ହେଡଲାଇନସ୍:

ଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଆନ୍ଦୋଳନ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

23-05-18-padam-daka.jpg - 84.49 kB

ଭଟଲି/neel deep-ବରଗଡ଼ ଜିଲା ଭଟଲି ଉପ ଡାକଘର ସମ୍ମୁଖରେ ଗ୍ରାମୀଣ ଡାକ ସେବକମାନେ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଆରମ୍ଭ କରିଛନ୍ତି। ଅଖିଳ ଭାରତୀୟ ଗ୍ରାମୀଣ ଡାକସେବକ ସଂଘର ଆହ୍ବାନ କ୍ରମେ ଏହି ଧର୍ମଘଟରେ ମୂଲବାର ବିପିଏମ୍‌ ରାଜାମାଣିକେଶ୍ୱର ସେଠ୍‌, ନୂଆଁଗଡ଼ ବିପିଏମ୍‌ ବିଜୟ ଭୁଏ, କନକବିରା ବିପିଏମ୍‌ ସୋନିଆଁ ପ୍ରଧାନ, ବି.ବଡ଼ମାଲ ବିପିଏମ୍‌ କୁମୁଦ ଚରଣ ସାହୁ, ଚଢ଼େଇଗାଁ ବିପିଏମ୍‌ ବଳରାମ ଦାଶ, ଗୋପାଲପୁର ବିପିଏମ୍‌ ପଞ୍ଚାନନ ସାହୁ, ରାଉତପଡ଼ା ବିପିଏମ୍‌ ଅଶୋକ କୁମାର ବାରିକ, ଭଟଲିର ପେକର ରୁଦ୍ରଦେବ ସାହୁ, କନକବିରା ଏମ୍‌ସି ଶିଶୁପାଲ ପଟେଲ ସାମିଲ ଥିଲେ। ୨୦୧୬ ଜାନୁୟାରୀରୁ ସପ୍ତମବେତନ କମିଶନ ଲାଗୁ ହୋଇଥିଲେ ସୁଦ୍ଧା ଏମାନଙ୍କ କ୍ଷେତ୍ରରେ ଅଦ୍ୟାବଧି ଲାଗୁ ହୋଇନାହିଁ। ତେଣୁ ଜଷ୍ଟିସ୍‌ କମଲେଶ ଚନ୍ଦ୍ର କମିଟିର ସୁପାରିଶ ଏବଂ ସପ୍ତମ ବେତନ କମିଶନ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏହି ଧର୍ମଘଟ ଆରମ୍ଭ ହୋଇଥିବା ଏବଂ ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଏହା ଚାଲୁରହିବ ବୋଲି ଡାକସେବକ ମାନଙ୍କ ପକ୍ଷରୁ ଜଣାଯାଇଛି

0
0
0
s2sdefault