ହେଡଲାଇନସ୍:

ନବଭାରତ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଜଳଦାନ ଶିବିର !

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାସୁଦେବପୁର:  ବାସୁଦେବପୁର ବ୍ଲକରେ ସାମାଜିକ ଜନମଙ୍ଗଳ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଅନୁଷ୍ଠାନ ଭିତରୁ ନବଭାରତ ଚାରିଟେବଲ ଟ୍ରଷ୍ଟ ଏକ ଅଗ୍ରଣୀ ଅନୁଷ୍ଠାନ ! ସାମାଜିକ ତଥା ଆଧ୍ୟାତ୍ମିକ ଓ ନୈତିକ ମୂଲ୍ୟବୋଧର ବିକାଶ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା ଜାରି ରଖିଛି ଏହି କ୍ଷୁଦ୍ର ଅନୁଷ୍ଠାନ !ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅପ୍ରେଲ 16-ରୁ ଆଜି ପର୍ଯ୍ୟନ୍ତ ଟ୍ରଷ୍ଟର ଚେୟାରମ୍ୟାନ ଶ୍ରୀଯୁକ୍ତ ସତ୍ୟସୁନ୍ଦର ପଣ୍ଡା ଙ୍କ ପରାମର୍ଶ ମୁତାବକ ଟ୍ରଷ୍ଟର କର୍ମକର୍ତ୍ତା ମାନଙ୍କ ସହଯୋଗରେ ନିରବଛିନ୍ନ ଭାବରେ ବିଭିନ୍ନ ଅଞ୍ଚଳରେ ଜଳଦାନ ଶିବିର ଆୟୋଜନ କରି ଆସୁଛି ! ବାସୁଦେବପୁର ନିକଟସ୍ଥ ବେକମୋଡି ଛକରେ ଆମ ପ୍ରତିନିଧି ସେମାନଙ୍କୁ ଭେଟିବାପରେ ଟ୍ରଷ୍ଟର କୋଷାଧକ୍ଷ ସୁକାନ୍ତ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଲେ - ଏହି ଟ୍ରଷ୍ଟ କେବଳ ଜଳଦାନ କରି ତୃପ୍ତି ଅନୁଭବ କରେନି ! ବରଂ ଅସହାୟ ମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବା ସହ ଶିକ୍ଷା, ଶିଶୁ ବିକାଶ ଉପରେ ସବୁବେଳେ ଗୁରୁତ୍ୱ ଦେଉଛି ! ଜଳଦାନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରକାରର ପ୍ରକୃତି ଦତ୍ତ ପତ୍ରରେ ତିଆରି ହେଉଥିବା ପଣା ଦ୍ୱାରା ଶରୀରକୁ ସୁସ୍ଥ ରଖିବାକୁ ପରାମର୍ଶ ଦିଆଯାଉଛି ! ଆଗାମୀ ଭବିଷ୍ୟତରେ ଏହି ଟ୍ରଷ୍ଟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବାକୁ ପ୍ରୟାସ ଜାରି ରଖିଛି !
ଟ୍ରଷ୍ଟର ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ବାସିନ୍ଦା ଭୁରିଭୁରି ପ୍ରଶଂସା କରିଛନ୍ତି ! ପ୍ରତିବର୍ଷ ନିରବଛିନ୍ନ ଭାବରେ ଏହି କାର୍ଯ୍ୟକ୍ରମ ଚାଲୁରହିବ ବୋଲି ଟ୍ରଷ୍ଟ ସଭାପତି ଗଙ୍ଗାଧର ପଣ୍ଡା ନିଜର ମତ ପ୍ରକାଶ କରିଥିଲେ ! ଟ୍ରଷ୍ଟର ସହ ସମ୍ପାଦକ ଯତୀନ୍ଦ୍ର ପାଣିଗ୍ରାହୀ, ସଭ୍ୟ ସୁଶାନ୍ତ ସାହୁ, କ୍ଷୀରୋଦ ଦଳାଇ, ଗଦାଧର ଗିରି , ସୁକୁମାର ସାହୁ , ପ୍ରଫୁଲ୍ଲ ପଣ୍ଡା ସମେତ ଆହୁରି ଅନେକ ସଦସ୍ୟ ଏହି କାର୍ଯ୍ୟକ୍ରମ କୁ ସାହାଯ୍ୟ ଓ ସହଯୋଗ କରୁଥିଲେ !

0
0
0
s2sdefault