ପଶ୍ଚିମ ଓଡିଶା ପ୍ରତି ସରକାରଙ୍କ ଇଏ କି ଉଦାସୀନତା !
ପଦ୍ମପୁରବାସୀଙ୍କ ପ୍ରଶ୍ନ : ନାଗେନ ଦର୍ହାରେ ସ୍ଥାୟୀ ବ୍ୟାରେଜ ନିର୍ମାଣ କେବେ?
ପଦ୍ମପୁର/ନୀଳ ଦୀପ -ବରଗଡ଼ ଜିଲ୍ଲାର ପଦ୍ମପୁର ସହରାଞ୍ଚଳକୁ ଜଳ ଯୋଗାଣ କ୍ଷେତ୍ରରେ ପ୍ରାୟତଃ ସବୁବେଳେ ଅବହେଳା କରାଯାଉଛି । ୨୫ ହଜାର ଜନସଂଖ୍ୟା ବିଶିଷ୍ଟ ପଦ୍ମପୁର ସହରକୁ ପାନୀୟ ଜଳଯୋଗାଇ ଆସୁଥିବା ଦେଉଲିରେ ଅଙ୍ଗ ନଦୀ ଉପରେ ଏକ ଅସ୍ଥାୟୀ ବାଳିବନ୍ଧ ନିର୍ମାଣ କରି ପାନୀୟ ଜଳ ଯୋଗାଇ ଦିଆଯାଇଥାଏ ।ବର୍ଷା ଦିନରେ ଏହି ଅସ୍ଥାୟୀ ବାଳିବନ୍ଧ ପ୍ରତିବର୍ଷ ବନ୍ୟା ଜଳରେ ଧୋଇ ହୋଇଯାଏ ।ବିଭାଗୀୟ କତ୍ତୃପକ୍ଷ ଏଠାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅସ୍ଥାୟୀ ବାଳିବନ୍ଧ ନିର୍ମାଣ କରୁଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବରେ ଫଳପ୍ରଦ ହେଉନାହିଁ । ପଦ୍ମପୁର ସହରର ପାନୀୟ ଜଳ ଚାହିଦା ହେଉଛି ପ୍ରାୟ ୨୧ଲକ୍ଷ ହଜାର ଲିଟର । ନାଗେନ ଦର୍ହା କୄତ୍ରିମ ବାଳିବନ୍ଧରୁ ପ୍ରାୟ ୧୦ଲକ୍ଷ ଲିଟର ଯୋଗାଣ ହୋଇଥାଏ । ତାହା ପୁଣି ଗ୍ରୀଷ୍ମ ଋତୁରେ ଶୁଖି ଯାଇଥାଏ । ପଦ୍ମପୁର ସହରକୁ ସତୀଭଟା ଛକ,ଶକ୍ତି ନଗର,ମେହେର ପଡା,କେନାଲ ପଡା,ବରଗଡ଼ ରାସ୍ତାରେ ଥିବା ଗଭୀର ନଳକୂପରୁ ସାଧାରଣତଃ ଜଳ ଯୋଗାଣ କରାଯାଇଥାଏ ।ବିଗତ ତିନି ବର୍ଷ ହେଲା କମ ବୄଷ୍ଟିପାତ ହେତୁଅଙ୍ଗ ନଦୀରେ ଜଳ ପ୍ରବାହ ମଧ୍ୟ କମିବାରେ ଲାଗିଛି । ନାଗେନ ଦର୍ହା ପ୍ରକଳ୍ପ ୧୯୮୨ ମସିହାରୁ କାର୍ଯ୍ୟ କରି ଆସୁଛି । ପଦ୍ମପୁର ସହରର ଅନେକ ଅଞ୍ଚଳ ଅଛି ଯେଉଁଠି ଆଜିଯାଏ ପାଇପ ଲାଇନ ବିଛାଯାଇ ନାହିଁ । ନିର୍ବାହୀ ଯନ୍ତ୍ରୀ ଜନସ୍ବାସ୍ଥ ବିଭାଗ ସମ୍ବଲପୁରଙ୍କ ଠାରୁ ସୁଚନା ଅଧିକାର ଆଇନ ବଳରେ ସମାଜସେବୀ ନିରୋଜ ଦୋରାଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ଦେଉଲି ନିକଟସ୍ଥ ନାଗେନ ଦର୍ହାଠାରେ ପଦ୍ମପୁର ସହରାଞ୍ଚଳ ପାଇଁ ଉଦ୍ଦିଷ୍ଟ ଜଳ ଯୋଗାଣ ପ୍ରକଳ୍ପ ପାଇଁ କୈଣସି ବ୍ୟାରେଜ ନିର୍ମାଣର ଯୋଜନା ନ ଥିଲା, କେବଳ ଏକ ଚେକଡ୍ୟାମର ଅଟକଲ କରାଯାଇଥିଲା । ସେଥିପାଇଁ W.R Dept.(ଜଳସମ୍ପଦ ବିଭାଗ)କୁ ଏହାର DPR ପ୍ରସ୍ତୁତି ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ W.R Dept.ଏକ ବ୍ୟାରେଜ ନିର୍ମାଣ ପ୍ରସ୍ତାବ ଦେଇଥିଲେ । ଯାହାର ପ୍ରାକ ଅଟକଳ ମୂଲ୍ୟ୫୩.୮୪ କୋଟି ଟଙ୍କା ରହିଥିଲା । ଯାହାକୁ ଜନସ୍ବାସ୍ଥ ବିଭାଗ ଗ୍ରହଣ ନକରି ଅସ୍ଥାୟୀ ବାଳିବନ୍ଧ ର ଅଟକଳ କରିଥିଲେ ଏବଂ ଅନ୍ୟ ସାମୁହିକ କାର୍ଯ୍ୟକରି ଜଳ ଯୋଗାଣ ବ୍ୟବସ୍ଥା କରିବାର ଯୋଜନା ରହିଛି ।ସ୍ଥାୟୀ ଆଢିବନ୍ଧ ନିମନ୍ତେ ଏ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୈଣସି ଅର୍ଥରାଶି ପ୍ରଦାନ କରାଯାଇ ନାହିଁ । ପଦ୍ମପୁର ସହରାଞ୍ଚଳର ଜଳଯୋଗାଣର ଉନ୍ନତିକରଣ ପାଇଁ ୯୯୭ ଲକ୍ଷ ଟଙ୍କାର Technical Sanction (ବୈଶୟିକ ମଞ୍ଜୁରୀ) କରାଯାଇ,Silpa Associates ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି ।ଏହାର ସମ୍ପୂର୍ଣ୍ଣ ସମୟ ୧ବର୍ଷ(୦୪/୦୧/୨୦୧୯) ଅଟେ ।ବର୍ତ୍ତମାନ ସୁଦ୍ଧା ଏହା ଉପରେ ୨୩.୨୧ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ପଦ୍ମପୁର ସହରର ୧୧ଟି ଯାକ ୱ।ର୍ଡରେ ଆଂଶିକ ଜଳଯୋଗାଣ ହେଉଅଛି । ଜଳଯୋଗାଣ ଉନ୍ନତି କରଣ ପ୍ରକଳ୍ପ ଦ୍ବାରା ପାଇପ ଲାଇନ ପତି ନ ଥିବା ଅଞ୍ଚଳରେ ପାଇପ ବିଛାଇ କାର୍ଯ୍ୟ ଶେଷହେଲେ ସମ୍ପୂର୍ଣ୍ଣ ଭାବେ ୱ।ର୍ଡ ଗୁଡିକୁ ଜଳଯୋଗାଣ ହୋଇପାରିବ ବଲି ତଥ୍ୟ ମିଲିଛି । ନାଗେନ ଦର୍ହାଠାରେ ସ୍ଥାୟୀ ବ୍ୟାରେଜ ନିର୍ମାଣ ସଂକ୍ରାନ୍ତରେ ପଦ୍ମପୁର ନାଗରିକ କମିଟି ତରଫରୁ ଓଡ଼ିଶାର ଗୄହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାହାରୀଙ୍କୁ ଭେଟି ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ଅବଗତ କରାଇଥିଲେ ଓ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନାଗେନଦର୍ହା ସ୍ଥାୟୀ ଆଡିବନ୍ଧ ନିର୍ମାଣ ସଂକ୍ରାନ୍ତରେ ଅନେକ ଥର ପତ୍ର ଦ୍ବାରା ମଧ୍ୟ ଅବଗତ କରାଯାଇଛି । କିନ୍ତୁ ଆଜିଯାଏଁ ସ୍ଥାୟୀ ଆଡିବନ୍ଧ ନିର୍ମାଣ ଉପରେ କୈଣସି ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।