ହେଡଲାଇନସ୍:

ମିଶ୍ର-ସିଂଦେଓ ପରିବାର ପତିଆରା ଲଢେଇ ରୋଚକ ସ୍ଥିତିରେ : ଆଦର୍ଶ ସ୍କୁଲ ଉଦ୍ଘାଟନରେ ସୃଷ୍ଟି ହେବ ଅନାଦର୍ଶ ପରମ୍ପରା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

06-07-18-narsingha-w.jpg - 100.26 kBବଲାଙ୍ଗୀରରୁ ନିରୋଜ ମିଶ୍ର : କଣ ଚାଲିଛି ବଲାଙ୍ଗୀର ରାଜନୀତିରେ | ହୀନମନ୍ୟତା ଆଉ ମିଛ ପତିଆରା ଦେଖାଇ ବଲାଙ୍ଗୀର ବାସୀଙ୍କୁ ଭକୁଆ ବନାଇବାର ବିଧିବଦ୍ଧ ପ୍ରୟାସ ଚାଲିଛି | ଆଉ ଭୋଟ ସମୟ ପାଖେଇ ଆସିଥିବା ବେଳେ ଛକାପଂଜା ଜୋର ଧରିଛି ! କିଛି ଦିନ ତଳେ ସେତୁକୁ ନେଇ ଛକ ପଂଜା ସଂସଦ କଳିକେଶ ଆଉ ବିଧାୟକ ନରସିଂହଙ୍କ ମଧ୍ୟରେ ହୋଇଥିଲା | ସବୁ ପ୍ରକାର ରାଜନୈତିକ ଶାଳୀନତା ଭୁଲି ପତିଆରା ପାଇଁ ବିଧାୟକ ତଥା ବିରୋଧୀଦଳ ନେତା ନରସିଂହଙ୍କୁ ଶିଶୁପାଳ କରିବାକୁ ପଛାଇନଥିଲେ | ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରସ୍ତାବିତ ବିଯୁସେତୁକୁ ନରସିଂହ ଭିତ୍ତିପ୍ରସ୍ତର ପକାଇବାକୁ ସରକାରୀ  କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିବା ବେଳେ ତାର ସୁରାକ ପାଇଁ  କିଛି ସମର୍ଥକଙ୍କୁ ନେଇ ଥି ନରସିଂହଙ୍କ କାର୍ଯ୍ୟକ୍ରମର ଗୋଟେ ଦିନ ଆଗରୁ ନଡ଼ିଆ ବାଡେଇ ଆସିଗଲେ | ତାପରେ ନରସିଂହ ଯାଇ ତାଙ୍କ କାର୍ଯ୍ୟକ୍ରମ ଅନୁଯାୟୀ ନଡ଼ିଆ ବାଡେ଼ଇଲେ | 

ଏବେ ପୁଣି ସେଭଳି ପରିସ୍ଥିତି ସୃଷ୍ଟି ହୋଇଅଛି  ଆଦର୍ଶ ବିଦ୍ୟାଳୟ ଉଦ୍ଘାଟନ କୁ ନେଇ|  ନରସିଂହ ପୂର୍ବ ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁଯାୟୀ ଦେଓଗାଁ  ଓଡିଶାଆଦର୍ଶ ବିଦ୍ୟାଳୟ ଉଦ୍ଘାଟନ କରିଥିବା ବେଳେ କଳିକେଶ ପୁଣି ଶନିବାର ଦିନ କଳିକେଶ ଉଦ୍ଘାଟିତ ହୋଇ ସାରିଥିବା ଆଦର୍ଶ ବିଦ୍ୟାଳୟ କୁ ଉଦ୍ଘାଟନ ପୁଣି କରିବେ | ତିଳେ ସରମ ଥିଲେ ସିନା ! ବଲାଙ୍ଗୀର ବାସୀକନ ବୋକା ! ସେମାନେ କଣ ବୁଝୁନାହାନ୍ତି ! ଯଦି ନରସିଂହ ମିଶ୍ର ଗୋଟାଏ ପ୍ରକଳ୍ପ ଉଦ୍ଘାଟନ କରିସାରିଲେ ବା କରିବାକୁ ଅଛି ତେବେ ସେଥିରେ କଳିକେଶଙ୍କ ଗୋଡ ପୁରାଇ୨ କଣ ବା ଆବଶ୍ୟକତା ରହିଛି | ଏମିତି ମିଛିମିଛିକା ସୋ ବାଜ଼ୀ କଲେ ଲୋକ କଣ ଭୋଟ ଅଜାଡି ଦେବେ ! କେବଳ ଏପରି କରି ନିଜକୁ ଉପହାସିତ କରିବା କଥା | 

ଶୁକ୍ରବାର ଦିନ ଆଦର୍ଶ ବିଦ୍ୟାଳୟ ଉଦ୍ଘାଟନ ହେବ ବେଳେ ନରସିଂହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବାକୁ ଭୁଲି ନଥିଲେ ! ସେ କହିଥିଲେ ଯେ ,  ଆଦର୍ଶ ବିଦ୍ୟାଳୟ ଶିକ୍ଷାଦାନ କ୍ଷେତ୍ରରେ ଏହି ଅଂଚଳ ରେ ଏହି ଅନୁଷ୍ଠାନ ଏକ ଆଦର୍ଶ ଶିକ୍ଷାଅନୁଷ୍ଠାନ ହେଉ,ଉପା ସରକାର ଅମଳରେ ଆରମ୍ଭ ହୋଇଥିବା ଏହି ଯୋଯନା ପରବର୍ତ୍ତୀ ସମୟ ରେ କେନ୍ଦ୍ର ରେ ଏନଡିଏ ସରକାର ଅlସିଲା ପରେ ବନ୍ଦ ହୋଇଯାଇଥିଲା | ବିଧାନସଭା ରେ ଆମର ପ୍ରବଳ ଦାବି ପରେ ରାଜ୍ୟ ସରକାର ନିଜ ପାଣ୍ଠି ରୁ ପୁଣି ଏହି ଯୋଜନା ଆରମ୍ଭ କଲେ | ଏଥିପାଇଁ ରାଜ୍ୟ  ସରକାର ଧନ୍ୟବାଦଯୋଗ୍ୟ ବୋଲି  ଦେଓଗାଁ ବ୍ଲକ ର ଜରାସିଂହା ପଂଚାୟତ ଅନ୍ତର୍ଗତ ଚନ୍ଦରପୁର ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ  ଵିଧାୟକ ତଥା ରାଜ୍ୟ ବିରୋଧିଦଳ ନେତା ନରସିଂହ ମିଶ୍ର କହିଥିଲେ |

      କିନ୍ତୁ କେଵଳ ଗୃହ ନିର୍ମାଣ କରିଦେଲେ ହେବ ନାହିଁ,ଯଦି ଉପା  ଅମଳ ର ଏହି ଯୋଜନା ରୁ ପ୍ରକୃତ ଫଳ ଆମ ଛାତ୍ରଛାତ୍ରୀ ସେତେବେଳେ ପାଇବେ  ଯେତେବେଳେ ଏହି ସ୍କୁଲ ରେ ଆବଶ୍ୟକୀୟ  ହଷ୍ଟେଲ ନିର୍ମାଣ ପାଇଁ ପର୍ୟାପ୍ତ ପାଣ୍ଠି ର ବ୍ୟବସ୍ଥା ହେବ,ପିଲା ହଷ୍ଟେଲ ରେ ରହି ପାଠ  ପଢିବେ | ଆହୁରି ମଧ୍ୟ ସରକାରୀ ସ୍କୁଲମାନଙ୍କ ରେ ଭିନ୍ନ ଭିନ୍ନ ଦରମା  ରେ ବିଭିନ୍ନ ପ୍ରକାର ଶିକ୍ଷକ ନିଯୁକ୍ତି ବନ୍ଦ କରନ୍ତୁ,ସମାନ କାମ କୁ ସମାନ ଦରମା ନ୍ୟାୟ ରେ  ଏହି ଅଞ୍ଚଳ ର ସ୍କୁଲମାନଙ୍କ ରେ ଖାଲିଥିବା ଶିକ୍ଷକ ପଦବୀ ପୁରାଣ କରନ୍ତୁ,ତାହା ହେଲେ ହିଁ ଶିକ୍ଷା ର ସମ୍ପୂର୍ଣ ବିକାଶ ହୋଇପାରିବ ବୋଲି ନରସିଂହ କହିଥିଲେ | 

       

0
0
0
s2sdefault