ହେଡଲାଇନସ୍:

ଉଦଯାପିତ ହେଲା ବାସୁଦେବପୁର ସୌରଭ ସମ୍ମାନ ଉତ୍ସବ ୨୦୨୫।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ଯାଦବ ପଡିଆ ଠାରେ ନବ ନିର୍ମାଣ ସେନା ବାସୁଦେବପୁର ପକ୍ଷ ରୁ ଦୀର୍ଘ ଦଶ ଦିନ ଧରି ଚାଲି ଆସୁଥିବା ବାସୁଦେବପୁର ସୌରଭ ସମ୍ମାନ ଉତ୍ସବ ୨୦୨୫ ର ଉଦ୍ ଜାପାନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉଦ୍ ଜାପାନୀ ଉତ୍ସବ ରେ ଅନୁଷ୍ଠିତ ସଭା କାର୍ଯ୍ୟ କ୍ରମ କୁ ସାମ୍ବାଦିକ ଓ ସମାଜସେବୀ ରଞ୍ଜନ କୁମାର ନାୟକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାସୁଦେବପୁର ପୂର୍ବତନ ତହସିଲଦାର ଓ ବର୍ତ୍ତମାନ ର ମହାକାଳପଡ଼ା ର ବିଡିଓ ସୌମ୍ୟାଶ୍ରୀ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡ ପ୍ରତାପ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ବିଜେପି ନେତା ବାଣୀ କଲ୍ୟାଣ ମହାନ୍ତି,ଅଶୋକ କୁମାର ସାହୁ, ଚନ୍ଦ୍ରକାନ୍ତ ଦାସ ଯୋଗ ଦେଇଥିଲେ। ସଭାପତି ଜୟ ପ୍ରକାଶ ମଲ୍ଲିକ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାକୁଡ ଧନ୍ୟବାଦ୍ ଅର୍ପଣ କରିଥିଲେ। ସମ୍ବିତ ମହାନ୍ତି ମଞ୍ଚ ଆମନ୍ତ୍ରଣ କରିଥିଲେ। ରଞ୍ଜନ କୁମାର ନାୟକ ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା। ଦଶ ଦିନ ଧରି ଅନୁଷ୍ଠିତ ହୋଇ ଥିବା କାର୍ଯ୍ୟ କ୍ରମ ରେ ବିଭିନ୍ନ କ୍ଷେତ୍ର ରେ ପଚାଶ ଜଣ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବାସୁଦେବପୁର ରେ ବିଭିନ୍ନ ବିଦ୍ୟାଳୟ ଓ କୁନି କୁନି କଳାକାର ମାନେ ସଙ୍ଗୀତ, ନୃତ୍ୟ, ଯାଦୁ ଖେଳ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ଅଂଶ ଗ୍ରହଣ କରିଥିଲେ। ପ୍ରତିଦିନ ହଜାର ହଜାର ଲୋକ ମାନଙ୍କ ଗହଳ ଚହଳ ଲାଗି ରହିଥିଲା। ଶେଷ ତଥା ଉଦ୍ ଜାପାନୀ ଉତ୍ସବ ରେ ବାସୁଦେବପୁର ସୌରଭ ରେ ଭୈରବୀ ନବୁଲ ଫାଉଣ୍ଡେସନ ର ପ୍ରତିଷ୍ଠାତା ଶ୍ରୀ ଖଗେନ୍ଦ୍ର ପ୍ରସାଦ ମହାନ୍ତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଭିନ୍ନ କ୍ଷେତ୍ର ରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ବ ଓ ସଂଗଠନ ସମ୍ବର୍ଦ୍ଧିତ କରାଯାଇଛି।ନବ ନିର୍ମାଣ ସେନା ବାସୁଦେବପୁର ପକ୍ଷ ରୁ ଆୟୋଜିତ ଏହି ଦଶ ଦିନ ର କାର୍ଯ୍ୟ କ୍ରମ କୁ ସଭାପତି ଜୟ ପ୍ରକାଶ ମଲ୍ଲିକ, ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାକୁଡ, ସାଂସ୍କୃତିକ ସଂଯୋଜକ ଅଲେଖ ପରିଡ଼ା, ବ୍ୟବସ୍ଥା ପ୍ରମୁଖ ପ୍ରଭାତ କୁମାର ନାୟକ, ପ୍ରତାପ କୁମାର ପାଢ଼ୀ, ସମ୍ବିତ ମହାନ୍ତି, ପୁରୁଷୋତ୍ତମ ବେହେରା, ନୀରଦ ଦାଶ,ରାଜେଶ୍ କୁମାର ମହାନ୍ତି, ଦେବାଶିଷ ବାରିକ୍, ହେମନ୍ତ କୁମାର ମହାରଣା, ଏଞ୍ଜଲିନା ଆୟେଶା ଦାସ, ଅଭୟ ବାରିକ୍, ଅଭି ବଳ, ଅର୍ଜୁନ ମହାକୁଡ, ସୁଜିତ୍ ମଲ୍ଲିକ, ସୁଦର୍ଶନ ମହାକୁଡ, ଜ୍ୟୋତି ରଞ୍ଜନ ନାୟକ, ରଞ୍ଜନ ବାରିକ୍, ଗୋବିନ୍ଦ ପାଢ଼ୀ , ରାଧା ଶ୍ୟାମ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସଫଳ କରାଇ ଥିଲେ।

0
0
0
s2sdefault