ହେଡଲାଇନସ୍:

ମନୋଜଙ୍କୁ ଓଡିଶା ଯୁବ କଂଗ୍ରେସ ସୋସିଆଲ ମିଡିଆ ରାଜ୍ୟ ସଂଯୋଜକ ଦାୟିତ୍ବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ, ୨୦/୫ : ମଙ୍ଗଳବାର ଓଡିଶା ଯୁବ କଂଗ୍ରେସ ସୋସିଆଲ ମିଡିଆ ଟିକୁ ପୁନର୍ଗଠିତ କରାଯାଇଛି । ଯେଉଁଥିରେ ପୁରୀରୁ ମନୋଜ କୁମାର ବେହେରାଙ୍କୁ ଓଡିଶା ଯୁବ କଂଗ୍ରେସ ସୋସିଆଲ ମିଡିଆ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ସହିତ ସୋସିଆଲ ମିଡିଆରେ ଯୁବ କଂଗ୍ରେସର ସକ୍ରିୟତା ଏବଂ ରାଜ୍ୟସ୍ତରରେ ଯୁବମାନଙ୍କ ସହ ଯୋଗାଯୋଗ ବଢ଼ିବା ଆଶା କରାଯାଉଛି।

ମନୋଜ ଏହି ଦାୟିତ୍ୱ ପାଇଁ ତାଙ୍କ ଉପରେ ଭରସା ରଖିଥିବା ପ୍ରିୟ ନେତା ରାହୁଲ ଗାନ୍ଧୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେ, ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚିବ, ମନୁ ଜେନ୍ (ସୋସିଆଲ ମିଡିଆ ସଭାପତି), ଓଡିଶାର ବିଭିନ୍ନ ଅଧିକାରୀ ଓ ନେତାମାନଙ୍କ ପ୍ରତି ଆଭାର ପ୍ରକାଶ କରିଛନ୍ତି।
ଆହୁରି ମଧ୍ଯ ସେ ସୌରଭ ପୌୱାର (ରାଷ୍ଟ୍ରୀୟ ସମ୍ପାଦକ), ଦୁଲାଲ ଶର୍ମା (ଓଡିଶା ସୋସିଆଲ ମିଡିଆ ପ୍ରଭାରୀ), ଭକ୍ତ ଚରଣ ଦାସ (ଓଡିଶା ପ୍ରଦେଶ କଂଗ୍ରେସ ସଭାପତି), ଅଜୟ କୁମାର ଲାଲୁ (ପ୍ରଦେଶ ପ୍ରଭାରୀ), କୃଷ୍ଣ ଚନ୍ଦ୍ର ମହାନ୍ତି (ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି), ଡ଼ା. ବିଶ୍ୱରଞ୍ଜନ ମହାନ୍ତି, ଡ଼ା. ସ୍ମୃତି ରଞ୍ଜନ ଲେଙ୍କା, ଅବିଳାସ ପତି, ଛବିନ୍ଦ୍ର ପଡିଆରୀ, ସୁଜିତ ମହାପାତ୍ର, ଅଞ୍ଜନ ସିଂହ ଓ ଦେବାଶିଷ ଦଇତାପତିଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି ମନୋଜ ।

ମନୋଜ କହିଛନ୍ତି, “ଏହି ଦାୟିତ୍ୱ ମୋ ପାଇଁ ଗୌରବର ବିଷୟ। ଯୁବମାନଙ୍କ ସହ ସଂଯୋଗ ବଢ଼ାଇବା, ସଠିକ୍ ସୂଚନା ବଣ୍ଟନ କରିବା ଓ ଯୁବ କଂଗ୍ରେସର ଭବିଷ୍ୟତ ଉଜ୍ଜ୍ୱଳ କରିବା ମୋର ପ୍ରାଥମିକ ଲକ୍ଷ୍ୟ ରହିବ।

0
0
0
s2sdefault