ସୁନ୍ଦରଗଡ଼: ମଦଭାଟି ଲାଇସେନ୍ସ ମଞ୍ଜୁରୀ ପାଇଁ ଗ୍ରାମସଭା ,ବିରୋଧ କଲେ ଲଇକେରା ଗ୍ରାମ ପଞ୍ଚାୟତର ସମସ୍ତ ୧୧ ଗୋଟି ୱାର୍ଡ ବାସୀ।ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଲଇକେରା ଗ୍ରାମ ପଞ୍ଚାୟତରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା ୧୬୧୪ ଅନୁଯାୟୀ ଗୋପାଳପୁର ରେ ଥିବା ମଦଭାଟି କୁ ଲଇକେରାରେ ସ୍ଥାପନ କରିବା ପାଇଁ ଲାଇସେନ୍ସ ମଞ୍ଜୁରୀ ପାଇଁ ସରପଞ୍ଚ ଦିନେଶ ନାଏକଙ୍କ ସଭାପତିତ୍ବରେ ଆଜି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ପଞ୍ଚାୟତର ନଙ୍ଗଲକଟା, ଠିଠେଇ ଟାଙ୍ଗର,ଲଇକେରା,ସାରେସମାଲ, ବନ୍ଧପାଲି, କାଲୋବାହାଲ,ବାଲି ଯୋରି ଗ୍ରାମର ଗ୍ରାମବାସୀ ମାନେ ଯୋଗଦେଇ ମଦଭାଟି ଖୋଲିବାକୁ ସମ୍ପୂର୍ଣ୍ଣ ବିରୋଧ କରିଥିଲେ।ମଦଭାଟି ହେଲେ ସ୍ଥାନୀୟ ଲୋକେ ବଡ଼ ଧରଣର ବିରୋଧ କରିବେ ବୋଲି କହିଛନ୍ତି ଗ୍ରାମବାସୀ।ଅଞ୍ଚଳର ସମସ୍ତଙ୍କ ମତ ଅନୁସାରେ ଗ୍ରାମସଭାରେ ମଦଭାଟି ନ ଖୋଳିବାକୁ ପ୍ରସ୍ତାବ ଗୃହୀତ ହୋଇଛି।ଅନ୍ୟପଟେ ଦେଖିବାକୁ ଗଲେ ଏହି ଗାଁ ରେ ପୂର୍ବରୁ ଗୋଟିଏ ମଦଭାଟି ରହିଥିବା ବେଳେ ଦ୍ଵିତୀୟ ମଦଭାଟି ଯାହାକି ଗୋପାଳପୁର ରେ ଥିବା ମଦଭାଟି କୁ ସ୍ଥାନାନ୍ତର କରି ଏହି ଲଇକେରା ଗ୍ରାମରେ ଖୋଲିବାର ଯୋଜନା ରହିଛି।ଗ୍ରାମର କିଛି ଅସାଧୁ ବ୍ୟକ୍ତି ମଦଭାଟି ଲାଇସେନ୍ସ ମଞ୍ଜୁରୀ ପ୍ରଦାନ ପାଇଁ ସହଯୋଗ କରୁଥିବା ବେଳେ ପଞ୍ଚାୟତର ସମସ୍ତ ୱାର୍ଡ ବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ।ଅନ୍ୟପଟେ ଶାନ୍ତି ଓ ଭାଇଚାରାର ବାର୍ତା ବହନ କରୁଥିବା ଏହି ଗାଁ ଆଜି ମଦର କରାଳ ଛାୟାରେ ଜର୍ଜରିତ । ପୂର୍ବରୁ ଯେଉଁ ଗୋଟିଏ ମଦଭାଟି ରହିଛି ସେଥିପାଇଁ ଗାଁ ରେ ଅରାଜକତା ବଢ଼ି ଚାଲିଥିବା ବେଳେ ଏବେ ଆଉ ଗୋଟିଏ ମଦଭାଟି ଖୋଲିବାକୁ ଯୋଜନା କରୁଛି ପ୍ରଶାସନ।ଅନ୍ୟପଟେ ଏହି ମଦ ବିକ୍ରି ବଢିବା ଯୋଗୁଁ ଅଞ୍ଚଳରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ବେଳେ ବର୍ଷକ ମଧ୍ୟରେ ଏହି ଗାଁ ରୁ ମଦ ଯୋଗୁଁ ବିଭିନ୍ନ ଦୁରାରୋଗ୍ୟ ରେ ପୀଡ଼ିତ ହୋଇ ପ୍ରାୟ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା କଥା କହିଛନ୍ତି ସରପଞ୍ଚ ।ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ମଦଭାଟି ଲାଇସେନ୍ସ ମଞ୍ଜୁରୀ କୁ ରଦ୍ଦ କରନ୍ତୁ ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଗ୍ରାମବାସୀ।
ରାଜ୍ୟ
ମଦଭାଟି ଲାଇସେନ୍ସ ମଞ୍ଜୁରୀ କୁ ପଞ୍ଚାୟତବାସୀଙ୍କ ବିରୋଧ
- Hits: 123