କେନ୍ଦ୍ରାପଡାର ଡେରାବିଶରେ “ମୋ ବୁଥ ସବୁଠୁ ମଜଭୁତ” କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
ଡେରାବିଶ :– ଯେଉଁମାନେ ଚୌକିଦାରର କ୍ଷମତା ଉପରେ ପ୍ରଶ୍ନ ଉଠାଉଥିଲେ, ସେମାନଙ୍କୁ ଆଜି ଚୌକିଦାର ସେର୍ ହେ ବୋଲି ସ୍ୱୀକାର କରିବାକୁ ପଡିବ ବୋଲି କେନ୍ଦ୍ରାପଡାର ଡେରାବିଶ ଠାରେ “ମୋ ବୁଥ ସବୁଠୁ ମଜଭୁତ” କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିକାଶକୁ ଭାରତର ସବୁ ଘରକୁ ପହଁଚାଇବାର ଅଛି । ସେଥିପାଇଁ ଭାରତୀୟ ଜନତାପାର୍ଟିର କାର୍ଯ୍ୟକର୍ତା ମାନଙ୍କୁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶ ଏକ ଅଶୋଭନୀୟ ସ୍ଥିତିରେ ଗତି କରୁଛି । ଗତ ୧୪ ଫେବୃୟାରୀରେ କାପୁରୁଷ, ଭୀରୁ, ସାମ୍ନାରେ ଲଢେଇ କରିବାର ସାମର୍ଥ୍ୟ ନଥିବା ଲୋକ ଭାରତର ସୈନିକ ଶକ୍ତିକୁ ପଛରୁ ଛୁରା ମାରିଥିଲେ । ସିଆରପିଏଫର ୪୦ ଜଣ ଯବାନଙ୍କୁ ପଛରୁ ଆକ୍ରମଣ କରି ଇହଧାମରୁ ଯିବା ପାଇଁ ବାଧ୍ୟ କରିଥିଲେ । ଶହୀଦଙ୍କ ମଧ୍ୟରେ ଓଡିଶାର ଦୁଇ ଜଣ ଭାଇ ଥିଲେ । ଶହୀଦ ମନୋଜ ବେହେରା ଓ ଶହୀଦ ପ୍ରସନ୍ନ ସାହୁ ଦୁଇ ଜଣଙ୍କ ପାଇଁ ମନରେ କଷ୍ଟରେ ଅଛି । ଉଭୟଙ୍କ ବଳିଦାନକୁ ନେଇ ଓଡିଶା ଆଜି ଗର୍ବ ଓ ସ୍ୱାଭିମାନରେ ଛିଡା ହୋଇଛି । ଭାରତମାତାର ବଳିଦାନ ପାଇଁ ଓଡିଶା ମଧ୍ୟ ପଛରେ ନାହିଁ । ଓଡିଶାର ଦୁଇ ଭାଇ ତାଙ୍କ ଜୀବନକୁ ବଳିଦାନ ଦେଇ ଭାରତ ମାତାର ସେବା ପାଇଁ ନିଜକୁ ସମର୍ପିତ କରିଛନ୍ତି ।
ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସେ ଜଗତସିଂହପୁରର ନାଉଗାଁକୁ ଯାଇଥିଲେ । ସେହିପରି କଟକର ନିଆଳି ବ୍ଲକକୁ ମନୋଜ ବେହେରାଙ୍କ ଶବକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ପରିବାର ବର୍ଗଙ୍କୁ ଭେଟିବାକୁ ଯାଇଥିଲୋ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ମଧ୍ୟ ସମସ୍ତ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶହୀଦଙ୍କ ଶବକୁ ବୋହିଥିଲେ । ଦେଶ ଦଳମତ ନିର୍ବଶେଷରେ ସହମତ ଥିଲା ଯେ ପାକିସ୍ତାନକୁ ଜବାବ ଦେବାର ଆବଶ୍ୟକତା ରହିଛି ।
ସେହିଦିନ ଓଡିଶାର ଲୋକମାନେ ଭାରତ ମାତା କି ଜୟ, ଶହୀଦ ପ୍ରସନ୍ନ ସାହୁ ଅମର ରହେ, ଶହୀଦ ମନୋଜ ବେହେରା ଅମର ରହେ ଧ୍ୱନିରେ ପ୍ରକମ୍ପିତ କରୁଥିଲେ । ଏଥିରୁ ଓଡିଶା ପରିଚୟ ଦେଇଥିଲା ଯେ, ରାଷ୍ଟ୍ରୀୟ ଆନ୍ଦୋଳନରେ ଆଗରେ ରହିବାର ରାଜ୍ୟ ହେଲା ଓଡିଶା । ଏହି ଦୁଃଖଦ ଘଟଣା ସମୟରେ ଯେଉଁମାନେ ଶହୀଦଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ ସେଦିନ ନିଆଳି ରେ ଶହୀଦ ମନୋଜ ବେହେରାର ଆତ୍ମୀୟ ମାନଙ୍କୁ ଗଳା ଧକ୍କା ଦେଇ ତାଙ୍କ ନୀଳବର୍ଣ୍ଣ ଶୃଗାଳର ଚେହେରା ଦେଖାଇଥିଲେ । ଓଡିଶା ସେଥିପାଇଁ ଲଜ୍ଜ୍ିତ ହୋଇଥିଲା । ଓଡିଶାର ଏହି ଲଜ୍ଜାଜନକ ପରିସ୍ଥିତି ପାକିସ୍ତାନ ଟିଭିରେ ପ୍ରସାରଣ ହୋଇଥିଲା । ଏହି ନୀଳବର୍ଣ୍ଣ ଶୃଗାଳଙ୍କ ପାଇଁ ଓଡିଶାକୁ ଲଜ୍ଜ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ପାକିସ୍ତାନକୁ ଜବାବ୍ ଦେବା ସହ ଧୂଳି ଚଟେଇବାକୁ ପଡିବ । ଦେଶର ସୈନିକମାନଙ୍କ ପାଖରେ ଦେଶର ଭରସା ଅଛି । ପାକିସ୍ତାନକୁ କଣ ଜବାବ୍ ଦିଆଯିବ ତାହାର ନିର୍ଣ୍ଣୟ ଦେଶର ସୈନିକ ଶକ୍ତି କରିବ ବୋଲି ମୋଦି ଆଦେଶ ଦେଲେ । ମାତ୍ର କିଛି ଲୋକ ୫୬ ଇଂଚି ଛାତି କୁଆଡେ ଗଲା, ମୋଦି କାହିଁକି ଚୁପ ଅଛି ବୋଲି ଟାହିଟାପୁରା କରୁଥିଲେ । ୧୫ ଦିନ ନହେଉଣୁ ପ୍ରଥମ ଥର ପାଇଁ ଭାରତର ସୈନିକ ମାନେ ୭୦ ଦଶକର ଯୁଦ୍ଧ ପରେ ପାକିସ୍ତାନ ଭିତରେ ପଶି ସାଢେ ୩୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ଧୂଳିସାତ୍ କରି ଆସିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଶ୍ୱତମାମ ନେତୃତ୍ୱ ଆଜି ଭାରତର ପ୍ରଶଂସାର ଶତମୁଖ । ବିଶ୍ୱରେ ଆଜି ଆମେରିକା, ଇସ୍ରାଏଲ ଶକ୍ତିଶାଳୀ ଦେଶ ଭାବରେ ପରିଚୟ ପାଇଛନ୍ତିା ଯା ପାଖରେ ସାହସ ଥାଏ ବିଶ୍ୱ ତାକୁ ନମସ୍କାର କରେ । ସର୍ଜିକାଲ ଷ୍ଟ୍ରାଇକ ପରେ ଦେଶର କୁଳାଙ୍ଗାର ମାନେ,ବିରୋଧୀମାନେ, ଭାରତକୁ ଟୁକଡା ଟୁକଡା କରିବାର ସ୍ଲୋଗାନ ଦେଉଥିବା ଲୋକମାନେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଲେ । ଏହାର ପ୍ରମାଣ ଉରି ସିନେମାରେ ମିଳିଛିା ଯେଉଁମାନେ ମୋଦିଙ୍କ ୫୬ ଇଂଚି ଛାତି ଉପରେ ପ୍ରଶ୍ନ ପଚାରୁଥିଲେ , ସେମାନେ ଭାରତୀୟ ବାୟୁ ସେନାକୁ ପ୍ରଂଶସା କଲେ । ମାତ୍ର ଭାରତୀୟ ବାୟୁ ସେନା ମୋଦିଙ୍କ ପ୍ରଶଂସା କଲେ । ଗତକାଲି ପାକିସ୍ତାନ ପୁନର୍ବାର ଅପଚେଷ୍ଟା କରିଥିବା ସତ୍ୱେ ପାକିସ୍ତାନର ଲଢୁଆ ବିମାନ ଏ -୧୬କୁ ଭାରତ ମାରି ଖସେଇଦେଲା । ଭାରତର ଜଣେ ପାଇଲଟକୁ ପାକିସ୍ତାନ କାବୁ କରି ରଖିଛି । ଭାରତର ସୈନିକଙ୍କ ସାଙ୍ଗେ ଦେଶ ଆଜି ଏକାଠି ହୋଇଛି । ଅନ୍ତରାଷ୍ଟ୍ରୀୟ ଚୁକ୍ତି ଅନୁସାରେ ଅପହରଣ ହୋଇଥିବା ଭାରତୀୟ ପାଇଲଟ ଦେଶକୁ ଫେରିବେ । ଦେଶ ଆଜି ଗର୍ବିତ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।












