟ ଶ୍ରେଣୀରେ ୧୫ ଓ ତୃତୀୟ ଶ୍ରେଣୀରେ ୬ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ଏଥି ସହିତ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ +୨ କଳା ବିଭାଗ ପରୀକ୍ଷାରେ ୫୨୧ ନମ୍ବର ରଖି ସୀମା ନାୟକ କଲେଜ ଟପ୍ପର ହୋଇଥିବା ବେଳେ ପ୍ରିୟସ୍ମିତା ପ୍ରଧାନ ୫୧୫ ନମ୍ବର ରଖି ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଆୟୁସ୍ମିତା ପାତ୍ର ୫୧୩ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨୦୨୫ ପରୀକ୍ଷା ଫଳ ବୁଧବାର ଅପରାହ୍ନରେ ପ୍ରକାଶ ପାଇଥିଲା । ୪୧୨ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୧୦୭, ଦ୍ବିତୀୟ ଶ୍ରେଣୀରେ ୫୩ ଏବଂ ତୃତୀୟ ଶ୍ରେଣୀରେ ୧୬୨ ଜଣ ଉତିନ୍ନ ହୋଇଛନ୍ତି । ସେହିପରି ପତ୍ରମାଧ୍ୟମରେ ଶିକ୍ଷା ପରୀକ୍ଷା ଦେଇଥିବା ୨୯ ଜଣଙ୍କ ମଧ୍ୟରୁ ଦ୍ବିତୀୟ ଶ୍ରେଣୀରେ ୩ ଏବଂ ତୃତୀୟ ଶ୍ରେଣୀରେ ୧୨ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାର ଇଡିଏ ରେ ପ୍ରଥମ ଶ୍ରେଣୀରେ ୧ ଜଣ ଏବଂ ଦ୍ବିତୀୟରେ ୧ ଜଣ ପାସ କରିଛନ୍ତି । ସେହିପରି କୋମଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +୨ କଳାରେ ୫୬ ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୬ ଜଣ, ଦ୍ବିତୀୟ ଶ୍ରେଣୀରେ ୧୪ ଏବଂ ତୃତୀୟ ଶ୍ରେଣୀରେ ୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି ।
ରାଜ୍ୟ
ଓଡ଼ଗାଁ କଲେଜ ଓ କୋମଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳା ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ
- Hits: 119