ଯାଜପୁର(ଜୟଶଙ୍କର ଦାଶ) ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ପରିବାରକୁ ବ୍ୟକ୍ତିଗତ ଶୈାଚାଳୟ ନିର୍ମାଣରେ ସଂପୂର୍ଣ୍ଣ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ସ୍ୱଚ୍ଚ୍ଥ ଭାରତ ମିଶନର ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସମସ୍ତ କ୍ଷେତ୍ରରେ ମଧ୍ୟ ଅଗ୍ରାଧିକାର ଦିଆଯାଊଚ୍ଥି । ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ଅପ୍ରେଲ ଶେଷ ସୁଦ୍ଧା ଶତକଡା ୪୦ ଭାଗ ଶୈାଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖି ବାରମ୍ୱାର ସମୀକ୍ଷା ବୈଠକ କରାଇଥିଲେ । ଅନେକ ବ୍ଲକ ଏହି ସପଂଳତା ହାସଲ କରିଥିବା ବେଳେ ୫ ଗୋଟି ବ୍ଲକର ଯନ୍ତ୍ରୀ ମାନଙ୍କର ଅଣଦେଖା ଓ କାର୍ଯ୍ୟ ପ୍ରତି ଅବହେଳା ଯୋଗୁଁ ଏହା ସେହି ସପଂଳତା ପାଇପାରି ନ ଥିଲା । ଏଥିପାଇଁ ଜିଲ୍ଲାପାଳ ୧୦ ଜଣ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲେ । ଯାଜପୁରବ୍ଲକର ଜଳ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ବିଜୟାନନ୍ଦ ବିଶ୍ୱାଳଙ୍କର ଊଦ୍ୟମ ଶୈାଚାଳୟ ନିର୍ମାଣ କ୍ଷେତ୍ରରେ ଅତ୍ୟନ୍ତ ଦୁର୍ବଳ ରହିଥିଲା । ଧାର୍ଯ୍ୟ ୪୦ ଭାଗରୁ ସେ ମାତ୍ର ୩୧.୩ ଭାଗ ଶୈାଚାଳୟ ନିର୍ମାଣ କରିଥିଲେ । ବାରମ୍ୱାର ତାଗିଦ୍ ସତ୍ତେ୍ୱଏଥିରେ ଊନ୍ନତି ଘଟି ନ ଥିବାରୁ ସୋମବାର ଜିଲ୍ଲାପାଳ ରଂଜନ କୁମାର ଦାସ ଶ୍ରୀ ବିଶ୍ୱାଳଙ୍କୁ କାର୍ଯ୍ୟରୁ ନିଲମ୍ୱନ କରିଚ୍ଥନ୍ତି । ସେହିପରି ଦାନଗଦୀବ୍ଲକ ଜଳ ଓ ପରିମଳ ବିଭାଗରକନିଷ୍ଠ ଯନ୍ତ୍ରୀ ସୁମନ୍ତ କୁମାର ତ୍ରୀପାଠି ଏ କ୍ଷେତ୍ରରେ ମାତ୍ର ଶତକଡା ୨୩.୮୫ ଭାଗ ଶୈାଚାଳୟ ନିର୍ମାଣ କରିଥିବାରୁ ତାଙ୍କୁ ମଧ୍ୟ ଜିଲ୍ଲାପାଳ ଶ୍ରୀ ଦାସ କାର୍ଯ୍ୟରୁ ନିଲମ୍ୱନ କରିଚ୍ଥନ୍ତି । ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ ଯନ୍ତ୍ରୀ ମାନଙ୍କର ଦୁର୍ବଳ ପ୍ରଦର୍ଶନ ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲେ । ଏହି ନିଲମ୍ୱନ ସମୟରେ ସେମାନେ ଯଥାକ୍ରମେ ଯାଜପୁର ଓ ଦାନଗଦୀ ବ୍ଳ୍କରେ ଯୋଗ ଦେବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ସରକାରୀ କାର୍ଯ୍ୟରେ ଅବହେଳା ପାଇଁ ଯେ କୈାଣସି କର୍ମଚାରୀ ବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାକୁ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଚ୍ଥନ୍ତି ।
ରାଜ୍ୟ
ପାଇଖାନା ହୋଇପାରିଲାନି , ୨ ଯନ୍ତ୍ରୀ ନିଲମ୍ୱିତ ।
- Hits: 511