ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ ବନବିଭାଗ ଗଣିଆ ଅଞ୍ଚଳରୁ ଗୋଟିଏ କଲରାପତରିଆ ବାଘ ଚମଡା ଜବତ କରିବା ସହ ଘଟଣାରେ ୩ଶିକାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ବନ୍ଧୁକ , ଗୁଳି , ଭୁଜାଲି ଜାଲ ଆଦି ଜବତ କରିଛି ବନବିଭାଗ । ଗଣିଆ ବନାଞ୍ଚଳରେ ପ୍ରାୟ ୫ ମାସ ତଳେ ଏହି ବାଘକୁ ଶିକାର କରାଯାଇଥିବାବେଳେ ବାଘର ବୟସ ୩ରୁ ୪ବର୍ଷ ମଧ୍ଯରେ ହେବ ବୋଲି ଡିଏଫଓ କହିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଖଳିସାହିର ତ୍ରିନାଥ ପ୍ରଧାନ , କାଚପଲ୍ଲିର ବିମ୍ବାଧର ନାୟକ ଏବଂ ରାମଚନ୍ଦ୍ର ଦଳବେହେରା । ଘଟଣାରେ ଅନ୍ଯ ଦୁଇଜଣ ଅଭିଯୁକ୍ତ ଫେରାର୍ ଅଛନ୍ତି ଏବଂ ସେମାନଙ୍କୁ ଅତିଶୀଘ୍ର ଧରାଯିବ ବୋଲି ଡିଏଫଓ କହିଛନ୍ତି । ଜଣେ ଫେରାର୍ ବ୍ଯକ୍ତିଙ୍କ ଛେଳିକୁ ବାଘ ମାରିଦେଇଥିବାରୁ ଜାଲ ଏବଂ କରେଣ୍ଟ ଲଗାଇ ଅଭିଯୁକ୍ତମାନେ ବାଘକୁ ମାରିଥିବା ସ୍ବିକାର କରିଛନ୍ତି । ତ୍ରିନାଥ ଜଣେ ପେସାଦାର ଶିକାରୀ ଏବଂ ବିଭିନ୍ନ ସମୟରେ ସେ ବନ୍ୟଜନ୍ତୁ ଶିକାର କରିଥିବା ଜଣାପଡିଛି । ବନବିଭାଗ, ଏସଟିଏଫ୍ ନୟାଗଡ ଜିଲ୍ଲାରୁ ବିଭିନ୍ନ ସମୟରେ ଶିକାରୀଙ୍କୁ ଗିରଫ କରୁଥିଲେ ମଧ୍ଯ ଜିଲ୍ଲାରୁ ବନ୍ଯଜନ୍ତୁ ଶିକାରୀଙ୍କ ପ୍ରାଦୁର୍ଭାବ କମୁନାହିଁ ।
ରାଜ୍ୟ
ଗଣିଆ ଅଞ୍ଚଳରୁ କଲରାପତରିଆ ବାଘ ଚମଡା ଜବତ: ୩ଶିକାରୀ ଗିରଫ
- Hits: 225