ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶରେ ଅବସ୍ଥିତ ଆର୍ସଲରମିତଲର ସର୍ବବୃହତ ନବୀକରଣୀୟ ଶକ୍ତି ଉଦ୍ୟୋଗ ଏକ ୧ ଗିଗାୱାଟ ସୌର ଓ ପବନ ପ୍ରକଳ୍ପ ନିକଟରେ ଏଏମ୍/ଏନଏସ ଇଣ୍ଡିଆକୁ ସ୍ୱଚ୍ଛ ବିଦୁ୍ୟତ ଶକ୍ତି ପ୍ରଦାନ ଆରମ୍ଭ କରିଛି । ଏଏମ୍/ଏନଏସ ଇଣ୍ଡିଆ ହେଉଛି ନିପ୍ପନ ଷ୍ଟିଲ ସହ ଆର୍ସଲରମିତଲର ୬୦/୪୦ ଇଣ୍ଡିଆନ ଷ୍ଟିଲମେକିଂ ଯଏଂଟ ଭେଂଚର । ଆର୍ସଲରମିତଲର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ଏକ ସହାୟକ ସଂସ୍ଥା ଏଏମ ଗ୍ରୀନ ଏନର୍ଜି ଦ୍ୱାରା ବିକଶିତ, ନିର୍ମିତ ଓ ପରିଚାଳିତ ୦.୭ ବିଲିୟନ ଡଲାର ଏହି ପ୍ରକଳ୍ପ ଏଏମ୍/ଏନଏସ ଇଣ୍ଡିଆର କାର୍ବନ ନିର୍ଗମନକୁ ବାର୍ଷିକ ୧.୫ ମିଲିୟନ ଟନ ପର୍ଯ୍ୟନ୍ତ ହ୍ରାସ କରିବ ବୋଲି ଆଶା କରାଯାଉଛି, ଯାହା ଏଏମ/ଏନଏସ ଇଣ୍ଡିଆ ଦ୍ୱାରା ଉତ୍ପାଦିତ ଇସ୍ପାତର କାର୍ବନ ନିର୍ଗମନକୁ ୨୦୩୦ ସୁଦ୍ଧା ୨୦% ହ୍ରାସ କରିବା ଲକ୍ଷ୍ୟରେ ସହଯୋଗ କରିବ । ଭାରତର ଏହି ନବୀକରଣ ପ୍ରକଳ୍ପକୁ ଏକ ହାଇବ୍ରିଡ ପ୍ରକଳ୍ପ ଭାବେ ବିକଶିତ କରାଯାଇଛି ଯାହା ୧ ଗିଗାୱାଟ ସୌର ଓ ପବନ କ୍ଷମତାକୁ ଏକ ତୃତୀୟ-ପକ୍ଷ ହାଇଡ୍ରୋ ପମ୍ପ୍ଡ ଷ୍ଟୋରେଜ ସମାଧାନ ସହିତ ଏକୀକୃତ କରୁଛି (ବର୍ତମାନ ପରୀକ୍ଷଣାଧୀନ ଓ ଜୁନ ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବା ପାଇଁ ସ୍ଥିର କରାଯାଇଛି) ଯାହା ସାରା ଦିନ ସର୍ବନିମ୍ନ ୨୫୦ ମେଗାୱାଟ ବିଦୁ୍ୟତ ଯୋଗାଣକୁ ସୁନିଶ୍ଚିତ କରିବ ଏବଂ ଏହା ନିରନ୍ତର ଶକ୍ତି ଉତ୍ପାଦନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ଗୁଜରାଟର ହାଜିରାରେ ଏଏମ୍/ଏନଏସ ଇଣ୍ଡିଆର ଇସ୍ପାତ କାରଖାନାରେ ବର୍ତମାନର ବିଦୁ୍ୟତ ଆବଶ୍ୟକତାର ୨୦%ରୁ ଅଧିକ ପ୍ରଦାନ କରିପାରିବ ।
ଏ ସମ୍ପର୍କରେ ଆର୍ସଲରମିତଲର ସିଇଓ ଆଦିତ୍ୟ ମିତଲ କହିଛନ୍ତି, “ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନରେ ନନିବେଶ ଆର୍ସଲରମିତଲ ପାଇଁ ଏକ ଉତ୍ସାହଜନକ ନୂଆ ବ୍ୟବସାୟିକ କ୍ଷେତ୍ର ଅଟେ । ଏହା ଆମର ଉସ୍ପାତ ନିର୍ମାଣ ପରିଚାଳନା ପାଇଁ ସୁଲଭ ସ୍ୱଚ୍ଛ ଶକ୍ତି ସୁରକ୍ଷା ପ୍ରଦାନ କରୁଛି ଏବଂ ଆମର ଡିକାର୍ବନାଇଜେଶନ ଲକ୍ଷ୍ୟକୁ ସମର୍ଥନ କରୁଛି । ଭାରତ ପ୍ରକଳ୍ପ ହେଉଛି ଆମର କାର୍ଯ୍ୟକ୍ଷମ ହୋଇଥିବା ପ୍ରମୁଖ ନବୀକରଣଯୋଗ୍ୟ ପ୍ରକଳ୍ପଗୁଡିକ ମଧ୍ୟରୁ ପ୍ରଥମ । ଏହା ଏକ ବିଶାଳ ଓ ମହତ୍ୱାକାଂକ୍ଷୀ ପ୍ରକଳ୍ପ ଯାହାକୁ ପ୍ରାୟ ୧୮ ମାସ ମଧ୍ୟରେ ସୁରକ୍ଷିତ ଭାବେ ଓ ଦକ୍ଷତାର ସହ ସମ୍ପୂର୍ଣ୍ଣ କରାଯାଇଛି । ବର୍ତମାନ ଏହା ଏଏମ/ଏନଏସ ଇଣ୍ଡିଆକୁ ସ୍ୱଚ୍ଛ ବିଦୁ୍ୟତ ଶକ୍ତି ପ୍ରଦାନ କରୁଛି । ମୁଁ ଏହି ପ୍ରକଳ୍ପ ସହ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଉଛି । ଏହାର ସଫଳ ଡେଲିଭରି ଏକ ସୁରକ୍ଷିତ, ସ୍ଥାୟୀ ଉପାୟରେ ଭାରତରେ ଆମର ବର୍ଦ୍ଧିତ ଉପସ୍ଥିତି ପ୍ରତି ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି ।”
ଏହି ସୋଲାର ସାଇଟ ୨୪୦୦ ଏକରରୁ ଅଧିକ ଅଂଚଳରେ ପରିବ୍ୟାପ ରହିଛି ଏବଂ ୱାଇଣ୍ଡ ସାଇଟ ୭୦୦ ଏକରରୁ ଅଧିକ ସ୍ଥାନରେ ପରିବ୍ୟାପ୍ତ ରହିଛି । ବର୍ତମାନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ସି. ୧.୫ ମିଲିୟନ ସୋଲାର ପ୍ୟାନେଲ ଓ ୯୧ଟି ୱାଇଣ୍ଡ ଟର୍ବାଇନ ବାର୍ଷିକ ୨.୫ ବିଲିୟନ କିଲୋୱାଟ-ଆୱାର୍ଓ (କେଡବ୍ଲୁ୍ୟଏଚ)ର ବିଦୁ୍ୟତ ଶକ୍ତି ସୃଷ୍ଟି କରିବ ଯାହାକି ପ୍ରାୟ ୧୦ ମିଲିୟନ ଭାରତୀୟ ପରିବାରକୁ ସଶକ୍ତ କରିବା ସହିତ ସମାନ ଅଟେ । ଭାରତ, ବ୍ରାଜିଲ ଓ ଆର୍ଜେଂଟିନନାରେ ବର୍ତମାନ କମ୍ପାନୀର ୨.୩ ଗିଗାୱାଟର ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।