ହେଡଲାଇନସ୍:

ଇବ ନଦୀରେ ବିରାଟକାୟ ଅଜଗର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ: ସୁନ୍ଦରଗଡ ଇବନଦୀରେ ପହଁରୁଛି ଅଜଗର | ଅ।ଉ ଏହି ଅଜଗର ସହ ଜଣେ ଯୁବକ ଖେଳୁଥିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ନିକଟରେ ଥିବା ଇବ ନଦୀ କୁଳରେ । ପାଣିରେ ଏକ ବିରାଟ ଅଜଗର ପହଁରୁଥିବା ବେଳେ ସ୍ଥାନୀୟ ଅଂଚଳର ଜଣେ ଯୁବକ କେତେବେଳେ ଏହି ଅଜଗର ର ଲାଂଜକୁ ଧରି ଟାଣୁଛି ତ ଅ।ଉ କେତେବେଳେ ଅଜଗର ର ଅତି ପାଖକୁ ଯାଇ ସାପକୁ ଧରିବାକୁ ଚେଷ୍ଠା କରୁଛି ଏହି ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳିଛି। ଅଜଗର ସାପର ନାଁ ଶୁଣିଲେ ମନରେ ଛନକା ପଶୁଥିବା ବେଳେ ଏହି ଯୁବକ ଜଣକ ଏହି ବିରାଟକାୟ ସାପକୁ ଭୟ ନକରି ତା ପାଖକୁ ଯାଇ ଏଭଳି କରିବା ନିଶ୍ଚିତ ଭାବେ ବିପଜ୍ଜନକ ।

0
0
0
s2sdefault