ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବିଶ୍ଵନାଥ କଲ୍ୟାଣ ମଣ୍ତପ ଠାରେ ପାରଳାଖେମୁଣ୍ଡିର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ "ସିଦ୍ଧାନ୍ତ" ର ରୌପ୍ୟ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି।
ଅନୁଷ୍ଠାନର ଅଧ୍ୟକ୍ଷା ଡ. ଅନ୍ନପୂର୍ଣ୍ଣା ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ , ବିଶିଷ୍ଟ ଅତିଥି ସୁଶ୍ରୀ
କିରଣ୍ ଦୀପ କୌର୍ ସହତା , ଉପ ଜିଲ୍ଲାପାଳ (ଗୁଣୁପୁର) , ସ୍ବତନ୍ତ୍ର ଅତିଥି ଡ.ସିଦ୍ଧାର୍ଥ ଶଙ୍କର ପାଢ଼ୀ , ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ(ବ୍ରହ୍ମପୁର) , ସମ୍ମାନନୀୟ ଅତିଥି ଡ.ସୁରେନ୍ଦ୍ର ନାଥ ସାହୁ (କବିସୂର୍ଯ୍ୟ ନଗର) , ଡ.ସୁଜିତ୍ କୁମାର ପଣ୍ଡା (ଧରାକୋଟ) , ମଞ୍ଚ ମଣ୍ଡନ କରିଥିଲେ।
ଏହି ଅବସରରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ବି. କୋମଳାଙ୍ଗୀଙ୍କ ରଚିତ ପୁସ୍ତକ "ଓଡ଼ିଶାର ଦକ୍ଷିଣାଞ୍ଚଳ" : ଆଧୁନିକତାର ଆବର୍ତ୍ତରେ ପ୍ରାଚୀନ ଶାବରୀ ସଂସ୍କୃତି ଅତିଥି ମାନଙ୍କ ଦ୍ଵାରା ଲୋକାର୍ପଣ ହୋଇଥିଲା। ଏହା ସହିତ ରୌପ୍ୟ ଜୟନ୍ତୀ ବିଶେଷାଙ୍କ ସିଦ୍ଧାନ୍ତ ସ୍ବତନ୍ତ୍ର ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା। ଶବର ସଂସ୍କାର ଓ ସଂସ୍କୃତି ଏକ ପ୍ରାଚୀନ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ସହ ନିବିଡ଼ତା ରହିଛି ଏକଥା ବକ୍ତା ଗଣ କହିଥିଲେ।
ପ୍ରାରମ୍ଭିକ ସଙ୍ଗୀତ ଆକାଶବାଣୀ କଣ୍ଠଶିଳ୍ପୀ ବି. କୋମଳାଙ୍ଗୀ ଗାନ କରିଥିଲେ ସାରଙ୍ଗୀରେ ତ୍ରିନାଥ ରଇତ , ବଂଶୀରେ ଗିତାନ ଭୂୟାଁ ଯୋଗ ଦେଇଥିଲେ। ଏହି ଅବସରରେ ଡ.ସୁରେନ୍ଦ୍ରନାଥ ସାହୁଙ୍କୁ ସିଦ୍ଧାନ୍ତ ସମ୍ମାନ ପ୍ରଦାନ କରାଯାଇଥିଲା।
ଲାବଣ୍ୟ ଶବର , ତାରିଣୀସେନ ଦାଶ , କୃଷ୍ଣ ଶବର , ଫାଲ୍ ଗୁନି ଶବର , ଗାୟତ୍ରୀ ଶବର , ହାରାବତୀ ଗମାଙ୍ଗ, ଆମ୍ରିତ୍ ପାଣିଗ୍ରାହୀଙ୍କୁ ସିଦ୍ଧାନ୍ତ ପତ୍ରିକା ସମ୍ମାନ ପ୍ରଦାନ କରାଯାଇଥିଲା। ସ୍ଵାଗତ ସମ୍ଭାଷଣ ଆଶାଲତା ପାଣିଗ୍ରାହୀ , ଧନ୍ୟବାଦ ଅର୍ପଣ ଭାରତ ଭୂଷଣ ମହାନ୍ତି , ମାନପତ୍ର ପାଠ ସ୍ନିଗ୍ଧା ମିଶ୍ର କରିଥିବା ବେଳେ ସଭା ଶେଷରେ ଅରୂପାଞ୍ଜଳି ମହାନ୍ତିଙ୍କ ସଂଯୋଜନାରେ ଓଡ଼ିଶୀ ଓ କୁଚ୍ଚିପୁଡ଼ି ନୃତ୍ୟ ପରିବେଷଣ କରାଯାଇଥିଲା।
ସମସ୍ତ କାର୍ଯ୍ୟକ୍ରମ କୁ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ସଂଯୋଜନାରେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି ବିଚିତ୍ରାନନ୍ଦ ବେବର୍ତ୍ତା କରିଥଲେ। ତ୍ରିପତି ପ୍ରସାଦ ପଣ୍ଡା , ମୂରଲୀଧର ପରି ଆଚ୍ଛା , ବିଷ୍ଣୁ ପଣ୍ଡା , ସ୍ନେହା ବେହେରା , ରାଜେଶ୍ୱରୀ ସ୍ୱାଇଁ , ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ ସହଯୋଗ କରିଥିଲେ।
ରାଜ୍ୟ
"ସିଦ୍ଧାନ୍ତ" ପତ୍ରିକାର ରୌପ୍ୟ ଜୟନ୍ତୀ ପାଳନ
- Hits: 14