କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ନୀତିର ପ୍ରତିବାଦରେ ସମସ୍ତ ପଂଚାୟତରେ ଆରମ୍ଭ ହେବ କାର୍ଯ୍ୟକ୍ରମ
ବାରିପଦା,(ଦିଲ୍ଲୀପ ମହାନ୍ତି) : ଆଜି ବାରିପଦାସ୍ଥିତ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟଠାରେ ଜିଲ୍ଲା ବିଜୁ ଯୁବ ଜନତା ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ଆବାହକତ୍ୱରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ହକ ମାଗୁଛି ଓଡିଶା କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମଧ୍ୟମରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ସ୍ୱାର୍ଥ ପ୍ରତି ଷଡ଼ଯନ୍ତ୍ର ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ତୃଣମୂଳସ୍ତରରେ ପହଂଚାଇବା ପାଇଁ ଜନସଚେତନା ସୃଷ୍ଟି କରାଯିବା ସପଂର୍କରେ ଆଲୋଚନା ହୋଇଥିଲା । ଯୁବ ଓ ଛାତ୍ର ମୟୁରଭଂଜ-୧ ଶାଖା ପକ୍ଷରୁ ମିଳିତ ଭାବେ ପ୍ରତି ପଂଚାୟତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ମହିଳାମାନଙ୍କୁ କେନ୍ଦ୍ର ସରକାରଙ୍କ ଅଣଦେଖା, ପୋଲାଭରମ ଜଳ ବଂଟନ, ବେକାରୀଙ୍କୁ ନିଯୁକ୍ତି, ଓଡ଼ିଶାକୁ କେନ୍ଦ୍ରୀୟ ଯୋଜନ ବାବଦରେ ଅର୍ଥକାଟ ଭଳି ବିଭିନ୍ନ ପ୍ରସଙ୍ଗରେ ଲୋକଙ୍କୁ ସଚେତନ କରିବା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହାତକୁ ନିଆଯାଇଥିବା ବିଭିନ୍ନ ଲୋକାଭିମୁଖି ଯୋଜନା ସଂପର୍କରେ ପ୍ରଚାର କରାଯିବାର ଲକ୍ଷ୍ୟ ରଖାଯାଇଛି ।
ଏହି ପ୍ରସ୍ତୁତି ବୈଠକରେ ହକ୍ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମରେ ପର୍ଯବେକ୍ଷକ ଶୁଭ୍ରାଂଶୁ ମିଶ୍ର, ରାଜେଶ ରାଜ ସ୍ୱାଇଁ, ବାରିପଦା ସହର ଦଳୀୟ ପର୍ଯ୍ୟବେକ୍ଷକ ମାନସ ମଲ୍ଲିକ, ଖୁଂଟା ବ୍ଲକ ପର୍ଯ୍ୟବେକ୍ଷକ ଶିବପ୍ରସାଦ ପଣ୍ଡା, ଜିଲ୍ଲା ମିଡିଆ ସଂଯୋଜକ କପିଲ ଖଣ୍ଡେଲୱାଲଙ୍କ ସମେତ ଛାତ୍ର ଜନତା ଦଳର ଜିଲ୍ଲା ଶାଖା ସଭାପତି ଅଭୟ ସିଂ, ବିଜୁ ଯୁବ ଜନତା ଦଳର ସାଧାରଣ ସଂପାଦକ ବିରଂଚି ମହାପାତ୍ର, ଅରୁଣ ବରାଡ, ଜିଲ୍ଲା ଯୁବ ଜନତା ଉପସଭାପତି ସୁବୋଧ ମାର୍ଣି, ସରୋଜ ବୋଷ,ବିଜୁ ଜନତା ଦଳର ନଗର ସଭାପତି ସ୍ୱରୂପ ଦାସ,ସଂନ୍ଦୀପ ବସା,ଉତମ ଦାସ, ଭବାନୀ ଶଂକର ମିଶ୍ର, ବ୍ଲକ ସଭାପତି ନିହାର ରଂଜନ ମହାପାତ୍ର,ଲାଲାଜି ରଥ, ମଂଟୁ ପତି, ବିନୋଦ ସିଂ, ଭାସ୍କର ମହାନ୍ତ, ଦୁଷ୍ମନ୍ତ ମାର୍ଣି, ହେମନ୍ତ ରାଉତ, ପୂର୍ଣ୍ଣ ଚନ୍ଦ୍ର ନାୟକ, ରବିନ୍ଦ୍ର ମହାନ୍ତି, ରଂଜନ ମହାନ୍ତି, ତରୁଣ ମହାପାତ୍ର, ରାଜିବ ରଂଜନ ସେନାପତି, ସରୋଜ ମହାକୁଡ, ନନ୍ଦନ ଭଂଜ ପ୍ରମୁଖ ଉପସ୍ଥିତ ଥିଲେ ।











