ଯାଜପୁର,(JAYASHANKAR DASH) :ବିପର୍ଯ୍ୟୟ ପ୍ରାକୃତିକ ହେଊ କିମ୍ୱା ମନୁଷ୍ୟକୃତ ଏହା ମାନବ ସମାଜର ପ୍ରଭୁତ କ୍ଷତି ସାଧନ କରିଥାଏ । ତେଣୁ ଆମ ସମସ୍ତଙ୍କର ଉଦ୍ୟମ ଓ ପ୍ରସ୍ତୁତି ଏଭଳି ହେବା ଉଚିତ, ଯେପରିକି ତାହା ଧନ, ଜୀବନ ଓ ସମ୍ପଦର ସୁରକ୍ଷା କରିପାରିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି । ବୁଧବାର ପୂର୍ବାହ୍ନରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କର ମିଳିତ ଆନୁକୂଲ୍ୟରେ ଏକ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ପ୍ରତ୍ୟେକ ବିଭାଗ ନିୟନ୍ତ୍ରଣ କକ୍ଷ ଖୋଲିବା, ନିୟନ୍ତ୍ରଣ କକ୍ଷରେ ସମସ୍ତ ଆନୁସଙ୍ଗିକ ତଥ୍ୟ ମହଜୁଦ ବ୍ଲକ ଓ ଜିଲ୍ଲା ସ୍ତରର ବିପର୍ଯ୍ୟୟ ପରିଚାଳନା ଖସଡା ବା କୈାଶଳ ପ୍ରସ୍ତୁତି ସହ ବିବିଧ ବିପର୍ଯ୍ୟୟରୁ ଉଦ୍ଧାର ଓ ରିଲିପଂ କାର୍ଯ୍ୟ ସଂପର୍କିତ ତଥ୍ୟ ପ୍ରଦାନ କରିବା, ସହଯୋଗୀ ଅଧିକାରୀ, ଲୋକ ପ୍ରତିନିଧି, ସ୍ୱେଚ୍ଚ୍ଥାସେବୀଙ୍କର ନାମ ଓ ଯୋଗାଯୋଗ ନମ୍ୱର ସ୍ଥାନୀତ କରିବା, ବିଭିନ୍ନ ହେଲ୍ପ ଲାଇନ୍ ଯଥା- ପାନୀୟ ଜଳ, ଅଗ୍ନିଶମ, ସ୍ୱାସ୍ଥ୍ୟ, ଗମନାଗମନ, ଜରୁରୀ ବିଭାଗ, ନୋଡାଲ ଅଧିକାରୀ, ସ୍ନେକ୍ ହେଲ୍ପ ଲାଇନ୍, ପଶୁ ସମ୍ପଦ ବିଭାଗ ଇତ୍ୟାଦିଙ୍କ ଯୋଗାଯୋଗ ନମ୍ୱର ଊଲ୍ଲେଖ କରିବା, ଆଶ୍ରୟ ସ୍ଥଳ ଗୁଡିକର ସ୍ଥିତ ପରଖି ଉପଯୁକ୍ତ ବ୍ୟବସ୍ଥା କରିବା, ଖାଦ୍ୟଶସ୍ୟ, ଓ÷୍ୟଷଧ ଇତ୍ୟାଦି ମହଜୁଦ ରଖିବା ସଂପର୍କରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ । ନିଜର ଦକ୍ଷତା ପ୍ରତିପାଦିତ କରି ସାଧାରଣ ଜନତାଙ୍କୁ ସହାୟତା ଯୋଗାଇବାରେ ବିପର୍ଯ୍ୟୟ ସମୟ ହେଉଚ୍ଥି ଏକ ଶ୍ରେଷ୍ଠ ମୁହୁର୍ତ୍ତ । ତେଣୁ ଏଥିରେ କୈାଣସି ଅବହେଳାକୁ ବରଦାସ୍ତ କରାଯିବନାହିଁ ବୋଲି ଜିଲ୍ଲାପାଳ ସମସ୍ତଙ୍କ ସତର୍କ କରାଇ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ଜରୁରୀ ଅଧିକାରୀ ରାଜଲକ୍ଷ୍ମୀ ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିପର୍ଯ୍ୟୟ ପରିଚାଳନାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲାପାଳ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ ବିସ୍ତୃତ ସୂଚନା ପ୍ରଦାନ କରି ଶିଶୁ ଠାରୁ ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ପାଇଁ ସରକାରୀ ନିୟମ ସଂପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଯୋଜନାର ପୁସ୍ତିକା ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ସମସ୍ତ ତଥ୍ୟ ଚଳିତ ମାସ ୨୧ ତାରିଖ ସୁଦ୍ଧା ଜିଲ୍ଲା ଜରୁରୀ ବିଭାଗକୁ ପ୍ରଦାନ କରିବାକୁ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ ଓ ଶିକ୍ଷାନୁଷ୍ଠାନ ର ନିରାପତ୍ତା ସଂପର୍କରେ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଥିବାରୁ ଏ ସଂପର୍କରେ ବିଭାଗୀୟ ଅଧିକାରୀ ମାନେ ଉପଯୁକ୍ତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ । କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ ଓ ପରିଚାଳନାରେ ସହଯୋଗ ଊପରେ ଗୁରୁତ୍ୱ ଦେଇଥିଲେ । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସାପ କାମୁଡା, ବିଜୁଳି ଆଘାତ, ପାଣିରେ ବୁଡି ମୃତ୍ୟୁ , ଅଂଶୁଘାତ ଇତ୍ୟାଦି ବିପର୍ଯ୍ୟୟରେ ମୃତ୍ୟୁ କଲେ କ୍ଷତି ପୂରଣ ପାଇଁ ବ୍ୟବସ୍ଥା ଥିବାରୁ ମୃତକଙ୍କ ଶବ ବ୍ୟବଚ୍ଚେ୍ଥଦ କରାଇବା ପାଇଁ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ । ଶେଷରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ ତହସିଲଦାର, ବି.ଡି.ଓ., ଅନ୍ୟାନ୍ୟ ବିଭାଗୀୟ ଓ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ରାଜ୍ୟ
ଯେ କୈାଣସି ବିପର୍ଯ୍ୟୟର ମୁକାବିଲା ପାଇଁ ସବୁବେଳେ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ
- Hits: 590