ଯିଏ ଯାହା କହୁ ମୋର ଢେ଼ା , ଘନ ଘନ ବିଦୁ୍ୟତ୍ କାଟ ଚାଲି ଥାଉ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦରେ ଯିଏ ଯାହା କହୁ ମୋର ଢେ଼ା, ବିଦୁ୍ୟତ୍ କାଟ ଚାଲିଥାଉ ନ୍ୟାୟରେ ଆଜି ପୂର୍ବାହ୍ନରୁ ଅପରାହ୍ନ ୪.୪୦ ମିନିଟ ପର୍ଯ୍ୟନ୍ତ ପ୍ରଥମେ ପ୍ରତ୍ୟେକ ୧୦/୧୫ ମିନିଟ ବ୍ୟବଧାନରେ ଥରେ, ଏହା ପରେ ୫ ମିନିଟ ବ୍ୟବଧାନରେ ଜାରି ରହିଥଲା । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାର ଅଭିଯୋଗ ହୋଇ ପଡ଼ିଥିବାର ଅଭିଯୋଗ ହେଉଛି । ଆଜି ମଧ୍ୟାହ୍ନ ସମୟରେ ସହରର ତାପମାତ୍ରା ପ୍ରାୟ ୪୦ ଡ଼ିଗ୍ରୀ ମଧ୍ୟରେ ରହିଥିଲା । ଗଛରେ ପତ୍ର ହଲୁ ନ ଥିଲା । ପ୍ରବଳ ଗୁଳିଗୁଳି ଅନୁଭୁତ ହେଉଥିବା ବେଳେ ଗରମ ଦାଉରୁ ରକ୍ଷା ପାଇବା ନିମନ୍ତେ କିେ ଘରେ ଏସିର ବସି ଆରମ ନେଉଥିବା ସମୟେ କେହି କେହି ଶରୀରରୁ ଝାଳ ଶୁଖାଇବା ନିମନ୍ତେ ଫେନ ଓ କୁଲାର ଆଦି ସମ୍ମୁଖରେ ବସିଥିଲେ । ଏହି ସମୟରେ ଘନଘନ ବିଦୁ୍ୟତ୍ ବିଭ୍ରାଟ ଜନସାଧାରଣଙ୍କ ଜୀବନକୁ ଦୁର୍ବିସହ କରିପକାଇଥିଲା । ବିଭାଗର ତଳିଆ କର୍ମଚାରୀମାନେ ପୌରପରିଷଦର ୧୭ ନମ୍ବର ୱାଡର଼୍ ବାଳାଶ୍ରମ ନିକଟରେ ଏକ ଛାତଘର କାନ୍ଥରେ ବିଦୁ୍ୟତ୍ ତାର ଯୋଡ଼ି ହୋଇଯାଇ ଥିବାରୁ ଏହି ବିଭ୍ରାଟ ବୋଲି ସଫେଇ ଦେଉଥିଲେ । ମାତ୍ର ବିତୁ୍ୟତ୍ ତାର କଣ ପ୍ରତ୍ୟେକ ୧୦/୧୫ ମିନିଟ ବ୍ୟବଧାନରେ ଥରେ ଲେଖାଏଁ କାନ୍ଥରେ ଯୋଡ଼ି ପୁଣି ଛାଡ଼ି ଯାଉଥିଲା ଏବଂ ଅପରାହ୍ନ ୪.୪୦ ମିନିଟଠାରୁ ସ୍ୱାଭାବିକ ହୋଇଯାଇ ଥିଲା । ଏ ବିଷୟରେ ବିଦୁ୍ୟତ୍ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାରୁ କଣ ହୋଇଛି ବୁଝି କହୁଛି ବୋଲି କହି ପରବର୍ତ୍ତି ସମୟରେ ମୋବାଇଲ ରିଂ ହୋଇଥିଲେ ମଧ୍ୟ ରିସିଭ କରିନଥିଲେ । ସୂଚନା ଯୋଗ୍ୟ, ବାରିପଦା ସହରରେ ଅଘୋଷିତ ବିଦୁ୍ୟତ୍ କାଟକୁ ନେଇ ଜନ ଅସନ୍ତୋଷ ତୀବ୍ର ରୂପ ଧାରଣ କରୁଥିଲା । ଏଣୁ ଜନସାଧାରଣଙ୍କ ସମସ୍ୟାର ସମାଧାନ ନିମନ୍ତେ ୧୦/୧୨ ଦିନ ପୂର୍ବେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ କେତେକ ଯୁବ କର୍ମୀ ଓ ସମର୍ଥକ ବିଦୁ୍ୟତ୍ ବିଭାଗର ବାରିପଦା ମଣ୍ଡଳ ଅଧିକ୍ଷଣ ଯନ୍ତ୍ରୀ ରାଜୀବ କୁମାର ନାୟକଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ଯାଇଥିଲେ; ମାତ୍ର ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥିବାରୁ ତାଙ୍କ ସହିତ ମୋବାଇଲରେ ଦାବିଗୁଡ଼ିକ ଉପରେ ଆଲୋଚନା କରିବା ପରେ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ଧରାଇ ଦେଇ ଆସିଥିଲେ । ଏହି ସମୟରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀନାୟକ ଓ ନିର୍ବାହୀ ଯନ୍ତ୍ରୀ ଉଭୟ ବିଦୁ୍ୟତ୍ କାଟ ନ କରିବାର ପ୍ରତିନିଧି ଦଳକୁ ନିର୍ଭର ପ୍ରତିଶ୍ରୁତି ଦେଇଥିବା ବିଷୟକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇ ଥିଲା । ମାତ୍ର ପରବର୍ତ୍ତି ସମୟରେ ବିଦୁ୍ୟତ୍ କାଟ ବନ୍ଦ କରିବାର ପ୍ରତିଶ୍ରୁତି ପାଣିରେ ଗାର ଟାଣିବା ସଦୃଶ୍ୟ ହୋଇଥିଲା । ଏ ବିଷୟରେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଶ୍ରୀମହାନ୍ତିଙ୍କ ସହିତ ଯୋଗାଯୋଗ କରିବାରୁ ଘନଘନ ବିଦୁ୍ୟତ୍ କାଟ ହେଉଥିବା ଅଭିଯୋଗ ତାଙ୍କର ହସ୍ତଗତ ହୋଇଛି ଏବଂ ବର୍ତ୍ତମାନ ଭୂବନେଶ୍ୱରରେ ରହିଛନ୍ତି । ଫେରିବା ପରେ ବିଦୁ୍ୟତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଅଧିକାରୀ ଦେଇଥିବା ପ୍ରତିଶ୍ରୁତି ପୁଣି ଥରେ ସ୍ମରଣ କରାଇ ଦେବି ବୋଲି କହିଥିଲେ । ବର୍ତ୍ତମାନର ଯୁଗ ମାନବ ସଭ୍ୟତା ଯାନ୍ତ୍ରିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ ହୋଇପଡ଼ି ଥିବାରୁ ବାରମ୍ବାର ବିଦୁ୍ୟତ୍ କାଟ ଫଳରେ ଜନସାଧାରଣଙ୍କ ଆର୍ଥିକ ବିକାଶ ଉପରେ ପ୍ରତିଫଳତି ହେଉଛି ଓ କ୍ଷତି ସହ୍ୟ କରିବାକୁ ପଡ଼ୁଛି । ବାରିପଦା ପୌରବାସୀଙ୍କୁ ନିରବଚ୍ଛିନ୍ନ ଭାବେ ୨୪ ଘଣ୍ଟା ଉତ୍ତମ ବିଦୁ୍ୟତ୍ ସେବା ପ୍ରଦାନ ନିମନ୍ତେ ଭୂତଳ ବିଦୁ୍ୟତ କେବୁଲ ଲାଇନ ବ୍ୟବସ୍ଥା ୨୦୧୭ରେ ସମ୍ପୂର୍ଣ୍ଣ ହେବାର କୁହାଯାଉଥିବା ବେଳେ ୨୦୧୮ ଅଧା ହେବାକୁ ଯାଉଛି କାର୍ଯ୍ୟ ସରବାର ନାମ ଧରୁ ନାହିଁ । କିନ୍ତୁ ଭୂତଳ କେବୁଲ ଲାଇନ ବିଛାଇବା ନାମରେ ସହରର ପ୍ରତ୍ୟେକ ୱାଡର଼୍ରେ ନୂଆ ହେଉ କିମ୍ବା ପୁରୁଣା ରାସ୍ତାକୁ ଖୋଳି ଖାଲଖମାରେ ପରିପୂର୍ଣ୍ଣ କରିପକାଇଛନ୍ତି ।