ହେଡଲାଇନସ୍:

ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜଙ୍କ ଦେହାନ୍ତ ।।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଇକମାଲ,୭ ୵ ୫: ଆଜି ସକାଳ ଭୋର ୫ଟା ସମୟରେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଉଜ ଶ୍ରୀମତୀ ସଂଯୁକ୍ତା ପୁରୋହିତଙ୍କ ତାଙ୍କ ପାଇକମାଲ ସ୍ଥିତ ବାସଭବନ ରେ ପରଲୋକ ହୋଇ ଯାଇଛି । ସ୍ବର୍ଗତ ସଂଯୁକ୍ତା ପୁରୋହିତ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ବଡ ଭାଇ ଶ୍ରୀ ବିଜୟ କୁମାର ପୁରୋହିତଙ୍କ ଧର୍ମପତ୍ନୀ ଅଟନ୍ତି । ଶ୍ରୀ ବିଜୟ ପୁରୋହିତ ସମ୍ବଲପୁର ମାଇନିଂ ଅଫିସ ରୁ ୨୦୧୬ ମସିହାରୁ ଅବସର ନେବାପରେ ପାଇକମାଲ ଗ୍ରାମରେ ସମସ୍ତ ୪ ଭାଇଙ୍କ ସହ ଏକାଠି ରହୁଥିଲେ । ସ୍ବର୍ଗତ ସଂଯୁକ୍ତା ପୁରୋହିତ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ରୁ ବିଏସସି,ବିଇଡି ଡିଗ୍ରୀ ହାସଲ କରିବା ସହ କିଛି ବର୍ଷ ସମ୍ବଲପୁର ସ୍ଥିତ ଶ୍ରୀମାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଓ ପାଇକମାଲ ସ୍ଥିତ ଯମୁନା କନ୍ଦୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ ଶିକ୍ଷକତା କରୁଥିଲେ । ସେ ଜଣେ ମେଲାପୀ ଓ ଧର୍ମପରାୟଣ ମହିଲା ଥିଲେ । ଗତ କିଛି ବର୍ଷ ଧରି ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ସ୍ଥିତ ଏମ୍ସ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ପାଇକମାଲ ଗାଁରେ ଶୋକର ଛାୟା ଖେଲି ଯାଇଛି । ତାଙ୍କର ଅନ୍ତିମ ସଂସ୍କାର ପାଇକମାଲ ସ୍ଥିତ ସ୍ବର୍ଗଦୁଆର ଠାରେ ଅନୁଷ୍ଠିତ ହେବା ବେଳେ ତାଙ୍କ ସ୍ବାମୀ ଶ୍ରୀ ବିଜୟ କୁମାର ପୁରୋହିତ ଓ ତିନିଭାଇ ଶ୍ରୀ ଗିରିଧାରୀ ପୁରୋହିତ,ଆଇନଜୀବୀ ରାମ ରତନ ପୁରୋହିତ,ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ସମସ୍ତ ପରିବାର ବନ୍ଧୁ,ସଜ୍ବନ ଉପସ୍ଥିତ ଥିଲେ । ବଡପୁଅ ଶ୍ରୀ ସିଦ୍ଧାନ୍ତ ପୁରୋହିତ ମୁଖାଗ୍ନି ଦେଇଥିଲେ ।

0
0
0
s2sdefault