ହେଡଲାଇନସ୍:

ପଦ୍ମପୁର ସହରରେ ଜଳ ସଙ୍କଟ ଉତ୍କଟ : ପ୍ରତିକାର ପାଇଁ ଦାବି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

09-05-18-padampur.jpg - 74.01 kB

 

ପଦ୍ମପୁର ରୁ ନିଳ ଦୀପ-ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ପଦ୍ମପୁର ସହରରେ ପାନୀୟ ଜଳ ଘୋର ଅଭାବ ଦେଖାଦେଇଛି। ପଦ୍ମପୁର ସହରକୁ ଜଳଯୋଗାଇ ଦେବା ପାଇଁ ନାଗେନଦର୍ହା ଜଳ ପ୍ରକଳ୍ପର ପ୍ରସ୍ଥାବ ଥିଲେ ମଧ୍ୟ ରାଜନୈତିକ ଓ ପ୍ରଶାସନର ଇଚ୍ଛା ଶକ୍ତିର ଅଭାବ ଯୋଗୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ପ୍ରଚଣ୍ଡ ଝାଞ୍ଜି ପବନ ଓ ରୌଦ୍ରତାପ ସତ୍ତ୍ବେ ପଦ୍ମପୁରବାସୀ ଘଣ୍ଟା ଘଣ୍ଟା ଧରି ପାଣି ଟିକିଏ ପାଇଁ ଜଗି ରହୁଛନ୍ତି । ଗତ ୩ଦିନ ହେବ ପଦ୍ମପୁର ସହରକୁ ପାଇପରେ ଜଳ ଯୋଗାଣ ବନ୍ଦ ରହିଛି । ବିକଳ୍ପ ବ୍ୟବସ୍ଥା ସ୍ବରୂପ ଜନ ସ୍ବାସ୍ଥ୍ୟ ବିଭାଗ ପଡାକୁ ପଡା ଟ୍ୟାଙ୍କର ଯୋଗେ ପାଣି ବଣ୍ଟନ କରୁଛି ମାତ୍ର ତାହା ପର୍ଯ୍ୟାପ୍ତ ହୋଇପାରୁନାହିଁ । ପଦ୍ମପୁର ସହରର ଭୌଗଳିକ ସ୍ଥିତି ଓ ଜନସଂଖ୍ୟା ଦୃଷ୍ଟିରୁ ପାନୀୟ ଜଳର ପରିମାଣ ମଧ୍ୟ ବୃଦ୍ଧି କରିବା ପାଇଁ ସାଧାରଣରେ ଦାବି ହୁଏ । ଅପରପକ୍ଷରେ ବିଦ୍ୟୁତ ସମସ୍ୟା ଲୋ ଭୋଲଟେଜ୍‌ ଯୋଗୁ ଗଭୀର ନଳକୂପରୁ ପର୍ଯ୍ୟାପ୍ତ ପରିମାଣର ପାଣି ଯୋଗାଣ ସମ୍ଭବ ହୋଇ ପାରୁନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସହରର ସମସ୍ତ ୧୧ଟି ୱାର୍ଡକୁ ଜଳଯୋଗାଣ ବନ୍ଦ ରହିଛି । ସେହିପରି ଗ୍ରୀଷ୍ମ ପ୍ରାରମ୍ଭରୁ ସବୁ ବର୍ଷ ପାନୀୟ ଜଳ ପାଇଁ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଉଥିଲେ ମଧ୍ୟ ଏ ବର୍ଷ ଏହା ହୋଇପାରିନାହିଁ । ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଟ୍ୟାଙ୍କର ଓ କର୍ମଚାରୀ ସଂଖ୍ୟା ବୃଦ୍ଧି କରିବା ପାଇଁ ସାମାଜିକକର୍ମୀ ପଙ୍କଜିନୀ ପ୍ରଧାନ ପ୍ରଶାସନଠାରେ ଦାବି କରିଛନ୍ତି ।

0
0
0
s2sdefault