ହେଡଲାଇନସ୍:

ମାଟିର ଗୌରବ  ଅଵିନାଶଙ୍କୁ ଭବ୍ୟ ସମ୍ବର୍ଧନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇ ବଢ଼ାଇଛନ୍ତି ଏ ଅଂଚଳର ଗର୍ବ

ମେଲଛାମୁଣ୍ଡା ହାଇସ୍କୁଲର ପୁରାତନ ଛାତ୍ର  ଓ ଝୁନୁଙ୍ଗାପାଲି ଗ୍ରାମବାସୀଙ୍କ ଦ୍ୱାରା ଅବିନାଶ ମିଶ୍ରଙ୍କୁ ଭବ୍ୟ ସମ୍ବର୍ଧନା

ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା

09-05-18-abinash.jpg - 101.37 kB

ମେଲଛାମୁଣ୍ଡା/ନୀଳ ଦୀପ :  ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଝୁନୁଙ୍ଗାପାଲି ଗ୍ରାମର ଅବିନାଶ ମିଶ୍ର ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୬୫ନମ୍ବର ରେଙ୍କରେ ଉତିନ୍ନ ହୋଇ ମେଲଛାମୁଣ୍ଡା ଅଂଚଳ ପାଇଁ ଗୌରବ ଆଣିଛନ୍ତି । ମଙ୍ଗଲବାର ମଧ୍ୟାହ୍ନ ସମୟରେ ଅବିନାଶ ଦିଲ୍ଳୀରୁ ଫେରୁଥିବା ଖବର ପାଇ ମେଲଛାମୁଣ୍ଡା ପୁରାତନ ଛାତ୍ର ସଂସଦ ତରଫରୁ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଭବ୍ୟ ସର୍ମ୍ବଧନା ଜ୍ଞାପନ କରାଯାଇଥିଲା । ସ୍କୁଲ ଗେଟରୁ ପୁରାତନ ଛାତ୍ର ସଂସଦ ସଭାପତୀ ଛାୟାକାନ୍ତ ବାରିକ ଓ ସଂପାଦକ ଏଲିୟ ସାଗର ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କଲାପରେ ସଭା କକ୍ଷକୁ ପାଛୋଟି ନିଆଯାଇଥିଲା । ସେଠାରେ ପୁରାତନ ଛାତ୍ର ସଂସଦ ସଭାପତୀ ଛାୟାକାନ୍ତ ବାରିକଙ୍କ ସଭାପତୀତ୍ୱରେ ଅନୁଷ୍ଠିତ  ସର୍ମ୍ବଧନା ସଭାରେ ସ୍କୁଲର ପ୍ରଧାନ ଶିକ୍ଷକ ବାଲମକୁନ୍ଦ ସାହୁ, ଡା. ଲୋକପାଲ ଭୋଇ, ସଂପାଦକ ଏଲିୟ ସାଗର, ଶିକ୍ଷକ ସୂର୍ଯ୍ୟକୁମାର ବାରିକ,  ବାବାଜୀ ପଧାନ, ଶିକ୍ଷାବିତ ସାଧୁଚରଣ ଗଡତିଆଙ୍କ ସହିତ ସଭାର କେନ୍ଦ୍ରବିନ୍ଦୁ ଅବିନାଶ ମିଶ୍ର ମଂଚାସିନ ଥିଲେ । ମଂଚାସିନ ଅତିଥି ନିଜର ବକବ୍ୟ ପ୍ରଦାନ ପରେ ଅବିନାଶ ନିଜର ବକ୍ତବ୍ୟ ମାଧ୍ୟମରେ ନିଜର ସଫଳତାର ଶ୍ରେୟ ଗୁରୁଜନଙ୍କୁ ଦେବା ସହିତ ଆଗାମି ଦିନରେ ମେଲଛାମୁଣ୍ଡା ହାଇସ୍କୁଲ ଏବଂ ଅଂଚଳ ପାଇଁ ନିଜର ଦାୟିତ୍ୱ ସଂପର୍କରେ ପ୍ରକାଶ କରିବା ସହ ପୁରାତନ ଛାତ୍ରସଂସଦକୁ କୃତଜ୍ଞାତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ପ୍ରଶାନ୍ତ ଦେବତା, ପ୍ରତ୍ୟୁଷ ଭୋଇ, ଡା.ଦିଲିପ ଭୋଇ, ଡା.ତାରାକାନ୍ତ ସାହୁ, ଡା.ସୁବ୍ରତ ନାୟକ, ଦିନମଣି ଗଡତିଆ, ଅମିୟ ଆଚାର୍ଯ୍ୟ ଓ ଆଇନଜୀବି ମନୋଜ ଭୋଇ ପ୍ରମୁଖ ସହଯୋଗ କରିଥିଲେ । ପ୍ରକାଶଯୋଗ୍ୟ ଯେ ଅବିନାଶ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ତିନି ବର୍ଷ ପାଠ ପଢିଲା ପରେ ୨୦୦୭ ମସିହାରେ ସଫଳତାର ସହ କୃତକାର୍ଯ୍ୟ ହୋଇ ବାହାରି ଥିଲା । ଅବିନାଶ ଛାତ୍ର ଜୀବନରୁ ସରଳ, ମେଧାବୀ ଓ ପରିଶ୍ରମୀ ଛାତ୍ର ଭାବେ ଜଣାଶୁଣା ଥିଲେ । ତାଙ୍କର ବଳିଷ୍ଠ  ଇଚ୍ଚାଶକ୍ତି ଯୋଗୁ ସଫଳତାର ଅଧିକାରୀ ହୋଇପାରିଛନ୍ତି ବୋଲି ପୁରାତନ ଛାତ୍ର ମହଳରେ ଚର୍ଚ୍ଚା ହୋଇଥିଲା । ଶେଷରେ ପୁରାତନ ଛାତ୍ର ସଂସଦ ସଂପାଦକ ଏଲିୟ ସାଗର ଧନ୍ୟବାଦ ଦେଇଥିଲେ ।  ତାଙ୍କ ବାପା ଦେବେନ୍ଦ୍ର ମିଶ୍ର ଜଣେ ଏଲ୍.ଆଇ.ସି ଏଜେଂଟ ଓ ମାଁ ସତ୍ୟଭାମା ଦାଶ ଝୁନୁଙ୍ଗାପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଟନ୍ତି । ଅବିନାଶ ମିଶ୍ର ଝୁନୁଙ୍ଗାପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଆରମ୍ଭ କରି ପରେ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟ, କଟକର ଷ୍ଟୁଆର୍ଟସ ବିଜ୍ଞାନ କଲେଜରେ ଯୁକ୍ତ ଦୁଇ ତଥା ଖଡଗପୁର ଆଇ.ଆାଇ.ଟିରେ ଇଂଞ୍ଜିନିୟରିଂ ପାଠ ପଢିଥିଲେ । ପରେ ଦିଲ୍ଲୀରେ ରହି ଆଇଏଏସ ପ୍ରସ୍ତୁତି କରିଥିଲେ । ଆଜି ତାଙ୍କ ଏହି ସଫଲତା ପାଇଁ ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଦିପ୍ତିପୁର ଠାରୁ ପାରମ୍ପରିକ ବାଜା ସହ ଗ୍ରାମ ସାରା ଶୋଭାଯାତ୍ରା କରି  ଝୁନୁଙ୍ଗାପାଲି ପର୍ଯ୍ୟନ୍ତ ପାଛୋଟି ନେଇ ଗ୍ରାମରେ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅବିନାଶଙ୍କ ଏହି କୃତିତ୍ୱ ପାଇଁ ସମଗ୍ର ଅଂଚଳରେ ଖୁସି ର ଲହରୀ ଖେଳିଯାଇଛି ।  ।  

 

0
0
0
s2sdefault