ହେଡଲାଇନସ୍:

କଳା ବଜାରୀ କଲେ କଠୋର କାଯ୍ୟନୁଷ୍ଠାନ ନେବ ଜିଲ୍ଲା କୃଷି ବିଭାଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର : ତା 19/05/2025, ଅଶୋକ ସାହୁ, ଶାସକ ପ୍ରଶାସକ:ଜିଲ୍ଲା କୃଷି ବିଭାଗ ତରଫରୁ ୧୭.୫.୨୦୨୫ ତାରିଖ ଦିନ ଉମରକୋଟ ଡି.ଏନ.କେ ସ୍ଥିତ ବଙ୍ଗୀୟ ଭବନ ରେ ଉମରକୋଟ, ରାଇଘର,ଝରୀଗାଁ ଏବଂ ଚନ୍ଦାହାଣ୍ଡି, ର ୧୭୦ ଜଣ ସରକାରୀ ସ୍ୱୀକୃତି ପ୍ରାପ୍ତ ସାର ଓ ବିହନ ବିକ୍ରେତା ଙ୍କୁ ନେଇ ଏକ ବୈଠକ କରାଯାଇଥିଲା।ଉକ୍ତ ବୈଠକ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ପ୍ରତିନିଧି ପ୍ରଣୟ କୁମାର ମନ୍ତ୍ରୀ,କୃଷି ଜିଲ୍ଲା ଅଧିକାରୀ ଉମରକୋଟ ବିଶ୍ୱଜିତ ସାହୁ,ସହକାରୀ କୃଷି ଅଧିକାର, ଓ ୪ ଟି ବ୍ଲକ ର ବ୍ଲକ କୃଷି ଅଧିକାର, ଲେମ୍ପ ର ଏମ.ଡି, ଉମରକୋଟ ମାରଫେଡ଼ ଅଧିକାରୀ ଙ୍କ ଉପସ୍ଥିତ ରେ ଏକ ବୈଠକ ଆୟୋଜିତ ହେଇଥିଲା
ବୈଠକରେ ଆଗାମୀ ଖରିପ ଚାଷ ରେ ଚାଷୀଙ୍କ ସହ ସୁସମ୍ପର୍କ ରଖି ଚାଷୀଙ୍କୁ ସଠିକ ମାନର ବିହନ ଏବଂ ସାର ଯୋଗାଇଦେବା ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବ୍ୟବସାୟୀଙ୍କୁ କହିବା ସହ ଯଦି କୌଣସି ବିକ୍ରେତା ସରକାରୀ ନିୟମ ଅବମାନନା କରନ୍ତି ଏବଂ ଏହା ପ୍ରମାଣ ମିଳେ ହେଲେ ସଙ୍ଗେ ସଙ୍ଗେ ସେହି ଅଧିକୃତ ବିକ୍ରେତାଙ୍କ ଦୋକାନ ସିଲ କରାଯାଇ ଆଇନଗତ ଦୃହ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ଆଗାମୀ ଖରିପ ଋତୁରେ ସମ୍ପୂର୍ଣ ଭାବେ ଅଣସୀକୃତିପ୍ରାପ୍ତ କୌଣସି ସାର କିମ୍ବା ବିହନ କିମ୍ବା ଅଣୁସାର କୁ ଜିଲ୍ଲାରେ ବିକ୍ରି କରାଯିବ ନାହିଁ ଯଦି କୌଣସି ବିକ୍ରେତା ବିନା ସ୍ୱୀକୃତି ପ୍ରାପ୍ତ କୌଣସି ସାର, ବିହନ, ଅଣୁସାର ବିକ୍ରି କରେ ତାହେଲେ ସେହି ଦୋକାନକୁ ସିଲ କରାଯାଇ ସମ୍ପୂର୍ଣ ଜିନିଷ କୁ ବାଜ୍ୟାପ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ପ୍ରତିନିଧି ପ୍ରଣୟ କୁମାର ମନ୍ତ୍ରୀ କହିଛନ୍ତି।
କୃଷି ଜିଲ୍ଲା ଅଧିକାରୀ ବିଶ୍ୱଜିତ ସାହୁ ଚାଷୀଙ୍କୁ ନାନୋ ୟୁରିଆ, ନାନୋ ଡି.ଏ.ପି ର ଉପକାରିତା ବିଷୟରେ କହି ପ୍ରୟୋଗ କରିବା ପାଇଁ ଅନୁରୋଧ କରିବା ସହ ଚାଷୀଙ୍କୁ କିଭଳି ଭାବି ଜୈବିକ ସାର ର ଉପକାରିତା ବିଷୟରେ ଅବଗତ କରାଯିବ ସେଥିପାଇଁ ସାର ବିକ୍ରେତାଙ୍କୁ ଚେଷ୍ଟା କରିବାକୁ କହିଥିଲେ।
ମା ପେଣ୍ଡ୍ରାଣୀ ଏଗ୍ରୋ ଇନପୁଟ ଆଶୋସିଏସନ ତରଫରୁ ୟୁରିଆ, ଡି.ଏ.ପି ସାରର ଅଭାବ, ଅତ୍ୟଧିକ ମୂଲ୍ୟ ଏବଂ କିଛି ଅସାଧୁ ବଡ଼ ବ୍ୟବସାୟୀ ଙ୍କ ମନୋମୁଖୀ ସାର ବଣ୍ଟନ ନୀତି କୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ଯଦି ରୋକିବାରେ ପ୍ରଶାସନ ସଫଳ ନ ହେଲେ ଆଗାମୀ ଦିନରେ ଅନେକ ଅଭାବ ଏବଂ ଜନ ଅସନ୍ତୋଷ ସୃଷ୍ଟି ହେବ ବୋଲି ଅଭିଯୋଗ କରା ଯାଇଥିଲା।
ଆଗାମୀ ୧ ମାସ ମଧ୍ୟ୍ୟରେ ଉମରକୋଟ,ଝରୀଗାଁ, ଚନ୍ଦାହାଣ୍ଡି ଏବଂ ରାଇଘର କୁ ଉପଯୁକ୍ତ ମାତ୍ରା ରେ ଡି.ଏ.ପି ଓ ୟୁରିଆ ମାରଫେଡ଼ ସଂସ୍ଥା ମାଧ୍ୟ୍ୟମରେ ସ୍ୱୀକୃତି ପ୍ରାପ୍ତ ବିକ୍ରେତା ଙ୍କୁ ପ୍ରଦାନ କରାଯିବ ବୋଲି ଜିଲ୍ଲା କୃଷି ବିଭାଗ ତରଫରୁ କୁହାଯାଇଛି।
ସୂଚନା ଯୋଗ୍ୟ ଉମରକୋଟ, ରାଇଘର, ଝରୀଗାଁ ଓ ଚନ୍ଦାହାଣ୍ଡି ବ୍ଲକ ରେ ସରକାରୀ ନିର୍ଧାରିତ ଚାଷ ଜମି ର ପରିମାଣ ଅପେକ୍ଷା ୩ ଗୁଣ ଅଧିକ ଜମିରେ ଚାଷ ହେଉଛି, ତେଣୁକରି ପ୍ରତିବର୍ଷ ଖରିପ ଚାଷ ସମୟରେ ସାରର ଅଭାବ ଦେଖିବାକୁ ମିଳୁଛି, ଆଗାମୀ ଦିନରେ ଚାଷ ଜମି ହିସାବରେ ପ୍ରଶାସନ ସାର ଯୋଗାଇଲେ ଆଉ ସାର ର ଅସୁବିଧା ହେବ ନାହିଁ ବୋଲି ମା ପେଣ୍ଡ୍ରାଣୀ ଏଗ୍ରୋ ଇନପୁଟ ଆଶ୍ସୋସିଏସନ ତରଫରୁ ଜିଲ୍ଲା କୃଷି ବିଭାଗ କୁ ଜଣାଯାଇଛି।

0
0
0
s2sdefault