ଭୁବନେଶ୍ୱର : ସ୍ମାର୍ଟ ହେଉଛି ରାଜଧାନୀ, ବଦଳିବାକୁ ଯାଉଛି ଚେହେରା | ଆଉ ସେହି କ୍ରମରେ କ୍ଲିନ ଭୁବନେଶ୍ୱର ମିଶନ ନେଇ ରାଜଧାନୀରେ ଗଡ଼ିବା ସ୍ମାର୍ଟ ସାଇକଲ | ଆଧୁନିକ ସାଇକଲ, ଲାଗିବ ଜିପିଏସ | ବାହାରୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସହ ରାଜଧାନୀର ସାଇକଲ ସୌଖିନ ଲୋକଙ୍କୁ ସାଇକଲ ସେବା ଯୋଗାଇଦେବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଓ ସ୍ମାର୍ଟ ସିଟି କର୍ତୃପକ୍ଷ ଆରମ୍ଭ କରିବାକୁ ଯାଉଛନ୍ତି ଏହି ସେବା | ଆଗକୁ ଅଛି ହକି ସିଜନ, ନବାହର ଦେଶର ପର୍ଯ୍ୟଟକଙ୍କ ଭିଡ ଜମିବ ସହରରେ | ଆଉ ଭିଡରୁ ଅଲଗା ରହି କିଛି ପର୍ଯ୍ୟଟକ ସ୍ୱାଧୀନ ଭାବରେ ଭୁବନେଶ୍ୱର ସହର ଓ ଆଖପାଖ ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ପସନ୍ଦ ବି କରିପାରନ୍ତି | ସବୁଠାରୁ ବଡ଼କଥା ହେଲା ସହରକୁ ପ୍ରଦୁଷନ ମୁକ୍ତ କରିବା ପ୍ରମୁଖ ଉଦ୍ଦେଶ୍ୟ | ଏହି ଅତ୍ୟାଧୁନିକ ସାଇକଲ କୁ ଏକ ସ୍ୱତନ୍ତ୍ର ଆପ ଜରିଆରେ ବୁକିଂ କରାଯିବ | ଏହି ସାଇକଲ ରେ ଯାତ୍ରୀ ତଥା ପର୍ଯ୍ୟଟକଙ୍କ ନିରାପତ୍ତା ପାଇଁ ରହିବ ଜିପିଏସ ବ୍ୟବସ୍ଥା, ଯାହା ଫଳରେ ସାଇକଲର ଗତିବିଧି କୁ ଟ୍ରାକ କରାଯାଇପାରିବ ! ଏହି ଜିପିଏସ ଯୁକ୍ତ ସାଇକଲକୁ ବିଡିଏ ଉପାଧ୍ୟକ୍ଷ କିଷନ କୁମାର ଆଉ ସ୍ମାର୍ଟ ସିଟି ମୁଖ୍ୟ ଭିନୀଲ କ୍ରିଷ୍ଣଙ୍କ ଆଗରେ ପ୍ରଦର୍ଶିତ କରାଯାଇଛି | ପ୍ରାଥମିକ ପର୍ଯ୍ୟାୟରେ ୨୦୦୦ ସାଇକଲ ଆସିବ t ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସଂଖ୍ୟା ବଢାଯିବ ବୋଲି ଜଣାପଡିଛି |