ହେଡଲାଇନସ୍:

ସର୍ବସାଧାରଣ ମେଳଣ ପଡିଆକୁ ପାର୍କିଂସ୍ଥଳ କଲା ବେଳେ ବିରୋଧ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୁଷ ମହିଳା ଏକାଠି ହୋଇ ଗ୍ରାମର ମେଳଣ ପଡିଆକୁ ରକ୍ଷା କରିବାକୁ ଜିଲ୍ଲାପାଳଙ୍କୁ ଦେଲେ ଦାବିପତ୍ର

କେନ୍ଦୁଝର,ତା୧୯/୫- ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ପୌରପାଳିକାର ୯ ନଂ ୱାର୍ଡର ଜଗନ୍ନାଥପୁର ଗ୍ରାମର ଅନେକ ଦଳିତ ପୁରୁଷ ମହିଳା ଏକାଠି ହୋଇ ଗ୍ରାମର ମେଳଣ ପଡିଆକୁ ରକ୍ଷା କରିବାକୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ। ଉଲ୍ଲେଖଯୋଗ୍ୟ କି ଏହି ଗ୍ରାମରେ ଜଗନ୍ନାଥପୁର ପୋଖରୀ ରହିଛି। ଏଠାରେ ଗ୍ରାମର ୫୦୦ ଲୋକ ସ୍ନାନ ଶୌଚ ପୂଜା ପର୍ବାଣୀ ଲାଗି ନିର୍ଭର କରନ୍ତି ଗାଈଗୋରୁ ଏଠାରୁ ପାଣି ପିଅନ୍ତି। ତେବେ ଏବେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ଏହି ପୋଖରୀର ସୌନ୍ଦର୍ଯ୍ୟ କରଣ ହେଉଛି। ତେଣୁ ପୋଖରୀ ସଫେଇ ହୋଇ ପାର୍କ କରିବାକୁ ନଗରପାଳିକା ଯୋଜନା କରିଛି। ଏଣୁ ଚାରି ଆଡ଼େ ପାଚେରୀ ଦେଇ ପୋଖରୀ ବୁଲିଲେ ଟିକେଟ ଟଙ୍କା ଦେଇ ଲୋକେ ଭିତରକୁ ଯିବାର ବ୍ୟବସ୍ଥା ହେଉଛି।

ଏହି ଲକ୍ଷ୍ୟରେ ସାହିରେ ଥିବା ସର୍ବସାଧାରଣ ମେଳଣ ପଡିଆକୁ ନଗରପାଳିକା ଟାର୍ଗେଟ କରିଛି ସେଠାରେ ଏବେ ଠିକାଦାର ପେଭର୍ସ ବ୍ଲକ୍ ପକେଇବା ଆରମ୍ଭ କରିଛି। ଏହି ଖୋଲା ସ୍ଥାନରେ ସାହି ଲୋକେ ଅଷ୍ଟପ୍ରହରୀ,ଦୋଳ ମେଲଣ,ବାହାଘର,ଜନ୍ମଦିନ ଆଜି ଅନେକ କାର୍ଯ୍ୟକ୍ରମ କରୁଥିଲେ ହେଲେ ଏବେ ପାର୍କ ଲାଗି ପାର୍କିଂ ହେଲେ ଲୋକେ ସୁବିଧାରୁ ବଞ୍ଚିତ ହେବେ ବୋଲି ଆଶଙ୍କା କରିଛନ୍ତି। ଏହି ବେନିୟମ କାର୍ଯ୍ୟକୁ ନଗରପାଳିକା ଜବରଦସ୍ତି କରାଇ ନେବାକୁ ଯୋଜନା କରିଥିବା ସେମାନେ ଅଭିଯୋଗ କରିଛନ୍ତି। ତେଣୁ କେନ୍ଦୁଝର ଜିଲ୍ଲାପାଳଙ୍କ ସର୍ବସାଧାରଣ ପୋଖରୀକୁ ଓ ମେଳଣ ପଡିଆକୁ ରକ୍ଷା କରିବାକୁ ନିବେଦନ କରିଛନ୍ତି। ଆଗାମୀ ଦିନରେ କେନ୍ଦୁଝରଗଡ଼ ନଗରପାଳିକାର ପୋଖରୀକୁ ପାର୍କ କରାଇ ଟଙ୍କା ଖାଇବା ଯୋଜନାକୁ ସାଧାରଣ ଲୋକେ ବିରୋଧ କରିବେ ବୋଲି କହିଛନ୍ତି।

0
0
0
s2sdefault