ହେଡଲାଇନସ୍:

ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ରାୟଗଡା:-ତା.୭/୦୫: ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା(ଦିଶା)କମିଟି ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ବିଧାୟକ ଗୁଣୁପୁର ଶ୍ରୀ ସ୍କ୍ୱାତ୍ୟଜିତ ଗମାଙ୍ଗ,ରାୟଗଡ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆପଲସ୍ୱାମୀ କାଡ୍ରାକlଙ୍କ
ପ୍ରତିନିଧି ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, ମାନ୍ୟବର ଗୁଣୁପୁର ବିଧାୟକ, ଜିଲ୍ଳାପାଳ ପାରୁଲ ପଟାୱରୀ ,ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଆରୋକ୍ଷୀ ଅଧିକ୍ଷକ ରାୟଗଡ଼ ସ୍ୱାତୀ ଏସ କୁମାର, ରେଳମଣ୍ଡଳ ଅଧିକାରୀ ଶ୍ରୀ ଅମିତାଭ ସିଂଘଳ,ନଗର ପାଳ ପି ମହେଶ ପଟ୍ଟନାୟକ ସମେତ ଅନ୍ୟ ଜିଲ୍ଳାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ବୈଠକରେ ପ୍ରାରମ୍ଭରେ ପୂର୍ବ ବୈଠକରେ ଆଲୋଚିତ ବିଷୟ ଉପରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଥିଲେ l ଏହାପରେ ଆଜିର ବୈଠକରେ ଆଲୋଚନା ହେବାକୁ ଥିବା କାର୍ଯ୍ୟ ସୂଚି ଅନୁଯାୟୀ ବିଶେଷ କରି ପୂର୍ବତଟ ରେଳ ବିଭାଗ ଦ୍ୱାରା କରାଯାଉଥିବା ଗୁଣୁପୁର ଥେରୁବାଲି ନୂତନ ରେଳ ଲାଇନର ଆଗ୍ରତି ଓ ବିଭିନ୍ନ ସମସ୍ୟା, ନୂତନ ରେଳ ମଣ୍ଡଳ, କୋରାପୁଟ ସିଙ୍ଗାପୁର ରେଳ ଲାଇନର ଦୋହରୀକରଣ, ନିମନ୍ତେ ପଦକ୍ଷେପ ନେବାକୁ ରେଲବାଇ କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ ଏବଂ ତୁରନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନିମନ୍ତେ ଜମି ଅଧିଗ୍ରହଣ କରିବା ନିମନ୍ତେ ଅନୁରୋଧ କରିଥିଲେ | ସେହିପରି ରାୟଗଡାଠାରେ ରେଳମଣ୍ଡଳ ନୂତନ ଗୃହ ନିର୍ମାଣ ନିମନ୍ତେ ନିଆଯାଉଥିବା ପଦକ୍ଷେପ ସଂପର୍କରେ ଗୃହରେ ଅବଗତ କରାଇଥିଲେ |
ସେହିଭଳି ଗ୍ରାମ୍ୟ ନିର୍ମାଣ ବିଭାଗ ରାୟଗଡା ଏବଂ ଗୁଣୁପୁର ତରଫରୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ସ୍ଥିତି ବିଷୟରେ ଆଲୋଚନା କରାଯାଇଥିଲା ବିଶେଷକରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ୧,୨,୩ ଏବଂ ପ୍ରଧାନମନ୍ତ୍ରୀ ଜନମନ ପରି ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା | ରାୟଗଡା ଗ୍ରାମ୍ୟ ନିର୍ମାଣ ବିଭାଗରେ ଏହିସବୁ ଯୋଜନାରେ ୪୪୯ଟି ହାତକୁ ନିଆଯାଇଥିବା ବେଳେ ୪୩୬ଟି ସଂପୂର୍ଣ୍ଣ ହୋଇଯାଇଛି ଓ ୧୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଅଛି l ସେଥିରୁ ୧୯୮୭ କିମି ସମ୍ପୂର୍ଣହୋଇ ଥିବା ବେଳେ ୩୬କିମି ବାକି ରହିଛି | ସେହିପରି ଗୁଣୁପୁର ଗ୍ରାମ୍ୟ ନିର୍ମାଣ ବିଭାଜନରେ ୨୧୬ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା ସେଥିରୁ ୨୦୮ଟି ସମ୍ପୂର୍ଣ୍ଣ ହୋଇଥିବାବେଳେ ୮ଟି ରେ ଅଗ୍ରଗତି ଚାଲିଛି | ବଡନାଲା ଜଳସେଚନ ପ୍ରକଳ୍ପର କେନାଲ ନିର୍ମାଣ ଉପରେ ଆଲୋଚନା କରିଥିଲେ lବର୍ଷା ଦିନ ପୂର୍ବରୁ ନିର୍ମାଣ କାର୍ଯ୍ୟ ସାରିବାକୁ କହିଥିଲେ l ସ୍ୱାସ୍ଥ୍ୟ ବିଭାଗ ଉପରେ ଆଲୋଚନା କରି ଡାକ୍ତର ମମତା ସାହୁ ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ବିଷୟରେ ଉପସ୍ଥାପନା କରିଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଉପସ୍ଥାପନା କରିଥିଲେ l ଜିଲ୍ଲା ମଙ୍ଗଳ ବିଭlଗ,ମୋବାଇଲ ଯୋଗାଯୋଗ, ଉଦ୍ୟାନ ବିଭାଗ, ଜଳଜୀବନ ମିଶନ ଯୋଜନାରେ ହର ଘର କି ଜଳ, ମେଗା ଜଳ ଯୋଗାଣ ପ୍ରକଳ୍ପ ଓ ଗ୍ରାମ୍ୟ ଗୃହ ଯୋଜନା ଉପରେ ଆଲୋଚନା କରାଯାଇଥିଲା l

0
0
0
s2sdefault