ଭୁବନେଶ୍ୱର : ଓଡିଶାର ଅଗ୍ରଣୀ ଆୱାର୍ଡସ ମାନୁଫ୍ୟାକ୍ଚରର ଗୀତାଞ୍ଜଳି ଆୱାର୍ଡସ ପ୍ରାଇଭେଟ ଲିମିଟେଡ, ଭୁବନେଶ୍ୱରର ସହିଦନଗରଠାରେ ଏକ ନୂଆ ଏକ୍ସକ୍ଲୁସିଭ ଶୋ’ରୁମର ଶୁଭାରମ୍ଭ ସହିତ ନିଜର ଉପସ୍ଥିତି ବିସ୍ତାର କରିଛି। ପୂର୍ବରୁ ଏହି ନୂଆ ଶୋ’ରୁମର ସଫ୍ଟ ଲଂଚିଙ୍ଗରେ ଓଡିଶାର ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇଥିଲେ। ୧୫୦୦ ବର୍ଗଫୁଟରୁ ଅଧିକ ଅଂଚଳରେ ପରିବ୍ୟାପ୍ତ ଏହି ଷ୍ଟୋରଟି କର୍ପୋରେଟ୍, ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ସଂଗଠନ ସମେତ ବିଭିନ୍ନ କ୍ଷେତ୍ରର ଗ୍ରାହକଙ୍କ ଅନନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ଅନେକ ଉତ୍କୃଷ୍ଟ ଭାବରେ ଡିଜାଇନ୍ ହୋଇଥିବା ଟ୍ରଫି, ପୁରସ୍କାର ଏବଂ ସ୍ମୃତିଚିହ୍ନ ପ୍ରଦାନ କରୁଛି । ଏହା ବ୍ୟତୀତ ଗୀତାଞ୍ଜଳି ଆୱାର୍ଡସ ଏକ ଅନ୍ଲାଇନ ପ୍ଲାଟଫର୍ମରେ ମଧ୍ୟ ପରିଚାଳନା କରୁଛି ଯାହା ଗ୍ରାହକଙ୍କୁ ଯେକୌଣସି ସମୟରେ ସୁବିଧାରେ ନିଜ ପସନ୍ଦର ସାମଗ୍ରୀ ଚୟନ କରି ଅର୍ଡର କରିବାକୁ ସକ୍ଷମ କରୁଛି।
ଏହି ଶୋ’ରୁମର ଶୁଭାରମ୍ଭ ଅବସରରେ ଗୀତାଞ୍ଜଳି ଆୱାର୍ଡସର ପ୍ରତିଷ୍ଠାତା କ୍ରିଷ୍ଣା ମୋହନ ଟାଟା କହିଛନ୍ତି, “ସହିଦ ନଗରରେ ଆମର ଫ୍ଲାଗସିପ୍ ସୋ'ରୁମ୍ ଖୋଲିବା ନେଇ ଆମେ ଆନନ୍ଦିତ, ଯାହା ଦ୍ୱାରା ଆମର ଗ୍ରାହକମାନେ ଆମର ସ୍ୱତନ୍ତ୍ର ଟ୍ରଫି ଏବଂ ସ୍ମୃତିଚିହ୍ନ କୁ ପାଇବା ସହଜ ହେବ । ବୈଷୟିକ ଉନ୍ନତି ସହିତ ଯୋଡ଼ି ହୋଇ ରହିବା ପାଇଁ ଆମେ ଆମର କର୍ମଶାଳାକୁ କ୍ରମାଗତ ଭାବରେ ଅପଗ୍ରେଡ୍ କରୁଛୁ । ଗୀତାଞ୍ଜଳି ଆୱାର୍ଡସ ଆଇଆଇଟି ହାଇଦ୍ରାବାଦ ସହଯୋଗରେ ସମ୍ମାନଜନକ ଏନଆଇଆରଏଫ ଟ୍ରଫି ତିଆରି କରିଥିଲା ଏବଂ ନିଫ୍ଟ ସହ ମିଶି ଅନନ୍ୟ ୩ଡି ଟ୍ରଫି ଡିଜାଇନ୍ କରିଥିଲା । ଆମେ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ଡିଜାଇନ୍ ସହିତ ସମସ୍ତ ସ୍ୱୀକୃତି ଆବଶ୍ୟକତା ପୂରଣ କରିବାକୁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ଅଛୁ ।”
ସେହିଭଳି ଏହି ନୂତନ ଶୁଭାରମ୍ଭ ଉପରେ ମତବ୍ୟକ୍ତ କରି ଗୀତାଞ୍ଜଳି ଆୱାର୍ଡସର ସହପ୍ରତିଷ୍ଠାତା ଶ୍ରୀଯୁକ୍ତ ବୁଦ୍ଧ ପ୍ରକାଶ ମହାପାତ୍ର କହିଛନ୍ତି, “ଆମେ ଆମର ଟ୍ରେଡମାର୍କ ପଞ୍ଜୀକୃତ କରିଛୁ ଏବଂ ଆମର କିଛି ସ୍ୱତନ୍ତ୍ର ଡିଜାଇନଗୁଡିକୁ ପାଟେଂଟ କରିବା ଉପରେ କାର୍ଯ୍ୟ କରୁଛୁ। ସଠିକ ସମୟରେ ଡେଲିଭରି ଓ ଉଚ୍ଚ ଗୁଣବତା ଆମର ଶୀର୍ଷ ପ୍ରାଥମିକତା। ସ୍ଥାୟିତ୍ୱ ଓ ଉଦ୍ଭାବନ ପ୍ରତି ଆମର ପ୍ରତିଶ୍ରୁତିବଦ୍ଧତା ସହ ଜଡିତ ରହି ଆମେ ମଧ୍ୟ ହସ୍ତଶିଳ୍ପ ଏବଂ ପରିବେଶ ଅନୁକୂଳ ଗିଫ୍ଟିଙ୍ଗ ସଲ୍ୟୁଶନକୁ ସମ୍ପ୍ରସାରିତ ହୋଇଛୁ।
ଗୀତାଞ୍ଜଳି ଆୱାର୍ଡସ ଏକ ସାଧାରଣ ସ୍ତରରୁ ପରିଚାଳନା ଆରମ୍ଭ କରିଥିଲା ଏବଂ ବର୍ତମାନ ମାନ୍ୟତା ଉତ୍ପାଦ ଶିଳ୍ପରେ ଏକ ବିଶ୍ୱସନୀୟ ନାମରେ ପରିଣତ ହୋଇଛି। ଶ୍ରୀଯୁକ୍ତ ଟାଟା ଓ ତାଙ୍କ ବନ୍ଧୁ ବୁଦ୍ଧ ପ୍ରକାଶ ମହାପାତ୍ର କର୍ପୋରେଟ ଚାକିରିରେ କାର୍ଯ୍ୟରତ ଥିବା ସମୟରେ ଏହି କ୍ଷେତ୍ରରେ ପ୍ରବେଶ କରିଥିଲେ। ଆରମ୍ଭ ଆହ୍ୱାନପୂର୍ଣ୍ଣ ଥିଲା କିନ୍ତୁ ଉତ୍ସର୍ଗୀକୃତତା ସହ ସେମାନେ ଆଗକୁ ବଢିଥିଲେ । ଆଜି ଏହି କମ୍ପାନୀ ଆକ୍ରିଲିକ, ଉଡ ଓ ମେଟାଲରେ ଏକ ବିସ୍ତୃତ ଶୃଙ୍ଖଳାର ମାନ୍ୟତା ଉତ୍ପାଦଗୁଡିକର ଡିଜାଇନ, ନିର୍ମାଣ ଓ ବିକ୍ରି କରୁଛି। ଏହା ପ୍ରାରମ୍ଭିକ ବିଚାରଠାରୁ ଆରମ୍ଭ କରି ଫାଇନାଲ ଡେଲିଭରି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ନିୟନ୍ତ୍ରଣ କରୁଛି।
ରାଜ୍ୟ
ଭୁବନେଶ୍ୱରର ସହିଦନଗରଠାରେ ଖୋଲିଲା ଗୀତାଞ୍ଜଳି ଆୱାର୍ଡସର ନୂଆ ଏକ୍ସକ୍ଲୁସିଭ ଶୋ’ରୁମ
- Hits: 19