ହେଡଲାଇନସ୍:

ସାଧାରଣ ଜନତାଙ୍କ ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହେବାକୁ ଯାଉଛି- ଉପବାଚସ୍ପତି ସାନନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

23-05-18-sanand.jpg - 110.06 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ଗରୀବ ଖଟିଖିଆ ଜନ ସାଧାରଣ ତାଙ୍କର ଏକ ସୁନ୍ଦର ବାସଗୃହ ନିର୍ମାଣ କରାଇବା ନିମନ୍ତେ ସ୍ୱପ୍ନ ଦେଖି ଥାନ୍ତି । ମାତ୍ର ଅର୍ଥ ବାଧକ ସାଜିଥିବା କାରଣରୁ ଦେଖିଥିବା ସ୍ୱପ୍ନ ସାକାର ହୋଇପାରି ନ ଥାଏ । ଆଜି ସେହି ସ୍ୱପ୍ନ ବାସ୍ତବରେ ପରିଣତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ଜନସାଧାରଣଙ୍କ ସ୍ୱପ୍ନକୁ ସଫଳ କରାଇବା ନିମନ୍ତେ ତାଙ୍କର ପ୍ରୟାସ ଜାରି ରଖିଛନ୍ତି । ବାରିପଦା ବ୍ଲକ ଇତିହାସରେ ଅନୁସୂଚିତ ଜନଜାତି ବର୍ଗରୁ ୧୧୭୧, ଅନୁସୂଚିତ ଜାତିରୁ ୩୦ , ସଂଖ୍ୟାଲଘୁ ବର୍ଗରୁ ୧ ଓ ଅନ୍ୟାନ ବର୍ଗରୁ ୯୯ ଏହି ପରି ମୋଟ ୧୩୦୧ ହିତାଧିକାରୀମାନଙ୍କୁ ଏକକାଳୀନ ଆବାସ ଯୋଜନାରେ  ବାସଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ ଏକ ଐତିହାସିକ ନିଷ୍ପତ୍ତି । ଉକ୍ତ ବାସଗୃହଗୁଡ଼ିକ ହିତାଧିକାରୀମାନେ ଅଢେ଼ଇରୁ ୩ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ ବୋଲି ଆଜିର ଏହି ସଭାରେ ପ୍ରତିଶ୍ରୁତି ଦେଇଛନ୍ତି । ଏଥି ନିମନ୍ତେ ହିତାଧିକାରୀମାନଙ୍କୁ  କାର୍ଯ୍ୟାଦେଶ ଦେବା ସମୟରେ ୨୦ ହଜାର, ପ୍ଲିନ୍ଥ ସମୟରେ ୩୫ ହଜାର, ଛାତସ୍ତରରେ(ରୁଫ ଲେବଲରେ) ୪୫ ହଜାର ଓ ଗୃହ ସମ୍ପୂର୍ଣ୍ଣ ହେବା ପରେ ୩୦ ହଜାର ଟଙ୍କା ଏହିପରି ବିଭିନ୍ନ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଯିବ । ଏଥି ସହିତ ସେମାନଙ୍କୁ ମନରେଗା ଯୋଜନାରେ ୯୫ ଦିନର ଶ୍ରମ ଦିବସ ବାବଦରେ ୧୭,୨୯୦ଟଙ୍କା,  ବାସଗୃହ ସହିତ ଶୌଚାଳୟ ନିର୍ମାଣ ନିମନ୍ତେ ୧୨ ହଜାର ଓ କାର୍ଯ୍ୟାଦେଶ ନେବାର ୪ ମାସ କିମ୍ବା ୬ ମାସ ମଧ୍ୟରେ ବାସଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଇ ପାରିଲେ ଇନସେନଟିଭ ବାବଦରେ ୨୦ ଓ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ବାସଗୃହ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ନିମନ୍ତେ ବ୍ଲକର ବିଡ଼ିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ  ଯନ୍ତ୍ରୀ, ଜିପିଟିଏ, ପଞ୍ଚାୟତ ସମିତି ସଦସ୍ୟ/ସଦସ୍ୟା, ସରପଞ୍ଚ ପ୍ରମୁଖଙ୍କ ସହିତ ନିଜେ କ୍ଷେତ୍ର ପରିଦର୍ଶନରେ ଯାଇ ହିତାଧିକାରୀମାନଙ୍କୁ ସାକ୍ଷାତ କରି ନିର୍ମାଣ କାର୍ଯ୍ୟକୁ ତଦାରଖ କରାଯିବ । ଗରୀବ ଜନସାଧାରଣଙ୍କ ଶ୍ରମରେ ବିଭିନ୍ନ ସ୍ଥାନରେ ଅତି ସୁନ୍ଦର ବାସଗୃହ ନିର୍ମାଣ ହେଉଥିବା ବେଳେ ସେମାନଙ୍କର ନିଜର ବାସଗୃହକୁ ସେମାନେ ଅତି ସୁନ୍ଦର ଭାବେ ନିର୍ମାଣ କରିପାରିବାର ବିଶ୍ୱାସ ରହିଛି । ବିଭିନ୍ନ ସମୟରେ ଗରୀବ ଜନସାଧାରଣଙ୍କ ନିକଟରୁ ମଧ୍ୟସ୍ତିମାନେ ଲାଭ ଉଠାଉଥିବାର ଦେଖିବାକୁ ମିଳି ଥାଏ, କିନ୍ତୁ ଆଜିର ଏହି କାର୍ଯ୍ୟକ୍ରମରେ ହିତାଧିକାରୀମାନଙ୍କୁ ମଧ୍ୟସ୍ତି କିମ୍ବା ଦଲାଲଙ୍କ ପ୍ରରୋଚନାରେ ନ ପଡ଼ିବାକୁ ପରାମର୍ଶ ଦିଆଯାଇଛି । ବାସଗୃହ ନିର୍ମାଣ ନିମନ୍ତେ ସେମାନଙ୍କୁ ଯୋଗାଇ ଦିଆ ଯାଉଥିବା ଅର୍ଥ ସରକାର ମାଗଣାରେ ଯୋଗାଇ ଦେଉଛନ୍ତି  ବୋଲି ବାରିପଦା ବ୍ଲକ ପରିସରରେ ବିଡ଼ିଓ ଶରତ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆବାସ ଗୃହ ବଣ୍ଟନ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ବିଧାନସଭା ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ପିଡ଼ି ଡ଼ିଆରଡ଼ିଏ ତୁଷାରକାନ୍ତି ମହାନ୍ତି, ଏପିଡ଼ି ବିଶିକେଶନ ଦେହୁରୀ, ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ସୁବାଶିଷ ମାନସିଂ, ବାରିପଦା ବ୍ଲକ ଅଧ୍ୟକ୍ଷା ପାର୍ବତୀ ହେମ୍ବ୍ରମ ଓ ଉପାଧ୍ୟକ୍ଷ ରବୀନ୍ଦ୍ର ମହାନ୍ତ, ବଡ଼ସାହି ବିଡ଼ିଓ ରବୀନ୍ଦ୍ର ପ୍ରଧାନ, ୨୯ ଓ ୩୦ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ/ସଦସ୍ୟା ପ୍ରମୁଖ ଯୋଗ ଦେଇଥିବା ବେଳେ ବାଙ୍କିଶୋଳ ପଞ୍ଚାୟତର ପିଇଓ ସିଦେ୍ଧଶ୍ୱର ଶତପଥୀ ମଞ୍ଚ ପରିଚାଳନା ଓ ଧନ୍ୟବାଦ ପ୍ରଦାନ, ବ୍ଲକର ବିତ୍ତ ଅଧିକାରୀ କରୁଣାକର ବାରିକ, ଏଓଓ ଅରବିନ୍ଦ ଆରୁଖ, କନିଷ୍ଠ  ଯନ୍ତ୍ରୀ ସୁଚିସ୍ମିତା ବେହେରା, ରଶ୍ମିରେଖା ମହାନ୍ତ, ରବି ନାରାୟଣ ମହାନ୍ତି,  ହରିଶ୍ଚନ୍ଦ୍ର ନାୟକ, ରସାନନ୍ଦ ପୃଷ୍ଟି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ଏଥିରେ ବ୍ଲକର ବିଭିନ୍ନ ଗ୍ରାମରୁ ପ୍ରାୟ ୨ ହଜାରରୁ ଅଧିକ ଜନସାଧାରଣ ଯୋଗ ଦେଇଥିଲେ ।

 

0
0
0
s2sdefault