ଭୁବନେଶ୍ଵର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି, "ସୁକୁନ୍ ଫାଉଣ୍ଡେସନ", "ଜୟ ଓଡ଼ିଶା"ର ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲା। ଏହା ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହସ୍ପିଟାଲ, ରକ୍ତ ଭଣ୍ଡାରରେ ଆୟୋଜିତ ହୋଇଛି । ଏହା "ଜୟ ଓଡ଼ିଶା"ର "ରକ୍ତଦାନ" ଅଭିଯାନ ର କ୍ରମ ଗତ ଭାବେ ପଞ୍ଚମ ରକ୍ତଦାନ ଶିବିର, ଯାହାର ଲକ୍ଷ୍ୟ ଏହି ବର୍ଷ ୧୦୦ ଗୋଟି ସଂସ୍ଥା ସହ ମିଶି ରକ୍ତଦାନ ଶିବିର ଆୟୋଜନ କରିବା ।
ଏହି ଅବସରରେ ବିଜେପି ଭୁବନେଶ୍ଵର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର ଯୋଗଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିବ ସହିତ ସେମାନଙ୍କୁ ସମ୍ମାନିତ କରିଥିଲେ ।
ରକ୍ତ ର ଅଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି ତେଣୁ ଆମ ତରଫରୁ ଏହା ଏକ ଛୋଟ ସାହାଯ୍ୟ ବୋଲି "ସୁକୁନ୍ ଫାଉଣ୍ଡେସନ"ର ପ୍ରତିଷ୍ଠାତା ଶ୍ରୀମତୀ "ରଶ୍ମିତା ମଲ୍ଲିକ" କହିଛନ୍ତି। ଏହି ଶିବିରକୁ ସଫଳ କରିବାରେ "ସୁକୁନ୍ ଫାଉଣ୍ଡେସନ" ଓ "ଜୟ ଓଡ଼ିଶା" ର ସଦସ୍ୟମାନେ ସ୍ଵ-ଇଚ୍ଛାରେ ରକ୍ତଦାନ କରିଥିଲେ।
ଏହି ଅବସରରେ "ଜୟ ଓଡ଼ିଶା"ର ସଭାପତି, ଶ୍ରୀ "ରୁଦ୍ର ନାରାୟଣ ସାମନ୍ତରାୟ" କହିଛନ୍ତି, "ଗୋଟେ ପରି ଗୋଟେ ସଂସ୍ଥା ସ୍ଵ-ଇଛାରେ ଆମ ସହ ଯୋଡ଼ି ହୋଇ ରକ୍ତଦାନ ଶିବିର ର ଆୟୋଜନ କରିଆସୁଥିବାରୁ ସେମାନଙ୍କୁ ହୃଦୟରୁ ଧନ୍ୟବାଦ, ଏହିପରି ଭାବରେ ସମସ୍ତେ ଅଳ୍ପ ବହୁତ ସଂଖ୍ୟକ ସହଯୋଗ କରିପାରିଲେ ଆମେ ରକ୍ତ ଅଭାବ ଜନିତ ସମସ୍ୟା କୁ ଦୂର କରିପାରିବ।" ।
ଏହା ସମାଜ ରେ ଏକ ସଚେତନତା ସୃଷ୍ଟି କରିଛି ଯାହା ଭବିଷ୍ୟତରେ ଅନ୍ୟମାନଙ୍କୁ ଏପରି ସାମାଜିକ ଉଦ୍ୟମରେ ଅଂଶଗ୍ରହଣ କରିବାକୁ ପ୍ରେରିତ କରିବ।