ହେଡଲାଇନସ୍:

ଆଇବିସି ମୁମ୍ବାଇ ୨୦୨୫ରେ ଓଏଚ୍ଏସ୍ଇ ସେବା ଉତ୍କର୍ଷତା ପାଇଁ ଟିପିସିଓଡିଏଲ୍କୁ ଗୋଲ୍ଡ ଟ୍ରଫି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ମୁମ୍ବାଇଠାରେ ଅନୁଷ୍ଠିତ ଇଂଟରନ୍ୟାସନାଲ୍ ବିଜନେସ୍ କନ୍ଫରେନ୍ସ (ଆଇବିସି) ତଥା ପୁରସ୍କାର ସମାରୋହ ୨୦୨୫ରେ ସମ୍ମାନଜନକ ପୁରସ୍କାର ସହ ସମ୍ମାନିତ ହୋଇଛି । ବିଦୁ୍ୟତ୍ ଶକ୍ତି ସଂଚାରଣ ବର୍ଗରେ ସେବା କ୍ଷେତ୍ରରେ ବୃତିଗତ ସ୍ୱାସ୍ଥ୍ୟ, ସୁରକ୍ଷା ଓ ପରିବେଶ (ଓଏଚ୍ଏସ୍ଇ) ସେବା ଉତ୍କର୍ଷ ପାଇଁ କମ୍ପାନି ଗୋଲ୍ଡ ଟ୍ରଫି ଓ ସାର୍ଟିଫିକେଟ୍ ହାସଲ କରିଛି ।
ସେବା ଭିତିକ ଶିଳ୍ପରେ ସ୍ୱାସ୍ଥ୍ୟ, ସୁରକ୍ଷା ଓ ପରିବେଶ ଅଭ୍ୟାସ ପାଇଁ ଉଚ୍ଚ ମାନକ ବଜାୟ ରଖିବାରେ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍ର ଉତ୍କୃଷ୍ଟ ପ୍ରଦର୍ଶନ ଓ ଉଲ୍ଲେଖନୀୟ ସଫଳତାକୁ ଏହି ସମ୍ମାନ ସ୍ୱୀକୃତି ଦେଉଛି । ଏକ ସୁରକ୍ଷିତ ଓ ସ୍ଥାୟୀ କର୍ମ ପରିବେଶ ସୃଷ୍ଟି କରିବାରେ ସେମାନଙ୍କ ସମର୍ପଣ ଶିଳ୍ପରେ ଉତ୍କର୍ଷତା ପାଇଁ ଏକ ମାନଦଣ୍ଡ ଧାର୍ଯ୍ୟ କରିଛି ।
ଟିମ୍କୁ ଅଭିନନ୍ଦନ ଜଣାଇ ଟିପିସିଓଡିଏଲ୍ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ସୁରକ୍ଷା ହେଉଛି ଟିପିସିଓଡିଏଲ୍ର ମୂଳ ମୂଲ୍ୟ ଏବଂ ଆମ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ କାର୍ଯ୍ୟ ପରିବେଶ ପ୍ରଦାନ କରିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ । ଏକ ସୁରକ୍ଷିତ ଓ ସ୍ଥାୟୀ କର୍ମ ସଂସ୍କୃତିକୁ ସୁଦୃଢ଼ କରିବା ପାଇଁ ଆମ ଟିମ୍ର ଦୃଢ଼ ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏହି ପୁରସ୍କାର । ନିଜର କାମ, ନବସୃଜନ ଓ ସୁରକ୍ଷା ପ୍ରୋଟୋକଲ୍କୁ ପାଳନ କରିବାରେ ସମଗ୍ର ଟିପିସିଓଡିଏଲ୍ ଟିମ୍କୁ ମୁଁ ପ୍ରଶଂସା କରୁଛି ଯାହା ଏହି ସମ୍ମାନ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଥିଲା । ଉତ୍କର୍ଷତାର ସହ ଆମ ସମୁଦାୟକୁ ସେବା ପ୍ରଦାନ କରିବା ଲାଗି ଆମ ସୁରକ୍ଷା ଅଭ୍ୟାସକୁ ସୁଦୃଢ଼ କରିବା ଏବଂ ନବସୃଜନକୁ ଆଗକୁ ବଢ଼ାଇବା କାର୍ଯ୍ୟକୁ ଆମେ ଜାରି ରଖିବୁ ।"

 

 

0
0
0
s2sdefault