ଯାହା କହିଲେ ତୁଣ୍ଡରେ ଧରି ହେବନି କି, କାନରେ ଶୁଣି ହେବନି
୧୯ ବର୍ଷ ଧରି କ୍ଷମତା ଉପଭୋଗ କରି ଚୁପ ରହିଥିଲେ ଦାମ , ବିଭିନ୍ନ ଗୁରୁତ୍ୱପୂର୍ଣ ବିଭାଗର ଦାୟିତ୍ୱରେ ଥିଲେ | ହେଲେ ଏବେ କ୍ଷମତାରୁ ବିଦା ହେବା ପରେ ନବୀନ ବାବୁଙ୍କୁ ବୁଲି ବୁଲି ଗାଳି ଦେଉଛନ୍ତି | କ୍ଷମତାରେ ଥିବା ବେଳେ ନବୀନ ବାବୁ ବାସୁଥିଲେ, ହେଲେ ଏବେ ଦାମଙ୍କ ପାଇଁ ନବୀନ ବାବୁ ଗଂଧାଉଛନ୍ତି | ଦଳରୁ ବିଦା ହେବ ପରେ ତାଙ୍କ ମନରେ ଜଳୁଥିବା ପ୍ରତିହିଂସା ନିଆଁରେ ଆଉଟୁ ପାଉଟୁ ହେଉଥିବା ଦାମ ବାବୁ ବାରିପଦା ଠାରେ ନବୀନ ବାବୁଙ୍କୁ ଯାହା କହିଲେ ନା....ଆଗର ସବୁ ରେକର୍ଡ ଭାଙ୍ଗିଦେଲେ !!!!!!
ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଁ ଜାଣିଲି ପ୍ରବାଦ ପୁରୁଷ ବିଜୁବାବୁଙ୍କ ପୁଅ ତାଙ୍କର ବାବାଙ୍କ ପରି ଓଡ଼ିଶାକୁ ଭଲ ପାଉଥିବାର ମଣିଷଟିଏ । ଯେଉଁ ଧାରଣା ରହିଥିଲା ତାହା ଦୂର ହୋଇଗଲା । ସେ ବାଘ ଛାଲ ଘୋଡ଼ି ହୋଇ ଗଧିଆ ଯେଭଳି ଲୋକଙ୍କୁ ଡ଼ରାଉଥିଲା, ନବୀନ ପଟ୍ଟନାୟକ ଠିକ୍ ସେହିପରି ନବୀନବାବୁ ବିଜବାବୁଙ୍କ ପୁଅର ଛାଲ ପିନ୍ଧିି ଓଡ଼ିଶା ରାଜ୍ୟ, ଜାତି, ଭାଷା ଓ ମାଟି ପ୍ରତି ପ୍ରବଞ୍ଚନା କରିଚାଲିଛନ୍ତି ବୋଲି ବାରିପଦା ଛଉପଡ଼ିଆଠାରେ ଦୁର୍ନୀତି ଓ ଭ୍ରଷ୍ଟାଚାର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ଏକ ସମାବେଶରେ ଯୋଗ ଦେଇ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବା ଅବସରରେ କହିଥିଲେ । ସେହିପରି ଆପଣମାନେ ଜାଣିଥିବେ ଉଦ୍ୟାନକୃଷି ମିଶନ ୨୦୦୫-୦୬ରେ ଆରମ୍ଭ ହେଲା । କେନ୍ଦ୍ର ସରକାର ଏଥି ନିମନ୍ତେ ଅର୍ଥ ଦେଇଥିଲେ । ସେତେବେଳେ ମୁଁ ମନ୍ତ୍ରୀ ରହିଥିଲି । ଆଦିବାସୀ ଅଧୁ୍ୟଷିତ ମୟୂରଭଞ୍ଜ ଜିଲ୍ଲା କିପରି ଆଗକୁ ଯିବ, ଜନସାଧରଣଙ୍କ ଆର୍ଥିକ ମେରୁଦଣ୍ଡକୁ ସଦୃଢ଼ କରାଇ ପାରିବ ସେଥି ନିମନ୍ତେ ଉଦ୍ୟାନକୃଷି ମିଶନ ମାଧ୍ୟମରେ ଅନେକ କାର୍ଯ୍ୟ କରାଯାଇଥିଲା । ୨୦୧୪ ମସିହାରେ ମୁଁ ଆସି ଦେଖିଲି ମୟୂରଭଞ୍ଜ ଜିଲ୍ଲାରେ ୫୯ କୋଟି ଟଙ୍କାର ସାର, ଜିଆଖତ ଓ ଔଷଧ କାଗଜ କଲମରେ କିଣା ଯାଇଥିବା ବେଳେ ଗୋଟାଏ ଦାନା ମଧ୍ୟ କିଣାଯାଇ ନଥିଲା । ଏହି ୫୯ କୋଟି ଟଙ୍କାର ସାର, ଜିଆଖତ ଓ ଔଷଧ ଦେବା ନିମନ୍ତେ ଯେତିକି ଗଛ ଲାଗିବା କଥା ତାହା ମଧ୍ୟ କୌଣସି ସ୍ଥାନରେ ଲଗାଯାଇ ନାହିଁ । ଏହା ମୁଁ ମନରୁ କହୁ ନାହିଁ । ୪ ଜଣିଆ ଅଫିସର ପଠାଇ ତଦନ୍ତ କରିବା ପରେ ଜାଣିଲି ୩ ଜଣ କିରାଣୀଙ୍କ ନିକଟରେ ୩ କୋଟି ୧୯ଲକ୍ଷ ଟଙ୍କା ନଗଦ ରହିଅଛି । ଜଣେ ମହିଳା ଅଫିସରଙ୍କ ନାମରେ ୧୨ ଲକ୍ଷ ଟଙ୍କାର ସମ୍ପତ୍ତି କିଣାଯାଇଛି । ସେହି ସମୟରେ ପାଟିଲ ନାମକ ଅଣଓଡ଼ିଆ କଲେକ୍ଟର ଏହି ଦୁର୍ନୀତିରେ ସାମିଲ ଥିବା ବେଳେ ଏହା ପୂର୍ବରୁ ମଧ୍ୟ ଯେଉଁ ଅଣଓଡ଼ିଆ କଲେକ୍ଟର ପାଣ୍ଡିଆନ ଶୁଲେଇପାଟ, ବାଦାମପାହାଡ଼ ଓ ଗରୁମହିଷାଣି ଲୁହାଖଣି ଦୁର୍ନିତିରେ ଜଡ଼ିତ । ଉଦ୍ୟାନକୃଷିରେ ହୋଇଥିବା ଦୁର୍ନୀତି ଜାଣିବା ପରେ ଏଠାକାର ଆସିସଟାଣ୍ଟ ଡ଼ାଇରେକ୍ଟର ଧରଣୀଧର ପାତ୍ରଙ୍କୁ ସସପେଣ୍ଡ କରିଦେଲି । ଏହାପରେ ସେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ତାଙ୍କର ବ୍ୟକ୍ତିଗତ ସଚିବଙ୍କ ନିକଟରେ ପହଁଞ୍ଚିବାପରେ ୧୦୦ କୋଟି ଟଙ୍କାର ଚାରା ଦୁର୍ନୀତି ହୋଇଛି, ତେଣୁ ମନ୍ତ୍ରୀଙ୍କୁ କୋଟିଏ ଟଙ୍କା ଦେଇଦେଲେ ସେ ଛାଡ଼ିଦେବ ବୋଲି ପରାମର୍ଶ ଦେବାରୁ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ପୁରୁଷୋତ୍ତମ ନାୟକ ନାମକ ଜଣେ ଲୋକଙ୍କୁ ଧରି ଧରଣୀଧର ପାତ୍ର ମୋର ଘରେ ପହଁଞ୍ଚି ପାଦଧୂଳି ନେଇ ମୋତେ କୋଟିଏ ଟଙ୍କା ଲାଞ୍ଚ ଦେବ ବୋଲି କହିଥିଲେ । ତାକୁ ଜେଲ ପଠାଇବାର ଧମକ ଦେବାପରେ ସେଯାଇ ପାଣ୍ଡିଆନଙ୍କୁ ସବୁକଥା କହିଥିଲା । ଏହାଶୁଣି ପାଣ୍ଡିଆନ କହିଥିଲେ, ୧୫/୨୦ ଦିନ ଅପେକ୍ଷ କରିଯାଅ । ତାର ମନ୍ତ୍ରୀପଦ ରହିଲେ ସିନା ତୁମକୁ ଜେଲ ପଠାଇବ । ଏହାପରେ ମୋତେ ମନ୍ତ୍ରୀପଦରୁ ବିଦା କରାଗଲା । ମୁଁ ବିଧାୟକ ଭାବରେ ବିଧାନସଭାରେ ପ୍ରଶ୍ନ କରିବାରୁ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଲେଖିକରି ଉତ୍ତର ଦେଇଥିଲେ ମୟୂରଭଞ୍ଜରେ ଚାରା ଦୁର୍ନୀତିରେ ଅମୁକ ଅଫିସର ୧୭ କୋଟି, ନବରଙ୍ଗପୁର ଓ ରାୟଗଡ଼ା ଓ କୋରାପୁଟରେ ୧୨ କୋଟି ଅଫିସରମାନେ ଖାଇଛନ୍ତି । ସମ୍ବଲପୁର ଓ ଦେଓଗଡ଼ରେ ୨ ଜଣ ଅଫିସର ୯୯ଲକ୍ଷ ୭୪ ହଜାର , କଳାହାଣ୍ଡିରେ ଜଣେ ଡେ଼ପୁଟୀ ଡ଼ାଇରେକ୍ଟର ୮କୋଟି ୧୧ଲକ୍ଷ ଖାଇଛନ୍ତି । ମୁଁ ଏହି ଦୁର୍ନୀତିକୁ କିପରି ସହିଥାନ୍ତି । ମୁଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଫାଇଲ ଯେତେବେଳେ ଦେଲି କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଅପର ପକ୍ଷରେ ମୋତେ ବିଦା କରାଗଲା । ଖଣି ଦୁର୍ନୀତି ଉପରେ ଆଲୋଚନା କରିବା ସମୟରେ ଶାହା କମିଶନ ଦେଇଥିବା ୨ଟି ଭଲ୍ୟୁମ ରିପୋର୍ଟରେ ଖୋଲାଖୋଲି ଭାବେ ଏକ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଛି ଏବଂ ଏହାର ସିବିଆଇ ତଦନ୍ତ କରାଯାଉ । ମାତ୍ର ଆଜକୁ ୫ ବର୍ଷ ହୋଇଗଲା ସିବିଆଇ ତଦନ୍ତ କରାଯାଉ ନାହିଁ । ଏଥି ସହିତ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ସେମାନଙ୍କ ନିକଟରୁ ଫାଇନ ଆଦାୟ କରାନଯାଇ ୮ ଶହ କୋଟି ଟଙ୍କା ଉକ୍ରୋଚ ନେଇଛନ୍ତି । ରାଜ୍ୟରେ ଏହି ପ୍ରକାରର ଦୁର୍ନୀତି ଚାଲୁଥିବା ବେଳେ ମୁଁ କାହାପାଇଁ ରାଜନୀତି କରୁଛି । କଣ ପାଇଁ ରାଜନୀତି କରୁଛି । ଡ଼ାଲି ଦୁର୍ନୀତିରେ ଏଠାକାର ପୂର୍ବତନ ଡ଼ାଇରେକ୍ଟର ୨୮ ଟଙ୍କିଆ ଡ଼ାଲିକୁ ୭୫ ଟଙ୍କାର ବିଲ କରି ଆଗୁଆ ବର୍ଷକରେ ଟଙ୍କା ନେଇ ଗଲେ । ବାଲେଶ୍ୱରର ଅଣଓଡ଼ିଆ କଲେକ୍ଟର ତାଙ୍କର ସାନ ଭାଇଙ୍କୁ ଆଣି ତାଙ୍କ ଦ୍ୱାରା ଡ଼ାଲି କିଣିଲେ । ପାଣ୍ଡିଆନ ଗଞ୍ଜାମ କଲେକ୍ଟର ରହିଥିବା ବେଳେ ସେ ମଧ୍ୟ ଡ଼ାଲି ଡ଼ାଲି କିଣାରେ କୋଟିକୋଟି ଟଙ୍କା ଖାଇଗଲା । ଭିଜିଲାନ୍ସ ତଦନ୍ତ ହେଲା । ମୁଖ୍ୟମନ୍ତ୍ରୀ ଏହି ଡ଼ାଲି ଦୁର୍ନୀତି ଉପରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ଏହି ଦୁର୍ନୀତିଗ୍ରସ୍ତ ଅଣଓଡ଼ିଆ କଲେକ୍ଟରଙ୍କୁ ନବୀନ ପଟ୍ଟନାୟକ ମୁଣ୍ଡ ଉପରେ ବସାଇଛନ୍ତି ଓ ସେ ଆମକୁ ଶାସନ କରୁଛନ୍ତି । ୨୦୦୮ରେ ଫାଇଲିନ ମହାବାତ୍ୟାରେ ବାରିପଦା ସହର ସହିତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ନବୀନ ସଠିକ୍ କ୍ଷୟକ୍ଷତି ସହାୟତା ଯୋଗାଇ ପାରିନଥିବା ସମୟରେ ଗଞ୍ଜାମ ଜିଲ୍ଲାକୁ ଖୋଲାହସ୍ତରେ ସହାୟତା ଯୋଗାଇ ଦେଇଛନ୍ତି ।
ଏହି ସମୟରେ ଦର୍ଶକମାନଙ୍କ ମଧ୍ୟରୁ ଶୈଳେନ୍ଦ୍ର ହେମ୍ବ୍ରମ ନାମକ ଶରତ ଅଞ୍ଚଳର ଜଣେ ଯୁବକ ବୈଜୟନ୍ତ ପଣ୍ଡା ଜଣେ ଖଣି ମାଫିଆ ଓ ସେ ଜଣେ ଦୁର୍ନୀତି ଗ୍ରସ୍ତ ପୁଞ୍ଜିପତି ହୋଇ ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ଭାଷଣ ଦେବା ନିମନ୍ତେ ଆଜି ଆସିବାର ରହିଥିଲା । କିନ୍ତୁ ଆସିପାରିଲେ ନାହିଁ । ତେଣୁ ତାଙ୍କର ୮ ଶହ କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ ଦୁର୍ନୀତି ଉପରେ ଦାମବାବୁ ଉତ୍ତର ରଖନ୍ତୁ ବୋଲି ଦାବି କରିବା ପରେ ପରିସ୍ଥିତି କିଛି ସମୟ ଅଶାନ୍ତ ପଡ଼ିଯାଇଥିଲା ।ପୁଲିସ ଯୁବକଙ୍କୁ ଧକ୍କା ଦେଇ ପିସିଆରରେ ଥାନାକୁ ନେଇଯାଇଥିଲା । ବୈଦ୍ୟନାଥ ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଯାଗ୍ୟେଶ୍ୱର ବାବୁ, ମାନସୀ ବାରିକ, ଶରତ ରଣା, ଶୁଭସାଇ ମିଶ୍ର, ନନ୍ଦ ମହାପାତ୍ର, ଅବନୀ ମହାନ୍ତ, ରବୀନ୍ଦ୍ର ମାର୍ଣ୍ଡି ପ୍ରମୁଖ ମଞ୍ଚାସୀନ ରହିଥିଲେ ।
ଆଜିର ଏହି ସମାବେଶରେ ବିଜେଡ଼ି, ସିପିଆଇ, ସିପିଏମ, ବିଜେପି, କଂଗ୍ରେସ ଆଦି ବିଭିନ୍ନ ରାଜନୈତିକ ଦଳରୁ ପ୍ରାୟ ୧୫ଶହ ମଧ୍ୟରେ ସମର୍ଥକ ଯୋଗ ଦେଇଥିବାର ଜଣାପଡ଼ିଥିଲା । ତେବେ ଦାମବାବୁଙ୍କ ଭାଷଣରେ କିଛି ବ୍ୟତୀକ୍ରମ ରହିଥିବାର ପରିଲକ୍ଷିତ ହୋଇଥିଲା । ଫାଇଲିନ ମହାବାତ୍ୟା ୨୦୧୩ ଅକ୍ଟୋବରରେ ହୋଇଥିବା ବେଳେ ବାରମ୍ବାର ୨୦୦୮ ବୋଲି କହୁଥିଲେ ଏବଂ ସେହି ସମୟରେ ସେ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ରହିଥିଲେ । ଫାଇଲିନ ମହାବାତ୍ୟାରେ ବାରିପଦା ମୁଖ୍ୟ ଚିକିତ୍ସାଳୟରେ କୋଟିକୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲେ ପରିଦର୍ଶବରେ ସର୍କିଟ ହାଉସରେ ରହି ଫେରିଯାଇଥିଲେ ।











