ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲା କାରାଗାରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର ତା-୧୮.୫.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବ୍ୟାସ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଆଳୀପିଙ୍ଗଳସ୍ଥିତ ଜିଲ୍ଲା କାରାଗାର ଅନ୍ତେବାସୀଙ୍କ ମାନସିକତାର ପରିବର୍ତ୍ତନ ପାଇଁ ଆନ୍ତର୍ଜାତୀକ ଗୀତା ମିଶନର ସଭାପତି ଚିଦାନନ୍ଦ ଦାସ ଓ ମାଳିକା ପ୍ରବଚକ ଦିବାକର ଦାସଙ୍କ ଦ୍ଵାରା ‘ଭୁଲରୁ ଭଲ ହେବା’ ଶୀର୍ଷକରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଇନ ସେବା ପ୍ରାଧିକରଣ ସଚିବ ବିଡିଡି ଚନ୍ଦନାଙ୍କ ସଭାପତିତ୍ଵରେ ଆନୁଷ୍ଠିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବ୍ୟାସ ଫାଉଣ୍ଡେସନର ଅଧକ୍ଷ୍ୟା ସ୍ନେହମୟୀ ଆଚାର୍ଯ୍ୟ, କାରାଗାରର ଭାରପ୍ରାପ୍ତ ଅଧୀକ୍ଷକ ମନସ୍ଵିନୀ ପାଣିଗ୍ରାହୀ, ଉପ ସହକାରୀ ଅଧୀକ୍ଷକ ଦର୍ପ ଭଞ୍ଜନ ଭୋଇ, ଆଇନ ସହାୟତା ପ୍ରତିରକ୍ଷା ଓକିଲ ଓଜଦ୍ୱିତୀ ମହାନ୍ତି, ଧୀରେନ୍ଦ୍ରନାଥ ଆଚାର୍ଯ୍ୟ, କାରାଗାର ଚିକିତ୍ସାଧିକାରୀ ଡାକ୍ତର ଶକ୍ତି ପ୍ରସାଦ ହୋତା, ଫାର୍ମାସିଷ୍ଟ ନିରଞ୍ଜନ ମାର୍ଥା ପ୍ରମୁଖ ଉପସ୍ଥିତ ଥିଲେ । ଆଇନ ସହାୟତା ପ୍ରତିରକ୍ଷା ଓକିଲ ଧିରେନ୍ଦ୍ରନାଥ ଆଚାର୍ଯ୍ୟ ଅତିଥି ପରିଚୟ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦୁଇ ଆଧ୍ୟାତ୍ମିକ ବକ୍ତା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଅପରାଧ ପ୍ରବଣତା ଜନ୍ମଗତ ନୁହେଁ । କୁସଂଗ, କୁପରିବେଶ, କୁଚିନ୍ତନ, କୁପଥ ପାଇଁ ବେଳେବେଳେ ମଣିଷ ଅପରାଧ କରିବଶେ । ମଣିଷର ସବୁଠୁ ବଡ ଶତ୍ରୁ ହେଉଛି ମଦ୍ୟପାନ । ମଦ୍ୟପାନ କରିବା ଦ୍ଵାରା ମଣିଷ ରୋଗଗ୍ରସ୍ତ ହେବା ସହ ମନରେ ଅପରାଧ ପ୍ରବଣତା ଜାତ ହୁଅ । ତେଣୁ ମଦ୍ୟପାନ ଠାରୁ ଦୂରରେ ରହିବା ଉଚିତ । କାରାଗାର ହେଉଛି ଏକ ଏପରି ସ୍ଥାନ ଯେଉଁଠାରେ ଏକାନ୍ତରେ ଏକାଗ୍ରତାରେ ଭଗବତ୍ ଚିନ୍ତନ କରିହୁଏ । ଅତୀତରେ ଦସ୍ୟୁ ରତ୍ନାକର ମଧ୍ୟ ଏକାଗ୍ରତାରେ ଭଗବତ୍ ଚିନ୍ତନ ଦ୍ଵାରା ବାଲ୍ମୀକି ହୋଇ ପାରିଥିଲେ । ପ୍ରତ୍ୟକ ଅନ୍ତେବାସୀ କାରାଗରରେ ନିଜକୁ ପରିବର୍ତ୍ତନ କରିବା ଉଚିତ । ଏହି ସମୟକୁ ଜୀବନର ଏକ ପରୀକ୍ଷା ଭାବି ସମୟ ଅତିବାହିତ କରିପାରିଲେ ପରବର୍ତ୍ତୀ ସମୟ ସୁଖମୟ ହେବ । ଜୀବନରେ ସତସଙ୍ଗ ଓ ସତ୍ ଗ୍ରନ୍ଥ ପଠନ ଦ୍ଵାରା ମନରେ ପରିବର୍ତ୍ତନ ଆସେ । ଗଳ୍ପ ମାଧ୍ୟମରେ ଅନ୍ତେବାସୀଙ୍କୁ ଆଧ୍ୟାତ୍ମିକ ସଚେତନତା କରାଇବା ସହ ପରବର୍ତ୍ତୀ ସମୟରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଅତିଥିମାନେ ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ବକ୍ତାଙ୍କ ଦ୍ଵାରା ଆଧ୍ୟାତ୍ମିକ ପୁସ୍ତକ ବିତରଣ କରାଯାଇଥିଲା । ଶେଷରେ ସଚିବ ବିଡିଡି ଚନ୍ଦନା ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault