ହେଡଲାଇନସ୍:

ପାଇକମାଲ ବ୍ଳକ୍ ରେ ନୂଆ ସଡକ ପାଇଁ ୧୧ କୋଟି ଅନୁଦାନ : ଶିଳାନ୍ୟାସ କଲେ ଅଧ୍ୟକ୍ଷା ଭାବନା ସିଂ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :- ପାଇକମାଲ ବ୍ଳକ୍ ଅନ୍ତର୍ଗତ ସରେଇ କେଲା- ବାଦିକଟା, ବାଦିକଟା - ଘେଁସରା ଓ ଧାନ୍ଦୁପାଲି - ମହୁଲ ପାଲି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ସରେଇ କେଲା- ବାଦିକଟା ରାସ୍ତା (୪.୮ କିମି) , ବାଦିକଟା - ଘେଁସରା (୫.୦ କିମି) ଓ ଧାନ୍ଦୁପାଲି - ମହୁଲ ପାଲି ( ୫.୦ କିମି ) ହୋଇଥିବା ବେଳେ ରାସ୍ତା ନିର୍ମାଣ ପାଇଁ ଯଥାକ୍ରମେ ୩ କୋଟି ୪୨ ଲକ୍ଷ ୮୯ ହଜାର, ୩ କୋଟି ୩୩ ଲକ୍ଷ ୨୧ ହଜାର, ୩ କୋଟି ୬୧ ଲକ୍ଷ ୯୩ ହଜାର ଖର୍ଚ୍ଚ ହେବ। ମୁଖ୍ୟ ଅତିଥି ଭାବେ ପାଇକମାଲ ବ୍ଳକ୍ ଅଧ୍ୟକ୍ଷା ଭାବନା ସିଂ, ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ, ପେକ୍ସ ଅଧ୍ୟକ୍ଷ ବିଜୁ ସ୍ଵାଇଁ, ଯୋଗଦେଇ ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଯୁବନେତା ଭୋଜରାଜ ସିଂ ବରିହା, ପ୍ରଶାନ୍ତ ମହାନ୍ତି, ଟାଇଲ୍ ଭୋଇ, ଗୌତମ୍ ସିଂ, ଠାକୁର ବେହେରା, ବୁକୁରାମୁଣ୍ଡା ସମିତି ସଭ୍ୟ ସସ୍ମିତା ବାରିକ, ସେଠ ବାଗ, ସବିତା ସାହୁ, ଦୁଷ୍ମନ୍ତ ପଧାନ, ଚିତ୍ରଲେଖା ସାହୁ, ସ୍ଵପ୍ନେଶ୍ଵର ଘିଭେଲା ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault