ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ମାସ ୦୨.୦୫.୨୦୨୫ ରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଜାତୀୟ ବାୟୋଶ୍ରେଷ୍ଠ ସେମିନାର ରେ ପାରଳାଖେମୁଣ୍ଡି ,ମୂତ୍ୟାଲୁ ସାହି ବାସିନ୍ଦା , ସେବାନିବୃତ ପ୍ରଧାନ ଶିକ୍ଷକ ଗୋପାଳଚନ୍ଦ୍ର ଶତପଥୀ (ଓଡ଼ିଶାରୁ ମାତ୍ର ଦୁଇଜଣ) ଯୋଗ ଦାନ କରି ସାଂପ୍ରତିକ ପରିସ୍ଥିତିରେ ବୟସ୍କ (ବରିଷ୍ଠ ନାଗରିକଙ୍କ) ଲୋକଙ୍କର ସାମଗ୍ରିକ ଶାନ୍ତି ଓ ସୁରକ୍ଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଏହି ଶ୍ୱର୍ଷକାତର ତଥା ସମ୍ବେଦନଶୀଳ ଆଲୋଚନାର ଅଧ୍ୟକ୍ଷତା କରିଥିଲେ ମହାମହିମ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦୀ ମୁର୍ମୁ । ଭାରତର ମାତ୍ର ୨୧ ଜଣଙ୍କୁ ବିଭିନ୍ନ ରାଜ୍ୟରୁ ନିମନ୍ତ୍ରଣ କେନ୍ଦ୍ର ସରକାର କରିଥିଲେ।
ଏହି ପରିପ୍ରେକ୍ଷୀରେ ପ୍ରାକ୍ତନ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେ଼ମୀ (ଗଜପତି) ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ଗଜପତି ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ , ଆତ୍ମ୍ୱିୟ ସ୍ୱଜନ ଶ୍ରୀ ଶତପଥୀଙ୍କୁ ଅଜସ୍ର ସମ୍ମାନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
ରାଜ୍ୟ
ଜାତୀୟ ବାୟୋଶ୍ରେଷ୍ଠ ସେମିନାର ରେ ଗୋପାଳ ଚନ୍ଦ୍ର ଶତପଥୀ ଯୋଗଦାନ
- Hits: 1