ବାରିପଦା(ଦିଲ୍ଲୀପ ମହାନ୍ତି )- ଆମ ମଧ୍ୟରେ ଅନ୍ତର୍ନିହିତ ଗୁଣାବଳୀ ଓ ମାନସିକ ଶକ୍ତିର ବିକାଶ ନିମନ୍ତେ ଶିକ୍ଷା ଅପରିହାର୍ଯ୍ୟ ଏବଂ ଏହା ବିଦ୍ୟାଳୟରେ ଆମକୁ ମିଳି ଥାଏ । ଏହି ବିଦ୍ୟାଳୟ ପ୍ରତି ଆମର ମଧ୍ୟ କିଛି କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱ ରହିଛି । ଏଥି ନିମନ୍ତେ ୨୦୧୭ ପବିତ୍ର ଶିଶୁ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଉକ୍ତ ଅଭିଯାନକୁ ସୁଦୃଢ଼ କରାଇବା ନିମନ୍ତେ ବିଦ୍ୟାଳୟଗୁଡ଼ିକର ପୁରାତନ ଛାତ୍ର ସଂସଦ, ଆର୍ଥିକ ସ୍ୱଚ୍ଛଳ କିମ୍ବା ୱେଲ ସେଟଲଡ଼ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ବ୍ୟକ୍ତିଗତ ଭାବେ ଓ ଦେଶ ବିଦେଶରେ ରହୁଥିବା ପୁରାତନ ଛାତ୍ରଛାତ୍ରୀ, ସମାଜ ସେବୀ, ସାମାଜିକ ସଙ୍ଗଠନ, କମ୍ପାନୀ, କର୍ପୋରେସନ, ମାନବ ପ୍ରେମୀ ପ୍ରମୁଖ ଅଧ୍ୟୟନ କରିଥିବା ଅଥବା ଅନ୍ୟ ଯେକୌଣସି(ପ୍ରାଥମିକ, ମଧ୍ୟ ଇଂରାଜୀ, ଉଚ୍ଚ ଇଂରାଜୀ)ବିଦ୍ୟାଳୟଗୁଡ଼ିକର ଭିତ୍ତି ଭୁମିର ବିକାଶ ନିମନ୍ତେ ଦାନ ସୂତ୍ରରେ ନଗଦ ରାଶି କିମ୍ବା ବିଦ୍ୟାଳୟର ବ୍ୟବହାର ଉପେଯାଗୀ ପାଠାଗାରର, ଗବେଷଣାଗାରର ସାମଗ୍ରୀ, କ୍ରୀଡ଼ା ସାମଗ୍ରୀ, ଆସବାବପତ୍ର, କମ୍ପୁ୍ୟଟର, ପ୍ରୋଜେକ୍ଟର, ଜି. ଶୌଚାଳୟ, ଆକ୍ୱାଗାଡର଼୍, ସ୍କୁଲ ପୋଷାକ, ମଧ୍ୟାହ୍ନ ଭୋଜନରେ ପ୍ରୋଟିନ ଜାତୀୟ ଖାଦ୍ୟ ସାମଗ୍ରୀ, ଜାଳେଣି କାଠ ଓ ରନ୍ଧନ ଗ୍ୟାସ ସଂଯୋଗ ଆଦି ବିଭିନ୍ନ ସାମଗ୍ରୀ ପ୍ରଦାନ କରି ପାରିବେ ବୋଲି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ତାଙ୍କର କାର୍ଯ୍ୟାଳୟ ପ୍ରକୋÂରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ସେହିପରି ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକୁ ଦାନ ସୂତ୍ରରେ ମିଳୁଥିବା ରାଶି ସହିତ ସରକାର ଦୁଇଗୁଣା ଅର୍ଥକୁ ମିଶାଇ ସମ୍ୃକ୍ତ ବିଦ୍ୟାଳୟକୁ ଯୋଗାଇଦେବାର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଆର୍ଥିକ ଦାନ ବ୍ୟତୀତ ପାଠ୍ୟପୁସ୍ତକର ବାହାରେ ରହିଥିବା ବିଶାଳ ଦୁନିଆ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଦକ୍ଷତା ସମ୍ପନ୍ନ ପୁରାତନ ଶିକ୍ଷାବିତ୍ ପୁରାତନ ଛାତ୍ରଛାତ୍ରୀ ଶୈକ୍ଷିକ, ଦକ୍ଷତା ବିକାଶ ଓ ବୈଷୟିକ ତାଲିମ, ଏକ୍ସଷ୍ଟ୍ରା କ୍ୟାରିକୋଲାମ ଏକଟିଭିଟି ପ୍ରଦାନ, ବିଦ୍ୟାଳୟର ବଗିଚା, ଲନ ପ୍ରସ୍ତୁତି ଆଦି ବିଭିନ୍ନ କାର୍ଯ୍ୟରେ ଶାରିରୀକ ଶ୍ରମଦାନ ଭ୍ରମଣ ଆଦି କ୍ଷେତ୍ରରେ ମଧ୍ୟ ସହାୟତା ପ୍ରଦାନ କରିପାରିବେ । ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ସରକାର ଶହେ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ କର୍ପସ ପାଣ୍ଠି ଗଠନ କରିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରରେ ୨୦୧୭ ଡ଼ିସେମ୍ବର ୨୦ କାର୍ଯ୍ୟକ୍ରମେ କୋର କମିଟିର ଚେୟାର ପରସନ ଭାବେ ଡ଼କ୍ଟର ସୁସ୍ମିତା ମହାନ୍ତିଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଥିବା ବେଳେ ଜିଲ୍ଲା ଓ ବ୍ଲକସ୍ତରରେ କମିଟି ଗଠିତ ହୋଇ ଯୋଜନାର ସର୍ତ୍ତାବଳୀ ଓ ନିୟମାବଳୀ ଉପରେ ବିସ୍ତୃତ ଆଲୋଚନା ସରିଛି । ପଞ୍ଚାୟତସ୍ତରରେ ଜନସଚେତନତା ସୃଷ୍ଟି ସହିତ ବାର୍ତ୍ତା ସମସ୍ତ ଜନସାଧାରଣଙ୍କ ନିକଟରେ ପହଁଞ୍ଚାଇବା ଉଦେ୍ଧଶ୍ୟରେ ଉଦ୍ୟମ ଜାରି ରହିଛି । ଜିଲ୍ଲାରେ ରହିଥିବା ୫ ହଜାର ୪୫ ବିଦ୍ୟାଳୟଗୁଡ଼ିକରେ ସ୍କୁଲ ପରିଚାଳନା କମିଟି, ପୁରାତନ ଛାତ୍ର ସଂସଦ ଆଦିଙ୍କୁ ନେଇ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯିବ । ଶିକ୍ଷା ସହିତ ଆଲମାମେଟାର ଓ ସୋସାଇଟିକୁ ସିଧାସଳଖ ଯୋଡ଼ିବା ନିମନ୍ତେ ରାଜ୍ୟସରକାରଙ୍କର ଏହା ଏକ ଯୋଜନା । ୩ ଲକ୍ଷରୁ ତଳକୁ ମିଳୁଥିବା ଆର୍ଥି ସହାୟତା ସିଧାସଳଖ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ୩ ଲକ୍ଷରୁ ଅଧିକ ହେଲେ ବ୍ଲକର ବିଡ଼ିଓ ଓ ୬୦ ଲକ୍ଷରୁ ଅଧିକ ହେଲେ ରାଜ୍ୟ କମିଟିର ଅନୁମୋଦନ କ୍ରମେ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ କରାଯିବ । କାର୍ଯ୍ୟକ୍ରମକୁ ବହୁଳ ଭାବେ ପ୍ରଚାର ଓ ପ୍ରସାର ନିମନ୍ତେ ଗଣମାଧ୍ୟମର ସହାୟତା ଲୋଡ଼ିଛନ୍ତି ଜିଲ୍ଲାପାଳ ଶ୍ରୀଭରଦ୍ୱାଜ । ଉକ୍ତ ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିବେକାନନ୍ଦ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖଙ୍କ ସମେତ ବିଭିନ୍ନ ବ୍ଲକର ବିଇଓ ଆଦି ଉପସ୍ଥିତ ରହିଥିଲେ ।
ରାଜ୍ୟ
‘ମୋ ସ୍କୁଲ’ ପ୍ରତି ମୋର ମଧ୍ୟ କିଛି କର୍ତ୍ତବ୍ୟ ରହିଛି- ଜିଲ୍ଲାପାଳ
- Hits: 943